AK ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ । ଏଥିପାଇଁ ଚଳଚଞ୍ଚଳ ହୋଇଛି ମଧୁବାବୁଙ୍କ ଜନ୍ମମାଟି କଟକ ଜିଲ୍ଲାର ସତ୍ୟଭାମାପୁର । ପ୍ରଥମ ଓଡ଼ିଆ ଭାବେ ବିଦେଶ ଯାଇ ପାଠ ପଢିଥିବା ଉତ୍କଳ ଗୌରବ, ରାଜ୍ୟ ବାହାରେ ଏମିତିକି ଦେଶ ବାହାରେ ନିଜକୁ ପ୍ରତିଷ୍ଠିତ କରିଥିଲେ ।

ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ । ଏଥିପାଇଁ ଚଳଚଞ୍ଚଳ ହୋଇଛି ମଧୁବାବୁଙ୍କ ଜନ୍ମମାଟି କଟକ ଜିଲ୍ଲାର ସତ୍ୟଭାମାପୁର । ପ୍ରଥମ ଓଡ଼ିଆ ଭାବେ ବିଦେଶ ଯାଇ ପାଠ ପଢିଥିବା ଉତ୍କଳ ଗୌରବ, ରାଜ୍ୟ ବାହାରେ ଏମିତିକି ଦେଶ ବାହାରେ ନିଜକୁ ପ୍ରତିଷ୍ଠିତ କରିବାର ସବୁ ସୁଯୋଗକୁ ଏଡାଇ ଯାଇ ନିଜ ଜନ୍ମଭୂମିକୁ କର୍ମକ୍ଷେତ୍ର କରିବାର ସଂକଳ୍ପ ନେଇ ଓଡ଼ିଶା ଫେରି ଆସିଥିଲେ । ଜନ୍ମମାଟି ସତ୍ୟଭାମାପୁର ଓ କଟକ ସହର ପାଲଟିଥିଲା ତାଙ୍କ କର୍ମକ୍ଷେତ୍ର । ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହେଉ କିମ୍ବା ଓଡ଼ିଶାର ଅସ୍ମିତା ଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରାର ସୁରକ୍ଷା, ଓଡ଼ିଆ ଜାତିର ଅସ୍ତିତ୍ବ ପ୍ରତି ସୃଷ୍ଟି ହୋଇଥିବା ଅନେକ ବିପଦ ସମୟରେ ମଧୁବାବୁ ଚଟାଣ ଭଳି ସାମ୍ନାରେ ରହି ସୁରକ୍ଷା କବଚ ପାଲଟିଥିଲେ । ମଧୁ ବାବୁଙ୍କୁ ଓଡ଼ିଆ ଜାତିର ପିତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ଜାତି ଗୋଟିଏ ସମୟରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ପୁଣ୍ୟତିଥି ପାଳନକୁ ବି ଭୁଲି ଯାଇଥିଲା । ଉତ୍କଳ ଗୌରବଙ୍କ ୧୫୦ତମ ଜୟନ୍ତୀ ପରେ ଯାଇ ଏ ଦିଗରେ ବିଧିବଦ୍ଧ ପ୍ରୟାସ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ସତେ ଯେମିତି ଜୟନ୍ତୀ ଓ ପୁଣ୍ୟତିଥି ପାଳନରେ ସୀମିତ ରହିଯାଇଛି ଉତ୍କଳ ଗୌରବଙ୍କ ପ୍ରତି ଏ ଜାତିର ଋଣ ପରିଶୋଧ । କଟକ ଗୋରାକବରଠାରେ ମଧୁସୂଦନ ଦାସଙ୍କ ସମାଧି ପୀଠରେ ମଧ୍ୟ ମଧୁବାବୁଙ୍କ ଜନ୍ମଜୟନ୍ତୀଙ୍କୁ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା , ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, କଟକ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇଛନ୍ତି। ପ୍ରଥମେ ମଧୁବାବୁଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।






