AK ସେ ଲେଖିଛନ୍ତି ଦୟାକରି ଏହି ମହିଳାମାନଙ୍କ ଉପରେ କଠୋର ହୁଅନ୍ତୁ ନାହିଁ । ଟ୍ରମ୍ପଙ୍କ ଏହି ପୋଷ୍ଟ ପରେ ଏହି ମାମଲା ଏବେ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ହୋଇସାରିଛି । ସେପଟେ ଲୋକଙ୍କ ମନରେ ଏହି ଭାବନା ରହିଛି କି, ଏହି ମହିଳାମାନଙ୍କ ଉପରେ କ’ଣ ରହିିଛି ଅଭିଯୋଗ । ବାସ୍ତବରେ ଏମାନେ ଅପରାଧୀ ନା ଇରାନ ତା’ର ଶକ୍ତି ଦେଖାଇବାକୁ ଏମାନଙ୍କୁ ମୋହରା କରାଯାଇଛି । ଇରାନ ଓ ଆମେରିକା ମଧ୍ୟରେ ଜାରି ଯୁଦ୍ଧ ଭିତରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସାରା ବିଶ୍ୱକୁ ଚକିତ କରିଦେଇଛି । ଏହି ମାମଲା ଇରାନ ଜେଲରେ ବନ୍ଦୀ ଥିବା ୮ ଜଣ ମହିଳାଙ୍କୁ ନେଇ । କେବଳ ଏହି ୮ ଜଣ ମହିଳା ଜେଲରେ ବନ୍ଦୀ ନାହାଁନ୍ତି ବରଂ ଇରାନ ନ୍ୟାୟ ବ୍ୟବସ୍ଥା ତାଙ୍କୁ ଫାଶୀଦଣ୍ଡ ଶୁଣାଇ ସାରିଛି । ଏହି ମାମଲାରେ ଇରାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚମକାଇ ଦେବା ଭଳି ଏକ ପଦକ୍ଷେପ ନେଇଛନ୍ତି । ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ “ଟ୍ରୁଥ୍ ସୋଶାଲ’ରେ ଏହି ମହିଳାମାନଙ୍କର ଫଟୋ ସେୟାର କରି ଇରାନୀ ନେତାମାନଙ୍କୁ ଅନୁରୋଧ କରିଛନ୍ତି ।

ସେ ଲେଖିଛନ୍ତି ଦୟାକରି ଏହି ମହିଳାମାନଙ୍କ ଉପରେ କଠୋର ହୁଅନ୍ତୁ ନାହିଁ । ଟ୍ରମ୍ପଙ୍କ ଏହି ପୋଷ୍ଟ ପରେ ଏହି ମାମଲା ଏବେ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ହୋଇସାରିଛି । ସେପଟେ ଲୋକଙ୍କ ମନରେ ଏହି ଭାବନା ରହିଛି କି, ଏହି ମହିଳାମାନଙ୍କ ଉପରେ କ’ଣ ରହିିଛି ଅଭିଯୋଗ । ବାସ୍ତବରେ ଏମାନେ ଅପରାଧୀ ନା ଇରାନ ତା’ର ଶକ୍ତି ଦେଖାଇବାକୁ ଏମାନଙ୍କୁ ମୋହରା କରାଯାଇଛି । ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ସେ ୮ ମହିଳାଙ୍କ ଫାଶୀ ରୋକିବା ସହ ତୁରନ୍ତ ଜେଲରୁ ମୁକୁଳାଇବାକୁ ଇରାନକୁ ଅନୁରୋଧ କରିଛନ୍ତି । ଏହାସହ ଆମେରିକା ପ୍ରତିନିଧୀଙ୍କ ସହ ତୁରନ୍ତ ଆଲୋଚନା କରି ଇରାନ ନେତାଙ୍କୁ ଏହି ମହିଳାମାନଙ୍କୁ ମୁକୁଳାଇବା ବାଦରେ କହିବି । ଯଦି ସେମାନେ ମାନି ଯାଆନ୍ତି ତେବେ ମୁଁ ପ୍ରଶଂସା କରିବି ବୋଲି ଟ୍ରମ୍ପ କହିଛନ୍ତି । ସେପଟେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଇରାନ ଅର୍ଟନୀ ଜେନରାଲ ଏହି ୮ ଜଣ ମହିଳାଙ୍କ ଫାଶୀ ଦଣ୍ଡାଦେଶକୁ ଖାରଜ କରିଛନ୍ତି ।
ତେବେ ଆସନ୍ତୁ ଜାଣିବା କିଏ ଏହି ୮ ଜଣ ମହିଳା ଓ ତାଙ୍କ ଉପରେ କେଉଁ ଅପରାଧର ଅଭିଯୋଗ ରହିଛି ?
ବିତା ହେମ୍ମତି: ନ୍ୟାସନାଲ କାଉନସିଲ ଅଫ୍ ରେଜିଷ୍ଟାର୍ସ ଅଫ୍ ଇରାନ ମୁତାବକ ବିତାଙ୍କୁ ଜାନୁଆରୀ ମାସରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ କାରଣରୁ ତାଙ୍କ ସ୍ୱାମୀଙ୍କ ସହ ଗିରଫ କରାଯାଇଛି ।
ଡାୟନ ତାହେବ ଅବାଦୀ : ମିଡିଆ ରିପୋର୍ଟ ମୁତାବକ ଡାୟନ ଯାହାଙ୍କର ବୟସ ୧୬ ବର୍ଷ ତାଙ୍କୁ ସରକାରଙ୍କ ବିରୋଧରେ ପ୍ରଦର୍ଶନ ପାଇଁ ଜାନୁଆରୀ ମାସରେ ଗିରଫ କରାଯାଇଥିଲା ।
ଏସିୟେହ ନେଜାତି : ଜେଣ କୁର୍ଦ୍ଦି ମହିଳା । ସେ ମହିଳାଙ୍କ ଅଧିକାର ପାଇଁ କାମ କରୁଥିଲେ । ତାଙ୍କୁ ତାଙ୍କର ଶିଶୁ ସହ ୨୦୨୫ ଜାନୁଆରୀ ମାସରେ ଗିରଫ କରାଯାଇଥିଲା ।
ଗୋଲନାଜ ନରାଘୀ : ନରାଘୀ ପେଶାରେ ଜେଣ ଇମରଜେନ୍ସି ମେଡିସିନ୍ ସ୍ପେଶାଲିଷ୍ଟ । ପ୍ରଦର୍ଶନ କାରଣରୁ ତାଙ୍କୁ ଗିରଫ କରାଯାଇଥିଲା । ବିନସ୍ ହୁସେନ ନେଜାଦ : କୁହାଯାଉଛି କି, ଇରାନ ସୁରକ୍ଷାବଳ ତାଙ୍କୁ ଅଫିସରୁ ଗିରଫ କରିଥିଲେ । ତାଙ୍କ ଉପରେ ସରକାରୀ ଟିିଭିରେ ପ୍ରମାଣ ଦେବାର ଅଭିଯୋଗ ରହିଛି । ଗଜଲ ଗଲନ୍ଦରୀ ଓ ପନାହ ମୋବାହେନ୍ଦୀ : ଏହି ଦୁଇଜଣଙ୍କ ନାମ ବି ମାନବାଧିକାର ଗୋଷ୍ଠୀ ତାଲିକାରେ ରହିଛି । ହେଲେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି ସେମାନଙ୍କ ଉପରେ ଅଭିଯୋଗ କ’ଣ ରହିଛି ।






