AK କଟୋରା ନାକା ଅଞ୍ଚଳରେ ଥିବା ଆବାସିକ ବିଲଡିଂର ତୃତୀୟ ମହଲାରେ ଥିବା ଫ୍ଲାଟକୁ ୧୯ ବର୍ଷୀୟ ଅଭିଯୁକ୍ତ ଆୟନ ଅହମଦ ତନବୀର ବ୍ୟବହାର କରୁଥିଲା । ସେ ଏଠାରେ ନିଜ ଯୌନ ଭୋକ ମେଣ୍ଟାଇବା ସହ ଏହାର ଭିଡିଓ ରେକର୍ଡ କରୁଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ମହାରାଷ୍ଟ୍ରର ଅମରାବତୀରେ ଥିବା ଗୋଟିଏ ସାଧାରଣ ଫ୍ଲାଟ୍ ହିଁ ଥିଲା ୨୦୦ ନାବାଳିକାଙ୍କୁ ଦିଆଯାଇଥିବା ଯୌନ ନିର୍ଯାତନାର ପେଣ୍ଠ ସ୍ଥଳ। ଏବେ ଫ୍ଲାଟର ପଡ଼ୋଶୀମାନେ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି । ଏହି ଫ୍ଲାଟରେ ୧୯ ବର୍ଷୀୟ ଜଣେ ଯୁବକ ନାବାଳିକାମାନଙ୍କ ସହ ଘଟାଉଥିଲା ଜଘନ୍ୟକାଣ୍ଡ।

କଟୋରା ନାକା ଅଞ୍ଚଳରେ ଥିବା ଆବାସିକ ବିଲଡିଂର ତୃତୀୟ ମହଲାରେ ଥିବା ଫ୍ଲାଟକୁ ୧୯ ବର୍ଷୀୟ ଅଭିଯୁକ୍ତ ଆୟନ ଅହମଦ ତନବୀର ବ୍ୟବହାର କରୁଥିଲା । ସେ ଏଠାରେ ନିଜ ଯୌନ ଭୋକ ମେଣ୍ଟାଇବା ସହ ଏହାର ଭିଡିଓ ରେକର୍ଡ କରୁଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ପଡ଼ୋଶୀମାନେ କହିଛନ୍ତି ଯେ ଫ୍ଲାଟରେ ସନ୍ଦିଗ୍ଧ କାର୍ଯ୍ୟକଳାପ ମାସାଧିକ କାଳ ଚାଲିଥିଲା । ସେମାନେ ବାରମ୍ବାର ଏନେଇ ଚିନ୍ତା ପ୍ରକଟ କରୁଥିଲେ ହେଁ କେହି ବି ଏହାକୁ ଧ୍ୟାନ ଦେଉ ନଥିଲେ । ଯାଞ୍ଚ ହେଉ ନଥିବାରୁ ଆବାସିକ ଅଞ୍ଚଳରେ ଥିବା ବିଲଡିଂରେ ଚାଲିଥିବା ଯୌନ ଶୋଷଣର ସାଂଘାତିକ କାଣ୍ଡ।
ବିଲଡିଂର ଲୋକଙ୍କ କହିବା କଥା ଯେ ଯୁବକ ଓ ଯୁବତୀମାନେ ବିଭିନ୍ନ ସମୟରେ ଫ୍ଲାଟକୁ ଆସୁଥିଲେ। ସେମାନଙ୍କ ଭାବଭଙ୍ଗୀ ଅଣଦେଖା କରିବା ଭଳି ନଥିଲା। ୧୮ରୁ ୧୯ ବର୍ଷର ଝିଅମାନେ ଏଠାକୁ ଆସିବା ସହ ବିଳମ୍ବିତ ରାତି ଯାଏ ରୁହନ୍ତି। ଏକଥା ଜଣାପଡ଼ିବା ପରେ ଫ୍ଲାଟ ମାଲିକଙ୍କୁ କୁହାଯାଇଥିଲା।ତଥାପି ସେ ଏହାକୁ ଅଣଦେଖା କରିଥିଲେ। ଅନେକ ଯୁବତୀ ନିଜ ମୁହଁ ଲୁଚାଇବା ପାଇଁ ବୁର୍ଖା ପିନ୍ଧୁଥିଲେ କିମ୍ବା ଓଢ଼ଣୀରେ ମୁହଁ ଢାଙ୍କି ଯିବା ଆସିବା କରୁଥିଲେ। ହେଲେ ନିୟମିତ ଭାବେ ଯୁବତୀମାନେ ଆସୁଥିବାରୁ ଫ୍ଲାଟରେ କିଛି ବେଆଇନ କାମ ଚାଲିଥିବା ସନ୍ଦେହ ପ୍ରକାଶ ପାଇଥିଲା।
ମାଲିକଙ୍କ ନିଷ୍କ୍ରିୟତା ଯୋଗୁ ଅଭିଯୁକ୍ତ ବେଧଡ଼କ ନିଜ କାମ ଜାରି ରଖିଥିଲା । ଏବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଫ୍ଲାଟ ମାଲିକଙ୍କୁ ମଧ୍ୟ ଅଭିଯୁକ୍ତ କରାଯିବା କଥା ବୋଲି ବିଲଡିଂରେ ରହୁଥିବା କିଛି ଲୋକ ଦାବି କରିଛନ୍ତି । ପୁଲିସ୍ ଅଭିଯୁକ୍ତ ଆୟନ ଓ ତା’ ସହଯୋଗୀକୁ ଗିରଫ କରିବା ପରେ ଫ୍ଲାଟକୁ କର୍ଡନ କରି ରଖିଛି। କାରଣ ପୁଲିସ ଟିମ ଏଠାରେ ପହଞ୍ଚିଲେ ବେଳକୁ ମାନବ ନାମକ ଜଣେ ଯୁବକ ରହୁଥିଲା। ସେ ପୁଲିସ୍କୁ ଦେଖି ପ୍ଲାଟକୁ ଲକ କରି ଫେରାର ହୋଇ ଯାଇଛି। ତେଣୁ ପୁଲିସ ଫ୍ଲାଟକୁ ସିଲ କରି ଦେଇଛି।
ଅମରାବତୀର ପାରାଟୱାଡା ଅଞ୍ଚଳରେ ତନବୀର ନିଜର କାଣ୍ଡ କାରନାମା ଚଳାଇଥିବା ଖବର ମିଳିବା ପରେ ଅମରାବତୀର ଗ୍ରାମାଞ୍ଚଳ ପୁଲିସ୍ ପ୍ରଥମେ ତା’କୁ ଉଠାଇ ନେଇଥିଲା। ଏହାପରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୪ ସମେତ ପୋକସୋ ଓ ଆଇଟି ଆକ୍ଟରେ ମାମଲା ରୁଜୁ କରି ତା’କୁ ଗିରଫ କରାଯାଇଛି। ଗିରଫ ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ପୁଲିସ୍ ତା’କୁ ଏପ୍ରିଲ ୨୧ ଯାଏ ରିମାଣ୍ଡରେ ଆଣିଛି।
ପୁଲିସ୍ ତା’ ମୋବାଇଲ ଫୋନକୁ ଜବତ କରିବା ସହ ଏକାଧିକ ଆପତ୍ତିଜନକ ଭିଡିଓକୁ ଠାବ କରିଛି। ଫରେନ୍ସିକ ଟିମ ଡିଲିଟ ହୋଇଥିବା ଆଉ କିଛି ଅତିରିକ୍ତ ତଥ୍ୟକୁ ମଧ୍ୟ ବାହାର କରିବାକୁ ଲାଗି ପଡ଼ିଛି।
ପୁଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ ତନବୀର ପ୍ରଥମେ ନାବାଳିକାମାନଙ୍କ ସହ ବନ୍ଧୁତା କରୁଥିଲା, ସେମାନଙ୍କ ବିଶ୍ୱାସ ଜିତୁଥିଲା ଓ ପ୍ରଲୋଭିତ କରି ସେମାନଙ୍କ ସହ ସମ୍ପର୍କ ରଖୁଥିଲା। ନାବାଳିକାମାନଙ୍କୁ ନିଜ ଜାଲରେ ଫସାଇବା ପରେ ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିଲା ଓ ସେମାନଙ୍କ ବିନା ଅନୁମତିରେ ଆପତ୍ତିଜନକ ଭିଡିଓ ରେକର୍ଡ କରୁଥିଲା।
ପରବର୍ତ୍ତୀ ଅବସ୍ଥାରେ ସେହି ଭିଡିଓଗୁଡ଼ିକୁ ଦେଖାଇ ସେ ସମସ୍ତଙ୍କୁ ଡରାଉଥିବା ଓ ବ୍ଲାକମେଲ କରି ନିଜ କାମ ହାସଲ କରୁଥିଲା। ତନବୀର ଅନେକ ନାବାଳିକାଙ୍କ ସହ ଏପରି କାଣ୍ଡ ଘଟାଇଥିବା ବେଳେ ପୁଲିସ୍ କେବଳ ୮ ଜଣଙ୍କୁ ହିଁ ଚିହ୍ନଟ କରିପାରିଛି। ଏବେ ଘଟଣାର ତଦନ୍ତ ଜୋରଦାର ହେଉଥିବାରୁ ଆଗକୁ ତନବୀର ବିରୋଧରେ ଅନେକ ପୀଡ଼ିତା ମୁହଁ ଖୋଲିବାର ସମ୍ଭାବନା ରହିଛି।






