AK ସାଧାରଣତଃ ଖରାଦିନେ ପିଲାମାନଙ୍କ ଶରୀର ଡିହାଇଡ୍ରେଟ୍ ହେବାକୁ ଲାଗିଥାଏ । ଶରୀରରେ ଜଳୀୟ ଅଂଶ କମ ହେବା କାରଣରୁ ଦେହ ଖରାପ ହୋଇଥାଏ । ଖରାପ ଖାଦ୍ୟର ଅଭ୍ୟାସ ହେତୁ ପେଟ ସମସ୍ୟା ଦେଖାଯାଇଥାଏ । ତେଣୁ ପିଲାମାନଙ୍କୁ ଏହି ସବୁ ଖାଦ୍ୟ ଦେବାରୁ ଦୂରେଇ ରୁହନ୍ତୁ । ଗ୍ରୀଷ୍ମଋତୁ ପିଲାମାନଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇଥାଏ । ସେମାନଙ୍କ ପ୍ରତି ଯଦି ସଠିକ୍ ଧ୍ୟାନ ଦିଆନଯାଏ ତେବେ ପେଟ ସମସ୍ୟା ଅଧିକ ଦେଖାଦେବାର ସମ୍ଭାବନା ରହିଛି । ବାପାମାଆ ମାନେ ଆଜିକାଲି ପିଲାମାନଙ୍କୁ ଏପରି ଖାଦ୍ୟ ଦେଉଛନ୍ତି ଯେ ଯାହା ସେମାନଙ୍କ ଦେହକୁ ଅଧିକ କ୍ଷତି ପହଞ୍ଚାଇଥାଏ । ତେଣୁ ପିଲାମାନଙ୍କୁ ଖାଦ୍ୟ ଦେବା କ୍ଷେତ୍ରରେ ବିଶେଷ ଯତ୍ନବାନ ହୁଅନ୍ତୁ । ତେବେ ଆସନ୍ତୁ ଜାଣିବା ଖରାଦିନେ ପିଲାମାନଙ୍କୁ କେଉଁ ଖାଦ୍ୟ ଦେବାରୁ ଦୂରେଇ ରହିବା ଉଚିତ୍ । ଆଇସକ୍ରିମ୍ – ଅଧିକାଂଶ ସମୟରେ ପିଲାମାନଙ୍କୁ ଖରାଦିନେ ଆଇସକ୍ରିମ୍ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି । ଯେହେତୁ ଆଇସକ୍ରିମ୍ ପାଟିକୁ ଭଲ ଲାଗିଥାଏ , ପିଲାମାନେ ଖାଇବା ପାଇଁ ଅଧିକ ପସନ୍ଦ କରିଥାନ୍ତି । ଯେହେତୁ ଆଇସକ୍ରିମ ଥଣ୍ଡା ଜାତୀୟ ଜିନିଷ ସେଥିପାଇଁ ସଂକ୍ରମଣ ଅଧିକ ମାତ୍ରାରେ ବଢ଼ିଥାଏ । ତେଣୁ ଖରାଦିନେ ପିଲାମାନଙ୍କୁ ଆଇସକ୍ରିମ୍ ଖାଇବାକୁ ଦେବାରୁ ଦୂରେଇ ରୁହନ୍ତୁ । ଏହା ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇଥାଏ ।

ଥଣ୍ଡା ପାନୀୟ ଏବଂ ସୋଡ଼ା – ପିଲାମାନଙ୍କୁ ଥଣ୍ଡା ପାନୀୟ ଏବଂ ସୋଡ଼ା ଦେବାଠାରୁ ଦୂରେଇ ରୁହନ୍ତୁ । ଅଧିକ ଥଣ୍ଡା ଜାତୀୟ ପାନୀୟ ସେବନ କଲେ ଦେହ ଖରାପ ହୋଇଥାଏ । ଏହା ପିଲାମାନଙ୍କ ପାଇଁ ଅସ୍ବାସ୍ଥ୍ୟକର ବିକଳ୍ପ ହୋଇଥାଏ ।
ତେଲ ଜାତୀୟ ଜିନିଷ – ପିଲାମାନଙ୍କୁ ଭଜା ଚିପ୍ସ ଅର୍ଥାତ୍ ତେଲ ଜାତୀୟ ଜିନିଷ ଖାଇବାକୁ ଦିଅନ୍ତୁ ନାହିଁ । ଯାହା ପେଟର ଗ୍ୟାସ୍ ସମସ୍ୟାକୁ ବୃଦ୍ଧି କରିଥାଏ ।
ଅଧିକ ମସଲା ଜାତୀୟ ଖାଦ୍ୟ – ଅତ୍ୟଧିକ ମସଲା ଜାତୀୟ ଖାଦ୍ୟ ଦେହ ଖରାପର ମୁଖ୍ୟ କାରଣ ହୋଇଥାଏ । ତେଣୁ ପିଲାମାନଙ୍କୁ ଅତ୍ୟଧିକ ମସଲା ଜାତୀୟ ଖାଦ୍ୟ ଦିଅନ୍ତୁ ନାହିଁ । ଯେତେ ସମ୍ଭବ ନିଜ ହାତ ତିଆରି କମ୍ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ ।
ବାସି ଖାଦ୍ୟ – ଯଦି ଖାଦ୍ୟ ଅଧିକ ଲୋଭଯୁକ୍ତ ହୋଇଥାଏ ତେବେ ଆମେ ତାକୁ ରାତିରେ ରଖି ସକାଳେ ଖାଇବା ପାଇଁ ଇଚ୍ଛା ପ୍ରକାଶ କରିଥାଉ । ବାସିଖାଦ୍ୟ ଖାଇବା ଦ୍ବାରା ପେଟ ବିଷାକ୍ତ ହେବାର ସମ୍ଭାବନା ରହିଥାଏ । ପ୍ୟାକେଟ୍ ଜୁସ୍ – ବଜାରରେ ବିକ୍ରି ହେଉଥିବା ପ୍ୟାକେଟ୍ ଜୁସରେ ଫଳର ଜୁସ୍ କମ୍ ମାତ୍ରାରେ ରହିଥାଏ । ତେଣୁ ପିଲାମାନଙ୍କୁ ପ୍ୟାକେଟ୍ ଜୁସ୍ ଆଦୌ ଦିଅନ୍ତୁ ନାହିଁ । ଏହା ପିଲାମାନଙ୍କ ଶରୀରରେ ନକରାତ୍ମକ ପ୍ରଭାବ ପକାଇଥାଏ ।
ଫ୍ଟାଷ୍ଟ ଫୁଡ୍ – ସାଧାରଣତଃ ପିଜା , ବର୍ଗର ଏବଂ ନୁଡୁଲ୍ସ ପିଲାମାନେ ଅଧିକ ପସନ୍ଦ କରିଥାନ୍ତି । ତେଣୁ ଏବି ସବୁ ଜିନିଷ ଖାଇବାକୁ ଅଧିକ ପସନ୍ଦ ମଧ୍ୟ କରନ୍ତି । ଏହି ଖାଦ୍ୟ ପଦାର୍ଥଠାରୁ ପିଲାମାନଙ୍କୁ ଦୂରେଇ ରଖନ୍ତୁ । ଯାହାଦ୍ବାରା ପିଲାମାନଙ୍କ ଶରୀର ଅଧିକ ସୁସ୍ଥ ରହିବ ।
ଅଧିକ ମିଠା ଜାତୀୟ ଖାଦ୍ୟ – ଅଧିକ ଚକୋଲେଟ୍ ଖାଇବା ଦ୍ବାରା ଅଧିକ ଅଳସୁଆ ଏବଂ ଜଳୀୟଅଂଶ ହୀନ ହୋଇଥାଆନ୍ତି । ମିଠା ଜାତୀୟ ଖାଦ୍ୟ ଦେବାଠାରୁ ଦୂରେଇ ରୁହନ୍ତୁ । ଏଥିରେ ପିଲାମାନଙ୍କ ଭୋକ ମଧ୍ୟ କମ୍ ହୋଇଥାଏ । ପିଲାମାନଙ୍କୁ କଣ ଖାଇବାକୁ ଦେବା ଉଚିତ୍ –
ଖରାଦିନେ ପିଲାଙ୍କୁ ତରଭୂଜ , କାକୁଡ଼ି , ଦହି , ନଡ଼ିଆ ପାଣି , ବଟର ମିଲ୍କ ଦେବା ଭଲ । ଘର ଖାଦ୍ୟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ । ଯେଉଁଥିରେ ତାଙ୍କ ଶରୀର ଅଧିକ ସୁସ୍ଥ ରହିପାରିବ । ଖରା ଗରମରେ ପିଲାଙ୍କୁ ଏହି ସବୁ ଖାଦ୍ୟ ଦେଇ ସୁସ୍ଥ ରହିବା ସହ ନିଜେ ମଧ୍ୟ ସୁସ୍ଥ ରୁହନ୍ତୁ ।






