AK ଭାରତରେ ଅନେକ ଚମତ୍କାରୀ ମନ୍ଦିର ରହିଛି, କିନ୍ତୁ ରାଜସ୍ଥାନର ମେହେନ୍ଦୀପୁର ବାଲାଜୀ ମନ୍ଦିର ସବୁଠାରୁ ଭିନ୍ନ ଏବଂ ରହସ୍ୟମୟ । ଏଠାକୁ ଭକ୍ତମାନେ କେବଳ ଦର୍ଶନ ପାଇଁ ଆସନ୍ତି ନାହିଁ । ଏଠାକୁ ଭକ୍ତମାନେ କେବଳ ଦର୍ଶନ ପାଇଁ ଆସନ୍ତି ନାହିଁ, ବରଂ ପ୍ରେତ ବାଧା ବା ଦୁଶକ୍ତିରୁ ମୁକ୍ତି ପାଇଁ ଆସିଥାନ୍ତି । ଦୁଇଟି ପାହାଡ଼ ମଝିରେ ଅବସ୍ଥିତ ଏହି ମନ୍ଦିରରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳେ, ଯାହା ବିଜ୍ଞାନର ଯୁକ୍ତିକୁ ମଧ୍ୟ ଭୁଲ୍ ପ୍ରମାଣିତ କରିଦିଏ । ଏହି ମନ୍ଦିରରେ ମୁଖ୍ୟତଃ ତିନୋଟି ଶକ୍ତିଙ୍କୁ ପୂଜା କରାଯାଏ । ପ୍ରଥମେ ବାଲାଜୀ ମହାରାଜ ହନୁମାନ, ଦ୍ୱିତୀୟରେ ପ୍ରେତରାଜ ସରକାର ଏବଂ ତୃତୀୟରେ କୋତୱାଲ ଭୈରବ । କୁହାଯାଏ ଯେ, ପ୍ରେତରାଜ ସରକାରଙ୍କ ଅଦାଲତରେ ଦୋଷୀ ପ୍ରେତ ଆତ୍ମାଙ୍କୁ ଦଣ୍ଡ ଦିଆଯାଏ ଏବଂ ବାଲାଜୀ ସେହି ବ୍ୟକ୍ତିକୁ ଖରାପ ଶକ୍ତି କବଳରୁ ମୁକ୍ତ କରନ୍ତି ।

ମନ୍ଦିର ପରିସରକୁ ପଶିବା ମାତ୍ରେ ଦେହରେ ଏକ ଅଜଣା ଶିହରଣ ଅନୁଭବ ହୁଏ । ଏଠାରେ ଅନେକ ଲୋକଙ୍କୁ ଶୃଙ୍ଖଳିତ ଅବସ୍ଥାରେ ଦେଖିବାକୁ ମିଳେ । ସେମାନେ ନିଜେ ନିଜକୁ ଚାପୁଡ଼ା ମାରିବା, ନିଜ ମୁଣ୍ଡକୁ ପଥରରେ ପିଟିବା କିମ୍ବା ଅଜବ ଶବ୍ଦରେ ଚିତ୍କାର କରିବା ଭଳି ଦୃଶ୍ୟ ସାଧାରଣ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏତେ କଷ୍ଟ ପାଇବା ପରେ ମଧ୍ୟ ସେହି ବ୍ୟକ୍ତିଙ୍କ ଶରୀରରେ କୌଣସି ଯନ୍ତ୍ରଣା ହୁଏ ନାହିଁ । ମନ୍ଦିରରୁ ଫେରିବା ସମୟରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରନ୍ତି । ମେହେନ୍ଦୀପୁର ବାଲାଜୀ ମନ୍ଦିରର କିଛି ଅଜବ ନିୟମ ରହିଛି, ଯାହା ପ୍ରତ୍ୟେକ ଭକ୍ତଙ୍କୁ ମାନିବାକୁ ପଡ଼ିଥାଏ । ଯେମିତି କି… ଦର୍ଶନ ସାରି ଫେରିବା ସମୟରେ କୌଣସି ଭକ୍ତ ପଛକୁ ଚାହିଁବା ଉଚିତ ନୁହେଁ । ବିଶ୍ୱାସ ଅଛି ଯେ, ପଛକୁ ଚାହିଁଲେ ଭୂତ ଆପଣଙ୍କ ପିଛା କରିପାରେ । ମନ୍ଦିର ପରିସର ମଧ୍ୟରେ କିଛି ଖାଇବା ବା ପିଇବା ନିଷେଧ । ଏପରିକି ମନ୍ଦିରରୁ କୌଣସି ପ୍ରସାଦ ବା ଖାଦ୍ୟ ସାମଗ୍ରୀ ଘରକୁ ନେବାକୁ ବାରଣ କରାଯାଇଛି । ମନ୍ଦିର ଭିତରେ କାହା ସହ କଥା ହେବା ବା କାହାକୁ ସ୍ପର୍ଶ କରିବା ପାଇଁ ମଧ୍ୟ ମନା କରାଯାଇଥାଏ । ମନୋବିଜ୍ଞାନୀମାନେ ଏହାକୁ ମାନସିକ ରୋଗ ବୋଲି କହୁଥିଲେ ମଧ୍ୟ, ଏଠାରେ ଘଟୁଥିବା ଘଟଣା ଏବଂ ଲୋକଙ୍କ ଆଶ୍ଚର୍ଯ୍ୟଜନକ ଭାବେ ସୁସ୍ଥ ହେବା ତଥ୍ୟ ଆଜି ବି ବିଜ୍ଞାନ ପାଇଁ ଏକ ପ୍ରହେଳିକା । ବିନା ଔଷଧରେ କେବଳ ବାଲାଜୀଙ୍କ ପୂଜା ଦ୍ୱାରା ଲୋକେ କିପରି ସୁସ୍ଥ ହେଉଛନ୍ତି, ତାହା ରହସ୍ୟମୟ । ଯଦି ଆପଣ ଏହି ରହସ୍ୟକୁ ଅନୁଭବ କରିବାକୁ ଚାହାନ୍ତି ତେବେ ମେହେନ୍ଦୀପୁର ବାଲାଜୀଙ୍କ ଦର୍ଶନ ଥରେ କରନ୍ତୁ । ଏଠାରେ ଭୟ ଅଛି, ଶ୍ରଦ୍ଧା ଅଛି ଏବଂ ଅଛି ଏକ ଅଦୃଶ୍ୟ ଶକ୍ତିର ପ୍ରଭାବ । ଶହ ଶହ ବର୍ଷ ଧରି ଏହି ମନ୍ଦିର କୋଟି କୋଟି ଲୋକଙ୍କ ଆସ୍ଥାର କେନ୍ଦ୍ର ହୋଇ ରହିଛି ।






