AK ବାଇକ୍ର କିସ୍ତି ଟଙ୍କା ମାଗିବାକୁ ଯାଇଥିବା ଫାଇନାନ୍ସ କର୍ମଚାରୀଙ୍କୁ ବୋଲେରୋ ଚଢ଼ାଇ ହତ୍ୟା କରିବା ଘଟଣାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍ଙ୍କ କୋର୍ଟ । ବାଇକ୍ର କିସ୍ତି ଟଙ୍କା ମାଗିବାକୁ ଯାଇଥିବା ଫାଇନାନ୍ସ କର୍ମଚାରୀଙ୍କୁ ବୋଲେରୋ ଚଢ଼ାଇ ହତ୍ୟା କରିବା ଘଟଣାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍ଙ୍କ କୋର୍ଟ । ଆଜୀବନ କାରାଦଣ୍ଡାଦେଶ ପାଇଥିବା ହତ୍ୟାକାରୀଙ୍କ ନାଁ ରାମସିଂ ମୁଣ୍ଡା ।

୨୦୨୫ ଜାନୁଆରୀ ମାସରେ ଘଟିଥିଲା ଏହି ଘଟଣା। ନୟାକୋଟ ଥାନା କାଦକଳା ମୁଣ୍ଡା ସାହି ନିକଟରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀର ୨ ଜଣ କର୍ମଚାରୀ ତାରିଣୀ ମହାନ୍ତ ଓ ମନୋଜ ମହାନ୍ତ କାଦକଳାର ରାମସିଂ ମୁଣ୍ଡାଙ୍କ ଘରକୁ ବାଇକ୍ ଋଣର କିସ୍ତି ଟଙ୍କା ମାଗିବାକୁ ଯାଇଥିଲେ ।
କିସ୍ତି ଟଙ୍କାକୁ ନେଇ ତାରିଣୀ ମହାନ୍ତ ଓ ମନୋଜ ମହାନ୍ତଙ୍କ ସହିତ ରାମସିଂ ମୁଣ୍ଡାଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଏହା ପରେ କାଦକଳାରେ ଥିବା ATM ନିକଟକୁ ଯିବାକୁ ରାମ ସିଂ ମୁଣ୍ଡା ସେମାନଙ୍କୁ କହିଥିଲେ। ସେଠାରେ ସେ ଟଙ୍କା ଉଠାଇ ସେମାନଙ୍କୁ ଦେବେ ବୋଲି କହିଥିଲେ ।
ତାରିଣୀ ମହାନ୍ତ ଓ ମନୋଜ ମହାନ୍ତ ବାଇକ୍ରେ ଏଟିଏମ୍ ନିକଟକୁ ଯାଉଥିବା ବେଳେ ତାଙ୍କ ପଛେ ପଛେ ବୋଲେରୋରେ ଯାଉଥିଲେ ରାମସିଂ ମୁଣ୍ଡା। ବାଟରେ ସେ ତାରିଣୀ ମହାନ୍ତ ଓ ମନୋଜ ମହାନ୍ତଙ୍କ ବାଇକ୍କୁ ଧକ୍କା ଦେଇଥିଲେ। ସେ ଉଭୟଙ୍କୁ ମାରି ଦେବାକୁ ପ୍ରୟାସ କରିଥିଲେ। ତେବେ ତାରିଣୀ ମହାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମନୋଜ ମହାନ୍ତ ଗୁରୁତର ଆହତ ହୋଇଥିଲେ।
ଏହି ମାମଲାରେ ୧୧ ଜଣ ସାକ୍ଷୀଙ୍କ ବୟାନ ତଥା ଅନ୍ୟାନ୍ୟ ତଥ୍ୟ ଓ ପ୍ରମାଣକୁ ବିଚାରକୁ ନେଇ କେନ୍ଦୁଝର ଜିଲା ଓ ଦୌରାଜଜ୍ଙ୍କ କୋର୍ଟ ରାମସିଂ ମୁଣ୍ଡାକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ତା’ ସହିତ ହତ୍ୟା ପାଇଁ ୧୦ ହଜାର ଟଙ୍କା ଓ ହତ୍ୟା ଉଦ୍ୟମ ପାଇଁ ୧୦ ହଜାର ଟଙ୍କା ଜରିମାନା ସଜ୍ଜା ଶୁଣାଇଛନ୍ତି । ୧୪ ମାସ ମଧ୍ୟରେ ଏହି ମାମଲାର ଫଇସଲା ଆସିଛି ବୋଲି କହିଛନ୍ତି ସରକାରୀ ଓକିଲ ପ୍ରଦୀପ କୁମାର ଦାସ।






