AK ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବ ନିଯୁକ୍ତ ଅଧ୍ୟକ୍ଷ ଡମ୍ବରୁଧର କହଁର ଆଜି କଣ୍ଟାମାଳ ବ୍ଲକ ଗସ୍ତ କରିଛନ୍ତି ।

ଗସ୍ତ ସମୟରେ ସେ ବାଲିଗୁଡାର ପୂର୍ବତନ ବିଧାୟକ ତଥା ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଭଗବାନ କହଁରଙ୍କୁ ଭେଟି ଅଞ୍ଚଳର ବିକାଶ ଓ ଆଦିବାସୀ ମାନଙ୍କ ଉନ୍ନତି ସମ୍ପର୍କରେ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ସେ ବିଭିନ୍ନ ରାଜନେତା, ବ୍ୟକ୍ତିବିଶେଷ ଏବଂ ଅନୁସୂଚିତ ଜାତି/ଜନଜାତି ସମାଜର ପ୍ରତିନିଧିଙ୍କୁ ଭେଟି ସ୍ଥାନୀୟ ସମସ୍ୟା ବୁଝିବା ସହ ସେମାନଙ୍କ ପରାମର୍ଶ ଓ ଆଶୀର୍ବାଦ କାମନା କରିଛନ୍ତି । ସାମ୍ବାଦିକଙ୍କୁ ଡମ୍ବରୁ କହଁର କହିଛନ୍ତି, “ଦଳମତ ନିର୍ବିଶେଷରେ ସମସ୍ତେ ସାମୁହିକ ଭାବେ କାମ କଲେ ହିଁ ଅଞ୍ଚଳର ବିକାଶ ତ୍ୱରାନ୍ୱିତ ହେବ ।”






