AK ଇରାନ ଦେଶର କିଛି ଅଂଶରୁ ବିମାନ ଚଳାଚଳ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛି । ଇରାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଶନିବାର ଏହା ଘୋଷଣା କରିଛନ୍ତି ।

ଇରାନ ଦେଶର କିଛି ଅଂଶରୁ ବିମାନ ଚଳାଚଳ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛି । ଇରାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଶନିବାର ଏହା ଘୋଷଣା କରିଛନ୍ତି । କର୍ତ୍ତୃପକ୍ଷ କହିଛନ୍ତି ଯେ, ଇରାନ ଏହାର ପୂର୍ବ ଭାଗ ଦେଇ ଯାଉଥିବା ଅନ୍ତର୍ଜାତୀୟ ବିମାନ ପାଇଁ ଆଂଶିକ ଭାବରେ ନିଜର ଆକାଶ ମାର୍ଗ ଖୋଲି ଦେଇଛି। ଫେବ୍ରୁଆରି ୨୮ ତାରିଖରେ ଇସ୍ରାଏଲ ଏବଂ ଆମେରିକାର ଇରାନ ଉପରେ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବିମାନ ପାଇଁ ଆକାଶ ମାର୍ଗ ବନ୍ଦ କରାଯାଇଥିଲା । କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି, ଇରାନର ଆକାଶ ମାର୍ଗର ପୂର୍ବ ଭାଗରେ ଥିବା ବିମାନ ମାର୍ଗଗୁଡ଼ିକ ଅନ୍ତର୍ଜାତୀୟ ବିମାନ ପାଇଁ ଖୋଲା ଅଛି। ଅନେକ ବିମାନବନ୍ଦର ମଧ୍ୟ ଖୋଲାଯାଇଛି । ଇରାନ ଦ୍ୱାରା ଆକାଶ ମାର୍ଗ ଖୋଲିବା ସତ୍ତ୍ୱେ, ବିମାନ କମ୍ପାନିଗୁଡ଼ିକ ଏହି ମାର୍ଗ ଗ୍ରହଣ କରିବାରେ ସତର୍କତା ଅବଲମ୍ବନ କରୁଛନ୍ତି । ଫ୍ଲାଇଟ୍ ଟ୍ରାକର ୱେବସାଇଟ୍ ରିପୋର୍ଟ କରିଛି ଯେ, ଆକାଶ ମାର୍ଗ ପୁନଃ ଖୋଲିବାର ପ୍ରାରମ୍ଭିକ କିଛି ଘଣ୍ ମଧ୍ୟଟାରେ କୌଣସି ଅନ୍ତର୍ଜାତୀୟ ବିମାନ ଇରାନ ଦେଇ ଯାଇ ନଥିଲା ।






