AK କଟକ ମୁନସିପାଲଟି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଫଳ ଗୋଦାମ ରେ ଚଢ଼ାଉ । କାହିଁକି ଏଭଳି ନିଷ୍ପତି ନିଆଗଲା ତାହା ଅଳ୍ପ ବହୁତ୍ ସମସ୍ତେ ଜାଣିଥିବେ । ଆଗରୁ ହୋଟେଲ, ପାନ ଦୋକାନ ରେ ଚଢ଼ାଉ ଜାରି ରହିଛି ।

ଏବେ କିନ୍ତୁ ଫଳ କୁ କୁତ୍ରିମ ଉପାୟ ରେ ପାଚିବା ଏବଂ ସତେଜ ରଖିବା ପାଇଁ ଇଥୋଫୋନ,କ୍ୟାଲସିୟମ , କାରବାଇଟ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ସେହି ଆଧାର ରେ ଫଳ ଗୋଦାମ ରେ ଚଢ଼ାଉ କରି ଖାଦ୍ୟ ସୁରକ୍ଷା ମାନ ଆଇନ୍ 2006 ଏବଂ ପ୍ରାସଙ୍ଗିକ ନିୟମାବଳୀକୁ ଉଲଘଂନ କରୁଥିବା ଦେଖିବାକୁ ମିଳିଥିଲା । ଏହି କ୍ଷତିକାରୀ ପଦାର୍ଥ ଯେଉଁ ଫଳ ରେ ମିଶାଯାଇ ସେସବୁକୁ ସତେଜ ଓ ପଚେଇବା ପାଇଁ ବ୍ୟବହୃତ କରାଯାଉଛି । ସେସବୁ ଫଳ ଦୀର୍ଘ ଦିନ ଖାଇବା ପରେ ବାନ୍ତି, ଚର୍ମ ରୋଗ,ଓ ଶ୍ୱାସ କ୍ରିୟା ରେ ସମସ୍ୟା ଭଳି ରୋଗ ହେଉଛି ବୋଲି ଜଣାପଡିଛି । କଟକ ପୌର ନିଗମ ପକ୍ଷରୁ ସମସ୍ତ ଫଳ ଗୋଦାମ ମାଲିକ ଙ୍କୁ ଚେତାବନୀ ଦିଆଯାଇଛି । ଆଗାମୀ ଦିନରେ ସହର ର ବିଭିନ୍ନ ଫଳ ଦୋକାନ, ଗୋଦାମ ରେ ନିଗମ ପକ୍ଷରୁ ଚଢଉ ଜାରି ରହିବ।
ଏହି ଚଢାଉ ରେ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର କୁମାର ଶତପଥୀ, ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା, ଭଗବାନ ଲେଙ୍କା ଙ୍କ ସହିତ ନିଗମ ଏନଫୋର୍ସମେଣ୍ଟ ଟିମ୍ ଓ ସ୍ଥାନୀୟ ପୋଲିସ ଉପସ୍ଥିତ ଥିଲେ ।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ ଙ୍କ ରିପୋର୍ଟ ଆପଣଙ୍କ ଖବର






