AK ସଂସଦ ଭବନ ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ରିପୋର୍ଟଗୁଡ଼ିକ ଚିନ୍ତା ପ୍ରକଟ କରିଛି । ଗୁଇନ୍ଦା ରିପୋର୍ଟ ଆଧାରରେ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।ବାଂଲାଦେଶରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଶନିବାର ଦିନ ଦେଶବ୍ୟାପୀ ସୁରକ୍ଷା ସତର୍କତା ଜାରି କରାଯାଇଛି । ସଂସଦ ଭବନ ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ରିପୋର୍ଟଗୁଡ଼ିକ ଚିନ୍ତା ପ୍ରକଟ କରିଛି । ଗୁଇନ୍ଦା ରିପୋର୍ଟ ଆଧାରରେ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ସେ ଏହି ସତର୍କତାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଗୋପନୀୟ ବୋଲି କୁହାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି ।

ବାଂଲା ଦୈନିକ ପ୍ରଥମ ଆଲୋ ରିପୋର୍ଟ କରିଛି ଯେ, ପୁଲିସ ମୁଖ୍ୟାଳୟର ଚିଠିରେ ସଂସଦ ପରିସର, ପୂଜାସ୍ଥଳ, ମନୋରଞ୍ଜନ ସୁବିଧା, ସାମରିକ ଏବଂ ପୁଲିସ ପ୍ରତିଷ୍ଠାନ ଉପରେ ସମନ୍ୱିତ ଆକ୍ରମଣ ବିଷୟରେ ଚେତାବନୀ ଦିଆଯାଇଛି। ଅସ୍ତ୍ରାଗାରଗୁଡ଼ିକୁ ମଧ୍ୟ ସମ୍ଭାବ୍ୟ ଟାର୍ଗେଟ ଭାବରେ ତାଲିକାଭୁକ୍ତ କରାଯାଇଛି। ଡେଲି ଷ୍ଟାର ଏବଂ ଅନ୍ୟାନ୍ୟ ଖବରକାଗଜ ରିପୋର୍ଟ କରିଛନ୍ତି ଯେ, ଏକ ନିଷିଦ୍ଧ ଆତଙ୍କବାଦୀ ସଂଗଠନର କାର୍ଯ୍ୟକର୍ତ୍ତା ଇସ୍ତିଆକ୍ ଅହମ୍ମଦ ସାମି ଓରଫ ଆବୁ ବକ୍କରଙ୍କୁ ସମ୍ପ୍ରତି ଗିରଫ କରାଯିବା ପରେ ଏହି ସତର୍କତା ଜାରି କରାଯାଇଛି। ତାଙ୍କର ଦୁଇ ଜଣ ବହିଷ୍କୃତ ସେନା କର୍ମଚାରୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ହୋଇଛି । ରିପୋର୍ଟ ଅନୁଯାୟୀ, ଚିଠିରେ ସମ୍ଭାବ୍ୟ ଆକ୍ରମଣ ପଛରେ ଥିବା ଦୁଇଜଣ ପ୍ରମୁଖ ଯୋଜନାକାରୀଙ୍କ ପ୍ରୋଫାଇଲ୍ ମଧ୍ୟ ଅନ୍ତର୍ଭୁକ୍ତ, ଯଦିଓ କୌଣସି ସଂଗଠନର ନାମ ପ୍ରକାଶ କରାଯାଇ ନାହିଁ। ଏଥିରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଦେଶର ସାମଗ୍ରିକ ସୁରକ୍ଷା ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ବର୍ଣ୍ଣନା କରାଯାଇଛି। ଆତଙ୍କବାଦୀ ଗୋଷ୍ଠୀ ଆକ୍ରମଣ କରିବା ପାଇଁ ଅନେକ ପଦ୍ଧତି ବ୍ୟବହାର କରିପାରନ୍ତି ସତର୍କ ସୂଚନା ଜାରି କରାଯାଇଛି। ପୁଲିସ ମୁଖ୍ୟାଳୟ ସିଆଇଡି, ସ୍ପେଶାଲ୍ ବ୍ରାଞ୍ଚ (ଏସବି), ଏବଂ କାଉଣ୍ଟର ଟେରୋରିଜିମ୍ ଆଣ୍ଡ୍ ଟ୍ରାନ୍ସନ୍ୟାସନାଲ୍ କ୍ରାଇମ୍ସ (ସିଟିଟିସି) ୟୁନିଟ୍ ସମେତ ସ୍ୱତନ୍ତ୍ର ପୁଲିସ ୟୁନିଟ୍ଗୁଡ଼ିକୁ ସତର୍କତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ସାରା ଦେଶରେ ସାଧାରଣ ପୁଲିସ ବିଭାଗକୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି ।






