AK ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ବାରମ୍ବାର ଘାତକ ଡ୍ରୋନ୍ ଆକ୍ରମଣ ହେଉଛି ଯାହାକୁ ନେଇ ଭାରତ ମଧ୍ୟ ସତର୍କ ହୋଇଯାଇଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜ ଶକ୍ତିକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡ଼ିଛି ।ପୁରାଣରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଏବଂ ବିଶାଳ ସର୍ପ ରୂପେ ଶେଷନାଗଙ୍କୁ ଚିତ୍ରିତ କରାଯାଇଛି । ଶେଷନାଗଙ୍କ ଶକ୍ତି ଆଗରେ ସବୁ କିଛି ଯେମିତି ତୁଚ୍ଛ । ଆଉ ଏହି ନାମକୁ ଶସ୍ତ୍ର କରି ଏବେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜର ଶକ୍ତିଶାଳୀ ଅସ୍ତ୍ର ଲଞ୍ଚ୍ କରିବାକୁ ଯାଉଛି । ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ବାରମ୍ବାର ଘାତକ ଡ୍ରୋନ୍ ଆକ୍ରମଣ ହେଉଛି ଯାହାକୁ ନେଇ ଭାରତ ମଧ୍ୟ ସତର୍କ ହୋଇଯାଇଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜ ଶକ୍ତିକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡ଼ିଛି ।

ଏହି ପରିପ୍ରେକ୍ଷୀରେ ଶେଷନାଗ ଆକୃତିର ଏକ ଡ୍ରୋନ୍ ଖୁବଶୀଘ୍ର ସେନାର ନୌବାହିନୀରେ ସାମିଲ କରାଯିବ । ଉଲ୍ଲେଖଯୋଗ୍ୟ ଯେ ଶେଷନାଗ ଡ୍ରୋନ୍ ପୋଖରାନରେ ସଫଳତାର ସହ ପରୀକ୍ଷଣ କରାଯାଇଛି । ୧୦୦୦ କିଲୋମିଟର ପରିସର ସହିତ ଭବିଷ୍ୟତରେ ଯଦି ଶତ୍ରୁ ଦେଶ କୌଣସି ଘୃଣ୍ୟ କାର୍ଯ୍ୟକଳାପ କରିବାକୁ ଚେଷ୍ଟା କରେ ତେବେ ଶେଷନାଗ ଭାରତୀୟ ସେନା ପାଇଁ ଏକ ଗେମଚେଞ୍ଜର୍ ପ୍ରମାଣିତ ହେବ । ମୋଟାମୋଟି ଭାବରେ କହିବାକୁ ଗଲେ ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଆଧୁନିକ ଯୁଦ୍ଧର ରୂପ ବଦଳାଇ ଦେଇଛି । ଆମେରିକା, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲା କାରଣ ଏଥିରେ ସର୍ବାଧିକ ସଂଖ୍ୟକ ଡ୍ରୋନ୍ ଏବଂ ଏଆଇ-ଆଧାରିତ ଆକ୍ରମଣ ଦେଖାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପୋଖରାନରେ ଶେଷନାଗ-୧୫୦ ସ୍ୱର୍ମିଂ ଆଟାକ୍ ଡ୍ରୋନ୍ ସଫଳତାର ସହିତ ପରୀକ୍ଷଣ କରିଥିଲା ଯାହା ଶତ୍ରୁଙ୍କୁ ଏହି ପରିପ୍ରେକ୍ଷୀରେ ଶେଷନାଗ ଆକୃତିର ଏକ ଡ୍ରୋନ୍ ଖୁବଶୀଘ୍ର ସେନାର ନୌବାହିନୀରେ ସାମିଲ କରାଯିବ । ଉଲ୍ଲେଖଯୋଗ୍ୟ ଯେ ଶେଷନାଗ ଡ୍ରୋନ୍ ପୋଖରାନରେ ସଫଳତାର ସହ ପରୀକ୍ଷଣ କରାଯାଇଛି । ୧୦୦୦ କିଲୋମିଟର ପରିସର ସହିତ ଭବିଷ୍ୟତରେ ଯଦି ଶତ୍ରୁ ଦେଶ କୌଣସି ଘୃଣ୍ୟ କାର୍ଯ୍ୟକଳାପ କରିବାକୁ ଚେଷ୍ଟା କରେ ତେବେ ଶେଷନାଗ ଭାରତୀୟ ସେନା ପାଇଁ ଏକ ଗେମଚେଞ୍ଜର୍ ପ୍ରମାଣିତ ହେବ । ମୋଟାମୋଟି ଭାବରେ କହିବାକୁ ଗଲେ ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଆଧୁନିକ ଯୁଦ୍ଧର ରୂପ ବଦଳାଇ ଦେଇଛି । ଆମେରିକା, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲା କାରଣ ଏଥିରେ ସର୍ବାଧିକ ସଂଖ୍ୟକ ଡ୍ରୋନ୍ ଏବଂ ଏଆଇ-ଆଧାରିତ ଆକ୍ରମଣ ଦେଖାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପୋଖରାନରେ ଶେଷନାଗ-୧୫୦ ସ୍ୱର୍ମିଂ ଆଟାକ୍ ଡ୍ରୋନ୍ ସଫଳତାର ସହିତ ପରୀକ୍ଷଣ କରିଥିଲା ଯାହା ଶତ୍ରୁ ରାଷ୍ଟ୍ର ଏବଂ ବିଶ୍ୱ ଉଭୟକୁ ଏକ ପ୍ରତିରକ୍ଷା ବାର୍ତ୍ତା ଦେଇଥିଲା । ଏହା ଉଲ୍ଲେଖନୀୟ ଯେ ଡ୍ରୋନ୍ ବଳରେ ଇରାନ,ଆମେରିକା ଏବଂ ଏହାର ସହଯୋଗୀମାନଙ୍କୁ ଗ୍ରାଉଣ୍ଡ ଜିରୋରେ ଏକ ଚ୍ୟାଲେଞ୍ଜ ଦେଇଥିଲା ।
ଶେଷନାଗ ଡ୍ରୋନର ବିଶେଷତ୍ୱ କ’ଣ?
ଏହି ଡ୍ରୋନ୍ଟି ନ୍ୟୁସ୍ପେସ୍ ରିସର୍ଚ୍ଚ ଆଣ୍ଡ୍ ଟେକ୍ନୋଲୋଜି ଦ୍ୱାରା ବିକଶିତ ହୋଇଛି ଏବଂ ଏହାର ରେଞ୍ଜ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ଶେଷନାଗର ରହସ୍ୟ ଏହାର ସ୍ବାର୍ମ ଟେକ୍ନୋଲଜିରେ ରହିଛି ଅର୍ଥାତ ନାଁ ଯେମିତି କାମ ବି ସେମିତି । ଯେମିତି ଗୋଟିଏ ସାପର ଫଣା ଏକକାଳୀନ ଆକ୍ରମଣ କରିପାରେ ଠିକ୍ ସେମିତି ଏହି ଡ୍ରୋନ୍ ଏକାଥରେ ଶତ୍ରୁ ଉପରେ ଆକ୍ରମଣ କରିବାର ସାମର୍ଥ୍ୟ ରଖେ । ଏହା ଶତ୍ରୁର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଦ୍ୱନ୍ଦ୍ୱରେ ପକାଏ କାରଣ ଏହା ବୁଝିପାରେ ନାହିଁ ଯେ ଆକ୍ରମଣ କେଉଁଠାରୁ ଆସୁଛି । ଶେଷନାଗ ହେଉଛି ସେନାର ପ୍ରଥମ ଡ୍ରୋନ୍ ଯାହା ନିରନ୍ତର ୬ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଉଡ଼ିପାରିବ ଏବଂ ପ୍ରାୟ ଅନେକ କିଲୋ ପେଲୋଡ୍ ବହନ କରିବାର କ୍ଷମତା ରଖେ । ବର୍ତ୍ତମାନ ଚାଲିଥିବା ଯୁଦ୍ଧ ବିଶ୍ୱକୁ ସଙ୍କେତ ଦେଇଛି ଯେ ଯୁଦ୍ଧ ଆଉ କେବଳ ସ୍ଥଳ, ସମୁଦ୍ର କିମ୍ବା ଆକାଶ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ ବରଂ ଏହା AI ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ହେବ। ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ଦିଗରେ ପ୍ରସ୍ତୁତିକୁ ତୀବ୍ର କରିଛି ।






