ସମ୍ପୂର୍ଣ୍ଣ ଘଟଣା ଥିଲା ଏଭଳି ରାଜଧାନୀ ଉପକଣ୍ଠ ବାଲିଅନ୍ତା ନିକଟରେ ପ୍ରଥମେ ଦୁଇଜଣ ଯୁବକ ରାସ୍ତାରେ ଯାଉଥିବା ଯୁବତୀଙ୍କ ସହ ମୋଟରସାଇକେଲ ଧକ୍କା କରିଥିଲେ । ଏହାଉପରେ ଏହି ଦୁର୍ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାର୍ଟିତୁଣ୍ଡ ହୋଇଥିଲା । ଏସବୁ ଭିତରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ କି ଦୁଇ ଯୁବକ ସେମାନଙ୍କ ସହ ଅସଦାଚରଣ କରିଛନ୍ତି । ବ୍ୟବସ୍ଥା ଅଛି, କିନ୍ତୁ ତାହା ବ୍ୟବସ୍ଥିତ ନୁହେଁ । ଆଇନ ଅଛି, କିନ୍ତୁ ଆଇନକୁ ବିଶ୍ୱାସ କରିବାକୁ ବାଧ୍ୟ ନୁହେଁ ।

ଯାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଖୋଦ ରାଜଧାନୀ ଉପକଣ୍ଠରେ । ଏଠାରେ ଦୁଇଜଣ ଯୁବକଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଶିବା ପରେ ଲୋକମାନେ ଉତ୍ୟକ୍ତ ହୋଇପଡ଼ିଥିଲେ । ଦୁଇ ଯୁବକଙ୍କ ମଧ୍ୟରୁ ଜଣକୁ ପାଇଯିବା ପରେ ତାଙ୍କୁ ପିଟି ପିଟି ହତ୍ୟା କରିଦେଇଛନ୍ତି । ଯାହାକୁ ନେଇ ଏବେ ରାଜ୍ୟର ଆଇନଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମ୍ପୂର୍ଣ୍ଣ ଘଟଣା ଥିଲା ଏଭଳି ରାଜଧାନୀ ଉପକଣ୍ଠ ବାଲିଅନ୍ତା ନିକଟରେ ପ୍ରଥମେ ଦୁଇଜଣ ଯୁବକ ରାସ୍ତାରେ ଯାଉଥିବା ଯୁବତୀଙ୍କ ସହ ମୋଟରସାଇକେଲ ଧକ୍କା କରିଥିଲେ । ଏହାଉପରେ ଏହି ଦୁର୍ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାର୍ଟିତୁଣ୍ଡ ହୋଇଥିଲା । ଏସବୁ ଭିତରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ କି ଦୁଇ ଯୁବକ ସେମାନଙ୍କ ସହ ଅସଦାଚରଣ କରିଛନ୍ତି । ଏହି ଅଭିଯୋଗକୁ ନେଇ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇପଡ଼ିଥିଲେ । ଖବର ପାଇଁ ପୁଲିସ ଘଟଣା ସ୍ଥଳରେ ପହଂଚିବା ପରେ ମଧ୍ୟ ଉତ୍ୟକ୍ତ ଲୋକଙ୍କ ଶାନ୍ତ କରିବାରେ ପୁଲିସ ସକ୍ଷମ ହୋଇନଥିଲା । ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ପିଟି ପିଟି ହତ୍ୟା କରିଦେଇଛନ୍ତି । ମୃତକ ଜଣଙ୍କ ହେଲେ ଅଡ଼ଶପୁରର ସୌମ୍ୟରଂଜନ ସ୍ୱାଇଁ । ଅନ୍ୟଜଣେ ଯୁବକ ଓମ୍ ପ୍ରକାଶ ରାଉତ ଆହତ ହୋଇଛନ୍ତି । ତାଙ୍କୁ ପୁଲିସ ଉଦ୍ଧାର କରି ଥାନାରେ ଅଟକ ରଖିଛି । ସେପଟେ ମୃତକଙ୍କ ମା’ ଅଭିଯୋଗ କରିଛନ୍ତି କି, ଏହା ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଏହି ହତ୍ୟା ପଛରେ ପ୍ରେମ ସମ୍ପର୍କ ରହିଥିବା ମୃତ ଯୁବକଙ୍କ ମା’ ଅଭିଯୋଗ କରିଛନ୍ତି ।






