ମଙ୍ଗଳବାର ସହିଦ ଭବନ ରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ୧୭୮ ତମ ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳନ କରାଯାଇଥିଲା
ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ, ପୂର୍ତ୍ତ ବିଭାଗ ତଥା ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ କହିଛନ୍ତି କଟକ ରେ ଖୁବ୍ ଶୀଘ୍ର ଲୟର ଏକାଡେମୀ ସ୍ଥାପନ କରାଯିବ
ଏହାଛଡା ୱେଲଫେଆର ଫଣ୍ଡ ୧୦ କୋଟି ଥିବା ବେଳେ ଏହାକୁ ୧୫ କୋଟି ବୃଦ୍ଧି କରାଯିବ।

ଆଇନଜୀବୀ ମାନଙ୍କ ସ୍ୱାସ୍ଥ୍ୟ ବୀମା ଏବଂ ଜୁନିଅର୍ ମାନଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ ସଂକ୍ରାନ୍ତରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି
ବାର ଆସୋସିଏସନ୍ ସଭାପତି ବରିଷ୍ଠ ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାୟ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବାର୍ ଆସୋସିଏସନ୍ ର ସମ୍ପାଦକ ଆଇନଜୀବୀ ହୃଦାନନ୍ଦ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ
ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଓଡିଶା ହାଇକୋର୍ଟ ର ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ମଧୁ ବାବୁ ଙ୍କ ଆଦର୍ଶ ରେ ଆଇନଜୀବୀ ମାନେ ଅନୁପ୍ରାଣିତ ହୁଅନ୍ତୁ ବୋଲି ନିଜର ମତ ବ୍ୟକ୍ତ କରିଥିଲେ
ମୁଖ୍ୟ ବକ୍ତା ଭାବେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଓଡ଼ିଶା ପ୍ରତି ମଧୁବାବୁ ଙ୍କ ଅବଦାନ ଓ ସଂଘର୍ଷ ଯାତ୍ରା ଉପରେ ଆଲୋକପାତ କରିଥିଲେ
ଏହି ଅବସର ରେ ୬ ଜଣ ଆଇନଜୀବୀ ଙ୍କୁ
“ମଧୁସୂଦନ ସମ୍ମାନ -୨୦୨୬”ପ୍ରଦାନ କରାଯାଇଥିଲା
ବାର ଆସୋସିଏସନ୍ ର ଉପ ସଭାପତି ପ୍ରଦୀପ କୁମାର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ






