AK ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶିଲା ଦନ୍ତା ହାତୀ । ରାତିରେ ବାଟ ଭୁଲି ଗାଁରେ ପଶିଲା ହାତୀ । ବାଲେଶ୍ବର ଖନ୍ତାପଡା ଥାନା ଚକ ଜଗନ୍ନାଥପୁର ଗାଁରେ ଦୁଇଟି ଦନ୍ତା ହାତୀ ଦେଖି ଆତଙ୍କିତ ଗ୍ରାମବାସୀ । ସେହିପରି ବିଳମ୍ବିତ ରାତିରେ, କେଦାରପୁର ପଂଚାୟତରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ହାତୀ ଗାଁ ମଝିରେ ବୁଲୁଥିବାବେଳେ ଲୋକେ ଭୟବୀତ ହୋଇ ପଡ଼ିଛନ୍ତି। ପରେ ହାତୀଟିକୁ କେଦାରପୁର ଓ ବାଳଙ୍ଗ ଅଞ୍ଚଳକୁ ଯାଉଥିବା ଦେଖିବାକୁ ମିଳିଥିଲା। ବିଳମ୍ବିତ ରାତିରେ ହାତୀକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବତାବରଣ ଖେଳିଯାଇଥିବା ଜଣାପଡିଛି।

ହାତୀଟି ଖାଦ୍ୟ ଅନ୍ବେଷଣରେ ଆସି ଜନବସତି ଭିତରକୁ ପଶିଆସିଥିଲା । ଏବେ ବନକର୍ମଚାରୀ ତାଙ୍କୁ ଜଗିରହିଛନ୍ତି। ବନ ବିଭାଗ ହାତୀକୁ ଘଉଡ଼ାଇବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ସେପଟେ, ସୋର ଥାନା କେଶରୀପୁର ପଞ୍ଚାୟତ ଶାଳଚୁଆ ଗାଁରେ ହାତୀ ଆକ୍ରମଣରେ ଯୁବକ ଗୁରୁତର । ଗତକାଲି ରାତିରେ ଏକ ଦନ୍ତାହାତୀ ଆହତଙ୍କ ଘରପାଖ ବାଡ଼ିରେ ପଶି କଦଳୀଗଛ ଖାଉଥିଲା । ଯୁବକ ଜଣକ ହାତୀକୁ ଘଉଡ଼ାଇବା ସମୟରେ ହାତୀ ଆକ୍ରମଣ କରିବାରୁ ଅନୀଲଙ୍କ ଗୋଡ଼ ଓ ମେରୁଦଣ୍ଡରେ ଆଘାତ ଲାଗିଛି । ପରିବାରଲୋକ ତାଙ୍କୁ ଉଦ୍ଧାରକରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତରହେବାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।






