AK କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଧୀନ ସାପେରି ଗାଁରେ ଗୁଳି କରି ହତ୍ୟା ଘଟଣାର ଖୁଲାସା । ପୂର୍ବ ଶତ୍ରୁତା ଓ ଝଗଡ଼ା ହତ୍ୟାର ମୁଖ୍ୟ କାରଣ ବୋଲି ଜଣାପଡିଛି । ଜମି ଜମା ,ସମ୍ପତି ଓ ପରକୀୟାପ୍ରୀତିରୁ ହତ୍ୟା ହୋଇଥିବା ଜଣାପଡ଼ିଛି । କାମଦେବ ମାଝୀଙ୍କ ସ୍ତ୍ରୀ ଚୁମୁକି ମାଝିଙ୍କ ଏତଲା ଆଧାରରେ ବେଲଘର ଥାନା ତଦନ୍ତ କରୁଥିଲା ।

ପୂର୍ବ ଶତ୍ରୁତା ଓ ଝଗଡ଼ା ହତ୍ୟାର ମୁଖ୍ୟ କାରଣ ବୋଲି ଜଣାପଡିଛି । ଜମି ଜମା ,ସମ୍ପତି ଓ ପରକୀୟାପ୍ରୀତିରୁ ହତ୍ୟା ହୋଇଥିବା ଜଣାପଡ଼ିଛି । କାମଦେବ ମାଝୀଙ୍କ ସ୍ତ୍ରୀ ଚୁମୁକି ମାଝିଙ୍କ ଏତଲା ଆଧାରରେ ବେଲଘର ଥାନା ତଦନ୍ତ କରୁଥିଲା । ସ୍ତ୍ରୀର ବୟାନରେ ଅଭିଯୁକ୍ତମାନେ ସ୍ଵାମୀକୁ ଶିକାର କରିବା ବାହାନାରେ ଘରୁ ଡାକି ନେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ସ୍ଵାମୀର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ । ଏହା ପରେ ପୁଲିସ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଲିପଟୁ ମାଝୀ ଓ ମଧୁସୂଦନ ମାଝୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରି କୋର୍ଟଚାଲାଣ କରିଛି ।






