AK କଲେଜରେ ବଡ଼ସାହି ଥାନା ବୈଦପୁରର ଦିବ୍ୟାଙ୍ଗ ଦିଲ୍ଲୀପ କୁମାର ସୋରେନ ଓ ଲ୍ୟାବ ଆଟେଣ୍ଟାଣ୍ଡ କପ୍ତିପଦା ଥାନା ନୁଦଢ଼ିହାରର ତପନ କୁମାର ଦଳେଇ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଚାକିରୀକୁ ନିୟମିତ କରିବା ପାଇଁ ଅଧ୍ୟକ୍ଷ ସରୋଜ ରଞ୍ଜନ ତ୍ରିପାଠୀଙ୍କୁ ପଚାରିଥିଲେ । ହେଲେ ଅଧ୍ୟକ୍ଷ ଏଥିପାଇଁ ଜଣକ ପିଛା ୫ଲକ୍ଷ ଟଙ୍କା ଦାବି କରିଥିଲେ । ଚାକିରି ନିୟମିତ କରାଇଦେବା ଆଳରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ।

ବାରିପଦା ଖୁଣ୍ଟା ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ନାଁରେ ଆସିଛି ଏମିତି କିଛି ସାଂଘାତିକ ଅଭିଯୋଗ । ୨ କର୍ମଚାରୀଙ୍କ ଚାକିରିକୁ ନିୟମିତ କରିବା ପାଇଁ କଲେଜ ଅଧ୍ୟକ୍ଷ ୪ଲକ୍ଷ ୩୦ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କର୍ମଚାରୀ ଦୁହେଁ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିବାର ୧୦ ଦିନ ବିତିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଯାହାକୁ ନେଇ ଉଭୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ନିଜର ଅଭିଯୋଗପତ୍ର ପ୍ରଦାନ କରିବା ପାଇଁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଞ୍ଚିଛନ୍ତି । ଘଟଣା ମୁତାବକ କଲେଜରେ ବଡ଼ସାହି ଥାନା ବୈଦପୁରର ଦିବ୍ୟାଙ୍ଗ ଦିଲ୍ଲୀପ କୁମାର ସୋରେନ ଓ ଲ୍ୟାବ ଆଟେଣ୍ଟାଣ୍ଡ କପ୍ତିପଦା ଥାନା ନୁଦଢ଼ିହାରର ତପନ କୁମାର ଦଳେଇ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଚାକିରୀକୁ ନିୟମିତ କରିବା ପାଇଁ ଅଧ୍ୟକ୍ଷ ସରୋଜ ରଞ୍ଜନ ତ୍ରିପାଠୀଙ୍କୁ ପଚାରିଥିଲେ । ହେଲେ ଅଧ୍ୟକ୍ଷ ଏଥିପାଇଁ ଜଣକ ପିଛା ୫ଲକ୍ଷ ଟଙ୍କା ଦାବି କରିଥିଲେ । ଏଥିରେ ଅକ୍ଷମତା ପ୍ରକାଶ କରି ଦିଲ୍ଲୀପ ସୋରେନ ୧ଲକ୍ଷ ୮୦ହଜାର ଓ ତପନ ଦଳେଇ ୨ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରିଥିବା କହିଛନ୍ତି । ମାତ୍ର ଟଙ୍କା ନେବା ପରେ ମଧ୍ୟ ପ୍ରିନ୍ସିପାଲ ସେମାନଙ୍କୁ ଚାକିରୀ ନିୟମିତ କରିବା ପରିବର୍ତ୍ତେ ଓଲଟି ଏମାନଙ୍କୁ ବାକି ଟଙ୍କା ନଦେବା ପର୍ଯ୍ୟନ୍ତ ତମର କିଛି ହେଇପାରିବ ନାହିଁ ବୋଲି କହି ଗାଳି ଗୁଲଜ କରୁଥିବା ଅଭିଯୋଗ ହୋଇଛି ।






