AK ୨୦୧୯ ସୁଦ୍ଧା ସାରା ବିଶ୍ୱରେ ୨୬୨ ନିୟୁତ ଆଜ୍ମା ବା ଶ୍ବାସରୋଗୀ ଚିହ୍ନଟ ହୋଇଥିବା ପରିସଂଖ୍ୟାନରୁ ଜଣାପଡ଼େ । ବିଶ୍ବର ସମୁଦାୟ ଆଜ୍ମା ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୩ ପ୍ରତିଶତ ହେଉଛନ୍ତି ଭାରତୀୟ । ୨୦୧୯ ସୁଦ୍ଧା ସାରା ବିଶ୍ୱରେ ୨୬୨ ନିୟୁତ ଆଜ୍ମା ବା ଶ୍ବାସରୋଗୀ ଚିହ୍ନଟ ହୋଇଥିବା ପରିସଂଖ୍ୟାନରୁ ଜଣାପଡ଼େ। ବିଶ୍ବର ସମୁଦାୟ ଆଜ୍ମା ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୩ ପ୍ରତିଶତ ହେଉଛନ୍ତି ଭାରତୀୟ। ପୃଥିବୀର ରୋଗୀ ସଂଖ୍ୟା ତୁଳନାରେ ଆମ ଦେଶରେ ଯଥେଷ୍ଟ କମ୍ ରୋଗୀ ଥିଲେ ମଧ୍ୟ ଏହା ଏକ ପ୍ରମୁଖ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ପାଲଟିବାରେ ଲାଗିଛି। ଯେଉଁ ଆଜ୍ମା ରୋଗୀମାନେ ଇନ୍ହେଲର୍ ଉପରେ ନିର୍ଭର କରୁଛନ୍ତି, ଲୁନ୍ସେକିମିଗ୍ ନାମକ ନୂତନ ଔଷଧ ଏହାର ବିକଳ୍ପ ହୋଇପାରିବ ବୋଲି ଚର୍ଚ୍ଚା ହେଉଛି? ଏହା କିପରି ଜଣେ ରୋଗୀଙ୍କ ପାଇଁ ଉପକାରୀ ହୋଇପାରିବ, ଆସନ୍ତୁ ତା’ ଉପରେ ଆଲୋକପାତ କରିବା । ଲୁନ୍ସେକିମିଗ୍ ନାମରେ ଜଣାଶୁଣା ଔଷଧ ହେଉଛି ଏକ ନିର୍ଦ୍ଦିଷ୍ଟ ଫର୍ମୁଲେସନ୍, ଯାହାକୁ ଶ୍ୱାସନଳୀ ପ୍ରଦାହର ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଛି। କାରଣ ପ୍ରଦାହ ଯୋଗୁଁ ଟିସୁର କ୍ଷତି ହୋଇଥାଏ। ଲୁନ୍ସେକିମିଗ୍ ହେଉଛି ଏକ ପେଣ୍ଟାଭାଲେଣ୍ଟ୍ ନାନୋବଡି, ଯାହା ଆଜ୍ମା ଓ ଶ୍ୱାସକ୍ରିୟାଜନିତ ରୋଗରେ ନଷ୍ଟ ହେଉଥିବା ଟିସୁକୁ ସୁରକ୍ଷା ଦିଏ। ଟିଏସ୍ଏଲ୍ପି ଓ ଆଇଏଲ୍-୧୩ ଆଲର୍ଜିକୁ ଲୁନ୍ସେକିମିଗ୍ ଏକା ସାଙ୍ଗରେ ବ୍ଲକ୍ କରିଥାଏ।

ଲୁନ୍ସେକିମିଗ୍ର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି। ଗମ୍ଭୀର ଆଜ୍ମା ପୀଡ଼ିତ ୧୧୪୭ ଜଣ ବୟସ୍କଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିଲା। ଶ୍ୱାସନଳୀର ପ୍ରଦାହ କମାଇବା ସହ ଫୁସ୍ଫୁସ୍ର କାର୍ଯ୍ୟକଳାପରେ ଉନ୍ନତି ଆଣିବା ଦିଗରେ ଏହା ସକାରାତ୍ମକ ଫଳ ଦେଇଥିଲା। ଏହି ଔଷଧ ସୁରକ୍ଷିତ ବୋଲି ମଧ୍ୟ ଜଣାପଡ଼ିଛି। ଇଓସିନୋଫିଲିକ୍ ଫେନୋଟାଇପ୍ ଥିବା ସିଓପିଡି ରୋଗୀଙ୍କଠାରେ ଏହାକୁ ପରୀକ୍ଷା କରାଯାଉଛି । ଏହାର ପରିଚାଳନା ପାଇଁ ବିଶ୍ବର ୨୫୨ଟି ସ୍ଥାନ ଚୟନ କରାଯାଇଥିଲା । ଫ୍ରାକ୍ସନାଲ୍ ଇନ୍ହେଲ୍ଡ ନାଇଟ୍ରିକ୍ ଅକ୍ସାଇଡ୍ ହ୍ରାସ କରିବା, ଫୁସ୍ଫୁସ୍ର କାର୍ଯ୍ୟ ଉନ୍ନତ କରିବା ଓ ଫ୍ଲେୟାର୍-ଅପ୍ ସମସ୍ୟା କମାଇବା ଦିଗରେ ଏହା କାମ କରୁଥିବା ଫଳାଫଳରୁ ଜଣାପଡ଼ିଛି । ଆମ ଦେଶରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଆଜ୍ମା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏଭଳି କ୍ଷେତ୍ରରେ ରୋଗର ଚିକିତ୍ସା ପାଇଁ ଲୁନ୍ସେକିମିଗ୍ ଔଷଧ କାମରେ ଆସିପାରେ ।
ଏବେଶ୍ୱାସନଳୀର ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ଇନ୍ହିଲ୍ଡ କୋର୍ଟିକୋଷ୍ଟେରୋଏଡ୍ ବା ବାୟୋଲୋଜିକ୍ସ୍ ଔଷଧକୁ ବର୍ତ୍ତମାନ ଆଜ୍ମା ଚିକିତ୍ସାରେ ବ୍ୟବହାର କରାଯାଉଛି । ଏହା ରୋଗୀଙ୍କ ଶରୀରରେ ଆଜ୍ମାର ପ୍ରଭାବ ଓ ଗମ୍ଭୀରତା ବିରୋଧରେ ଲଢ଼ିଥାଏ । ଇନ୍ହେଲର୍ ବ୍ୟବହାର କମାଇବାରେ ଲୁନ୍ସେକିମିଗ୍ ସହାୟକ ହୋଇପାରେ ବୋଲି ଗବେଷକ ଚିନ୍ତା କରୁଛନ୍ତି । କାରଣ ଔଷଧ ଶ୍ୱାସନଳୀରେ ପହଞ୍ଚିବା ନିଶ୍ଚିତ କରିବା ପାଇଁ ଇନ୍ହେଲର୍ ଉପକରଣ ପାଖରେ ରଖିବା ଦରକାର ହୋଇଥାଏ । ଇନ୍ହେଲର୍ ସ୍ୱଳ୍ପମିଆଦୀ ଆଶ୍ବସ୍ତି ପ୍ରଦାନ ସହ ଶ୍ୱାସନଳୀର ପ୍ରଦାହ କମ୍ କରିଥାଏ । ଏଥିସହିତ ଶ୍ୱାସରୁଦ୍ଧ ହେଲା ଭଳି ପରିସ୍ଥିତିରେ ତୁରନ୍ତ ଆରାମ ଦେଇଥାଏ। ଲୁନ୍ସେକିମିଗ୍ ଭଳି ପ୍ରଭାବଶାଳୀ ଔଷଧ ଏହାର ସ୍ଥାନ ନେଇପାରିବ ବୋଲି କୁହାଯାଉଛି । ଏହାର ପରୀକ୍ଷଣ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟରେ ଅଛି ଓ ଆଜ୍ମା ରୋଗୀଙ୍କ ଉପରେ ଏହା କିଭଳି ପ୍ରଭାବ ପକାଉଛି, ତାହା ପ୍ରମାଣ କରି ଜାଣିବାକୁ ଅଧିକ ପରୀକ୍ଷଣର ଆବଶ୍ୟକତା ରହିଛି। ଏହି ଔଷଧ ବ୍ୟବହାର ପାଇଁ ଏ ପର୍ଯ୍ୟନ୍ତ ଅନୁମୋଦିତ ହୋଇନାହିଁ । ଶ୍ୱାସଜନିତ ରୋଗର ପ୍ରଭାବ କମାଇବାକୁ ଏହାର ସୁରକ୍ଷିତ ଆବଣ୍ଟନ ପାଇଁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଅବଶ୍ୟକ । ତେବେ ଯେଉଁମାନେ ଇନ୍ହେଲର୍ ମାଧ୍ୟମରେ ଶୀଘ୍ର ଆରାମ ପାଇପାରୁ ନାହାନ୍ତି , ସେମାନଙ୍କ କ୍ଷେତ୍ରରେ ଲୁନ୍ସେକିମିଗ୍ ଖୁବ୍ ଶୀଘ୍ର କାମ କରିବ ବୋଲି ପରୀକ୍ଷଣରୁ ଜଣାପଡ଼ିଛି । ସମ୍ପୂର୍ଣ୍ଣ ପରୀକ୍ଷଣ ଓ ସରକାରୀ ଘୋଷଣା ପରେ ଏହି ଔଷଧ ବଜାରରେ ଉପଲବ୍ଧ ହେବ ।






