ଏ.କେ ବ୍ୟୁରୋ : ଦୀର୍ଘଦିନ ଧରି ଗଣିଆ ବ୍ଲକ ଅଞ୍ଚଳ ବାସୀ ବାରମ୍ବାର ପ୍ରଶାସନ ଓ ରାଜନେତା ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଗଣିଆ ବଜାର ଠାରୁ ଛାମୁଣ୍ଡିଆ ପର୍ଯ୍ୟନ୍ତ ରାସ୍ତା ପୂର୍ଣ୍ଣ ନିର୍ମାଣ କରାଯାଉନାହିଁ ଯାହା ଫଳରେ ଗଣିଆ ଅଞ୍ଚଳ ବାସୀ ପ୍ରତିଦିନ ହଜାର ହଜାର ଲୋକ ରାସ୍ତା ର ଅଵେବସ୍ତା ହେତୁ ବିଭିନ୍ନ ଅସୁବିଧା ର ସମୁଖୀନ ହେବାକୁ ପଡୁଛି. ଏ ଅଞ୍ଚଳ ର କୋଣସି ବ୍ୟକ୍ତି ର ଦେହ ଖରପା ହେଲେ ଠିକି ସମୟ ରେ ନିକଟସ୍ତ ଚିକିତ୍ସାଳୟ ରେ ପହଁଚି ପାରୁନାହିଁ.
ରାତି ଅନ୍ଧାରେ ଛାତ୍ର ଛାତ୍ରୀ couching center ରୁ ପଢ଼ି ଘର ବାହୁଡା଼ ସମୟରେ ରାସ୍ତା ଓ ବିଜୁଳି ନଥିଵା ହେତୁ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ଏବଂ ଜଙ୍ଗଲ ଅଞ୍ଚଳ ହେଇଥିଵା ଯୋଗୁ ବନ୍ୟଜନ୍ତୁ ଙ୍କ ଭୟ ମଧ୍ୟ ରହୁଛି. ଏହା ସହ ଯଦି କୋଣସି ପଯ୍ୟଟକ ଏ ଅଞ୍ଚଳ କୁ ବୁଲିବାକୁ ଆସନ୍ତି ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେବାସହ ପୁର୍ନବାର ଆସିବାକୁ ମନ କରୁନାହାନ୍ତି ଏବଂ ସେମାନେ କୋଣସି ଲୋକ ଙ୍କୁ ମଧ୍ୟ ଏ ଅଞ୍ଚଳ କୁ ବୁଲିଯିବା ପାଇଁ ମତ (advice ) ଦିଅନ୍ତି ନାହିଁ ଯାହାଫଳରେ ଏ ଅଞ୍ଚଳ ର ବ୍ୟବସାୟ ଙ୍କ ଆର୍ଥିକ ପରିସ୍ଥିତି ବିଗିଡ଼ିବା ରେ ଲାଗିଛି. ଗମନାଗମନ ର ଦୁର୍ଦଶା ନ କହିବା ଭଲ. ଏ ରାସ୍ତା ର ଅଵେବସ୍ତା ହେତୁ ସାଧାରଣ ଜନତାଙ୍କ ବୋଝ ଉପରେ ଲଳିତା ବିଡା ର ପରିସ୍ଥିତି ଉପୁଜୁଛି. ପ୍ରଥମ ଦାବି :- ଗଣିଆ ବଜାର ରୁ ଛାମୁଣ୍ଡିଆ ପଯ୍ୟନ୍ତ ପୂର୍ଣ୍ଣ ରାସ୍ତା ନିର୍ମାଣ. ଦ୍ୱିତୀୟ ଦାବି :- ପ୍ରତି ଗାଁ ଛକା ରେ solar light ର ଵେବସ୍ତା. ତୃତୀୟ ଦାବି:- ଗାଁ ଛକ ରେ ସ୍ଵଛ ପାନୀୟ ଜଳ ର ଵେବସ୍ତା ଏହି ତ୍ରିଦଫା ଦାବି ପତ୍ର ରେ ଆସନ୍ତା ୦୨/୧୧/୨୦୨୬, ସୋମବାର ସକାଳ ୬:୩୦ ରେ ମଣିଭଦ୍ରା ମା କଳାପଟା ମନ୍ଦିର ଠାରୁ ଗଣିଆ ବ୍ଲକ BDO ଅଫିସ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ଜନପଦଯାତ୍ରା ଅନୁଷ୍ଠିତ ହେବ। ଏହି ପଦ ଯାତ୍ରା ର ନେତୃତ୍ୱ ଯୁବନେତା ରାକେଶ କୁମାର ରାଉତ, ଯୁବ ସମାଜସେବି ଶ୍ରୀତମ ସାହୁ, ଯୁବସମାଜ ସେବି ସନ୍ତୋଷ ମହାକୁଡ଼ ଓ ଯୁବ ସମାଜ ସେବି ଦୀପକ ମହାନ୍ତି ମିଶି ସମ୍ବାଦସମିଳନୀ ମାଧ୍ୟମ ରେ ବାର୍ତା ଦେଇଛନ୍ତି . ଏହି ରାସ୍ତା ପାଇଁ ବହୁବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କାର୍ଯ୍ୟ ହୋଇନାହିଁ। ତେଣୁ ବାଧ୍ୟ ହୋଇ ଗଣିଆ ବ୍ଲକର ପ୍ରାୟ 300 ଉର୍ଦ୍ଧ ଯୁବପିଢ଼ି ଏଥିରେ ସାମିଲ ହେବେ।






