ଏ.କେ ବ୍ୟୁରୋ : ଓଡ଼ିଶା ସରକାରଙ୍କ ସେବା ସଙ୍କଳ୍ପ ଅଭିଯାନ 2026 ଅବସରରେ, ପାଳିତ ହେଉଥିବା ସେବା ପକ୍ଷ କାର୍ଯ୍ଯକ୍ରମ ଅଧୀନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଟାରୀ କ୍ଲବ୍ ବାଣପୁର – ବାଲୁଗାଁ ଓ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ସାଙ୍ଗକୁ ବୃ୍ଷରୋପଣ କାର୍ଯ୍ଯକ୍ରମ ଆୟୋଜନ ହୋଇଯାଇଛି।

ଉକ୍ତ କାଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣଙ୍କ ସ୍ୱତଃ ସ୍ପୃତ ଯୋଗଦାନରେ ମୋଟ ୩୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ଓ ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ହୋତା ଅତିଥି ଭାବେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ରକ୍ତଭଣ୍ଡାର ର କର୍ମଚାରି ମାନେ ଏହାକୁ ଗୁରୁତ୍ଵ ଦେଇ ସୁ ପରିଚାଳନା କରିଥିବା ବେଳେ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଏବଂ ରୋଟାରୀ କ୍ଲବ୍ ବାଣପୁର – ବାଲୁଗାଁର ସଦସ୍ୟ ମାନେ ସମ୍ପୁର୍ଣ୍ଣ ଭାବେ ସହଯୋଗ କରିଥିଲେ।






