AK ତିଳକ ୨୩ ବର୍ଷ ୧୬୩ ଦିନରେ ତିନି ଅଙ୍କ ଛୁଇଁଥିବାରୁ ଦଳର ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି । ମୁମ୍ବାଇ ପାଇଁ ମଧ୍ୟ ପୂର୍ବରୁ କାମେରନ୍ ଗ୍ରିନ୍ ୱାଙ୍ଖ୍ଡେରେ ୪୭ ବଲ୍ରୁ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏବଂ ସୂର୍ଯ୍ୟକୁମାର ଯାଦବ ୪୯ ବଲ୍ରୁ ଅହମଦାବାଦରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଶତକ ମାରିଥିଲେ । ଉଭୟ ଶତକ ୨୦୨୩ରେ ଆସିଥିଲା । ମ୍ୟାଚ୍ ପରେ ତିଳକ କହିଛନ୍ତି ‘ସ୍ୱାଭାବିକ ଭାବେ ପ୍ରଥମ ଶତକ ସ୍ୱତନ୍ତ୍ର ହୋଇ ରହିବ । ସୋମବାର ରାତିରେ ତିଳକ ବର୍ମା କେବଳ ନିଜ ଫର୍ମକୁ ଫେରିନଥିଲେ, ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ପରାଜୟ ଧାରା ଭାଙ୍ଗିଥିଲା । ତିଳକ ନିଜ ପ୍ରଥମ ଆଇପିଏଲ୍ ଶତକ ଜମାଇବା ସହିତ ଏକାଧିକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି ନିଜର ଏହି ସ୍ମରଣୀୟ ତଥା ସ୍ୱତନ୍ତ୍ର ପାଳି ଅବସରରେ । ମାତ୍ର ୩୩ ବଲ୍ରୁ ୫୦ ଏବଂ ପରବର୍ତୀ ୧୨ ବଲ୍ରୁ ଆଉ ୫୦ ରନ୍ ସହ ତିଳକ ୪୫ ବଲ୍ରୁ ଶତକ ପୂର୍ଣ୍ଣ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହା ରେକର୍ଡ ସମକକ୍ଷ ଦ୍ରୁତତମ ଶତକ ହୋଇଛି । ପୂର୍ବରୁ ସନଥ ଜୟସୁରିଆ ମଧ୍ୟ ୪୫ ବଲ୍ରୁ (ବନାମ ସିଏସ୍କେ, ୨୦୦୮) ଶତକ ମାରିଥିଲେ।

ତେବେ ତିଳକ ୨୩ ବର୍ଷ ୧୬୩ ଦିନରେ ତିନି ଅଙ୍କ ଛୁଇଁଥିବାରୁ ଦଳର ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି । ମୁମ୍ବାଇ ପାଇଁ ମଧ୍ୟ ପୂର୍ବରୁ କାମେରନ୍ ଗ୍ରିନ୍ ୱାଙ୍ଖ୍ଡେରେ ୪୭ ବଲ୍ରୁ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏବଂ ସୂର୍ଯ୍ୟକୁମାର ଯାଦବ ୪୯ ବଲ୍ରୁ ଅହମଦାବାଦରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଶତକ ମାରିଥିଲେ । ଉଭୟ ଶତକ ୨୦୨୩ରେ ଆସିଥିଲା । ମ୍ୟାଚ୍ ପରେ ତିଳକ କହିଛନ୍ତି ‘ସ୍ୱାଭାବିକ ଭାବେ ପ୍ରଥମ ଶତକ ସ୍ୱତନ୍ତ୍ର ହୋଇ ରହିବ । ତଥାପି ପ୍ରତିଟି ମ୍ୟାଚ୍ ଏବେ ଆମ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ’। ସୋମବାର ରାତିରେ ତିଳକଙ୍କ ପାଳି ଦୁଇ ଭାଗରେ ବିଭକ୍ତ ଥିଲା । ପ୍ରଥମ ୨୨ ବଲ୍ ପର୍ଯ୍ୟନ୍ତ ସେ ଏକ, ଦୁଇ ରନ୍ ନେଇ ବିନା ବାଉଣ୍ଡରିରେ ମାତ୍ର ୧୯ ରନ୍ କରିଥିଲେ । ପରବର୍ତ୍ତୀ ୨୩ ବଲ୍ରୁ ସେ ୮୯ ରନ୍ ଯୋଡ଼ିଥିଲେ ।
ଅହମ୍ମଦାବାଦରେ ମୁମ୍ବାଇ ଇଣ୍ଡିଆନ୍ସ କେବେ ବି ଗୁଜରାଟକୁ ହରାଇନଥିବାବେଳେ ସୋମବାର ରାତିରେ ନିଜ ଆଇପିଏଲ୍ ଇତିହାସରେ ସର୍ବବୃହତ (ରନ୍ ବ୍ୟବଧାନ) ପରାଜୟ ବରଣ କରିଛି । ୯୯ ରନ୍ ପୂର୍ବରୁ ଗତବର୍ଷ ଜିଟି ୮୩ ରନ୍ରେ ସିଏସ୍କେଠାରୁ ହାରିଥିଲା । ଅହମ୍ମଦାବାଦରେ କିନ୍ତୁ ମୁମ୍ବାଇ ପଞ୍ଚମ ମୁକାବିଲାରେ ପ୍ରଥମ ଥର ଗୁଜରାଟକୁ ପରାସ୍ତ କରିଛି । ମୋଟ ଉପରେ ଏହି ପଡ଼ିଆରେ ମୁମ୍ବାଇ ୮ରୁ ୨ ଜିତିଛି । ୨୦୧୪ରେ ଶେଷ ଥର ପାଇଁ ଏଠାରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ୬୦ ମ୍ୟାଚ୍ ଅପେକ୍ଷା ପରେ ତିଳକ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି । ତିଳକଙ୍କ ପୂର୍ବରୁ କେବଳ ପାର୍ଥିବ ପଟେଲ୍ଙ୍କୁ ଲମ୍ବା ପ୍ରତୀକ୍ଷା (୬୩ ମ୍ୟାଚ୍) କରିବାକୁ ପଡ଼ିଥିଲା । ବିଶେଷ କରି ଶେଷ ୬ ଓଭରରୁ ସେ ୮୨ ରନ୍ ଯୋଡ଼ିବା ମୁମ୍ବାଇକୁ ୧୯୯ ରନ୍ୟରେ ପହଞ୍ଚାଇଥିଲା । ବିଶେଷ କରି ୧୪ତମ ଓଭର ପରବର୍ତୀ ଷ୍ଟ୍ରାଟେଜିକ୍ ଟାଇମ୍ଆଉଟ୍ ସମୟରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ହୋଇଥିବା ଯୋଜନା ପରେ ତିଳକ ତାଙ୍କ ଗିୟର ବଦଳାଇଥିଲେ । ଯେଉଁ ବୋଲରଙ୍କ ବିପକ୍ଷରେ ତିଳକ ସଂଘର୍ଷ କରୁଥିଲେ ତାଙ୍କୁ ହିଁ ଆକ୍ରମଣ କରିଥିଲେ । ପ୍ରସିଦ୍ଧ କୃଷ୍ଣ, ରସିଦ୍ ଖାନ୍ଙ୍କୁ ମାମୁଲି ସାବ୍ୟସ୍ତ କରିଥିଲେ । ୧୯ତମ ଓଭରରେ ଯୁବ ଖେଳାଳି ଅଶୋକ ଶର୍ମାଙ୍କୁ ଲଗାତାର ଭାବେ ୬, ୪, ୪, ୬, ୬ ମାରି ୨୬ ରନ୍ ଆଦାୟ କରିବା ଏବଂ ଶେଷ ଓଭରରେ ପ୍ରସିଦ୍ଧ କୃଷ୍ଣଙ୍କୁ ୨ ଲେଖାଏଁ ଚୌକା ଓ ଛକା ମାରି ଶତକ ସ୍ୱପ୍ନ ପୂରଣ କରିଥିଲେ । ଶେଷରେ ‘କର ବା ମର’ ସ୍ଥିତିରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଶ୍ୱସ୍ତ ହୋଇଛି । ବିଶେଷ କରି ଡେଥ୍ ଓଭର ବେଳକୁ ତିଳକ ବର୍ମା ୩୬୫.୫୨ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରି ଅନେକଙ୍କୁ ଚକିତ କରିର ଦେଇଛନ୍ତି ।






