ଜଷ୍ଟିସ୍ ଆର୍.କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଉରକେଲା ମହାନଗର ନିର୍ବାଚନ ସଂପର୍କିତ ତିନୋଟି ମାମଲାର ଏକତ୍ର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି । ମହାନଗର ନିଗମ ପାଇଁ ନିର୍ଦ୍ଦିଷ୍ଟ ଜନସଂଖ୍ୟା ନିୟମ ରହିଥିବା ବେଳେ ଏହି ମାନଦଣ୍ଡ ପୂରଣ ପାଇଁ ରାଉରକେଲା ସହରର ନିକଟରେ ଥିବା କେତେକ ପଞ୍ଚାୟତକୁ ମହାନଗର ନିଗମ ଅଞ୍ଚଳରେ ସାମିଲ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ରାଉରକେଲା ମହାନଗର ନିର୍ବାଚନକୁ ମିଳିଲା ଗ୍ରିନ ସିଗନାଲ। ୨୦୧୪ ନଭେମ୍ବର ୧୪ରେ ରାଉରକେଲା ପୌର ପରିଷଦକୁ ମହାନଗର ନିଗମରେ ପରିଣତ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାକୁ ବିରୋଧ କରି ହାଇକୋର୍ଟରେ ମାମଲା ହୋଇଥିଲା । ୨୦୧୫ରୁ ବିଚାରାଧୀନ ଦୁଇ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଏଥିସହିତ ୨୦୧୪ ନଭେମ୍ବର ୧୪ର ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରି ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶକୁ ଉଠାଇ ଦେଇଛନ୍ତି । ତୁରନ୍ତ ମହାନଗର ନିଗମ ନିର୍ବାଚନ ପାଇଁ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ୍ ଆର୍.କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଉରକେଲା ମହାନଗର ନିର୍ବାଚନ ସଂପର୍କିତ ତିନୋଟି ମାମଲାର ଏକତ୍ର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି । ମହାନଗର ନିଗମ ପାଇଁ ନିର୍ଦ୍ଦିଷ୍ଟ ଜନସଂଖ୍ୟା ନିୟମ ରହିଥିବା ବେଳେ ଏହି ମାନଦଣ୍ଡ ପୂରଣ ପାଇଁ ରାଉରକେଲା ସହରର ନିକଟରେ ଥିବା କେତେକ ପଞ୍ଚାୟତକୁ ମହାନଗର ନିଗମ ଅଞ୍ଚଳରେ ସାମିଲ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ଏହି ପ୍ରସଙ୍ଗରେ ଆପତ୍ତି ଆହ୍ବାନ କରାଯାଇଥିଲା। ଆପତ୍ତିକୁ ବିଚାରକୁ ନେବା ପରେ ୨୦୧୪ର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଉରକେଲା ପୌର ପରିଷଦର ୩୩ଟି ୱାର୍ଡ ସହିତ ଜଗଦା, ଝରତରଙ୍ଗ ପଞ୍ଚାୟତର କେତେକ ଗ୍ରାମ, ରାଉରକେଲା ଟାଉନ୍ ୟୁନିଟ୍-୪୮ର କେତେକ ଅଞ୍ଚଳକୁ ପୌର ନିଗମରେ ଅନ୍ତର୍ଭୁକ୍ତ କରି ୨୦୧୪ ନଭେମ୍ବର ୧୪ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜଗଦା ଓ ଝରତରଙ୍ଗ ପଞ୍ଚାୟତର କିଛି ବାସିନ୍ଦା ଏହାକୁ ବିରୋଧ କରି ୨୦୧୫ରେ ହାଇକୋର୍ଟ ଯାଇଥିଲେ। ୨୦୧୫ ମାର୍ଚ୍ଚ ୨୬ରେ ହାଇକୋର୍ଟ ମାମଲାର ଶୁଣାଣି କରି ୨୦୧୪ ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ଏପରି ଆଇନଗତ ବିବାଦ ପାଇଁ ଆରଏମ୍ସି ନିର୍ବାଚନ ହୋଇପାରୁ ନଥିଲା । ଏହି ଦୁଇ ମାମଲା ବିଚାରାଧୀନ ଥିବା ବେଳେ ପୂର୍ବତନ ନଗରପାଳ ନିହାର ରାୟ ମହାନଗର ନିର୍ବାଚନ ନେଇ ୨୦୨୧ରେ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ ।






