AK ଗୋମାତା ଙ୍କୁ ସୁରକ୍ଷା ଓ ସମ୍ମାନ ଦୃଷ୍ଟିରୁ ବୌଦ୍ଧ ଜିଲ୍ଲାର ତିନି ତହସିଲରେ ଦସ୍ତଖତ ଅଭିଯାନ:-
ବୌଦ୍ଧରୁ କୃତ୍ତିବାସ ପଲିଆ /ହରଭଙ୍ଗାରୁ ପପୁନ ଗାଈଗୋୖରିଆ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚି କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର
ସର୍ବ ଭାରତୀୟ ସ୍ତରରେ ଗୋ-ମାତା ଙ୍କୁ ସେବା , ସୁରକ୍ଷା ଓ ସମ୍ମାନ ଦୃଷ୍ଟିରୁ ଦେଶର 5100 ତହସିଲ ରେ ଆଜି , ଦସ୍ତଖତ ଅଭିଯାନ ଚାଲୁ ରହି, ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ, ହରଭଙ୍ଗ l

ତହସିଲଦାର ବଳଦେବ ବେହେରାଙ୍କୁ ଟାକlରାର ବାବା ତ୍ରିଲୋଚନ ଦାସ , ଛତ୍ରଙ୍ଗର ବାବା ଖଗେଶ୍ୱର ବାନପ୍ରସ୍ତି ଓ ରାମ୍ଭିକଟାର ଧୂଳିଆ ବାବାଙ୍କ ସହ କୋକୋ ଭାଇ, ବବୁଲ ଭାଇ, ରବି ଭାଇ ଓ ରାଜୁ ଭାଇଙ୍କ ସହ ମିଶି ଜ୍ଞାପନ ଦାଖଲ କରିଥିଲେ ସେହିପରି ହରଭଙ୍ଗା ବ୍ଲକ ଡ଼ଙ୍ଗାଖୋଲ ସ୍ଥିତ ଶ୍ରୀଶ୍ୟାମ ଗୋଶାଳା ଅଧକ୍ଷ ବିଜୟ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇ ଥିଲା l ବୌଦ୍ଧ ତହସିଲର ବୌଦ୍ଧ ତହସିଲଦାରଙ୍କ ଅନୁପସ୍ଥିତରେ ଅତିରିକ୍ତ ତହସିଲଦାରଙ୍କୁ ବୌଦ୍ଧ ଜିଲ୍ଲା ସନ୍ଥ ସମାଜ ସଭାପତି ବାବା ଲଷ୍ମଣ ଦାସ, ଜିଲ୍ଲା ବ୍ରlହ୍ମଣ ସମାଜ ସମ୍ପାଦକ ଦେବାଶିଷ ପୁରୋହିତ, ବଜରଙ୍ଗ ଦଳ କର୍ମକର୍ତାଙ୍କ ସମେତ ବୌଦ୍ଧ ବ୍ଲକ ଓ ମୁନ୍ସିପାଲଟିର ଗୋପ୍ରେମୀ ମାନେ ଯୋଗଦେଇ ଗୋସୁରକ୍ଷl ନିମନ୍ତେ ସ୍ଲୋଗାନ ଦେଇ କୀର୍ତ୍ତନକରି ଶୋଭାଯାତ୍ରାରେ ଯାଇ ଦାବିପତ୍ର ପ୍ରଦାନ କରିଥିଲେ l ତତ ସହିତ କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଯୋଶୀଙ୍କୁ ଗୋପ୍ରେମୀ ସତ୍ୟବାନ ମିଶ୍ରଙ୍କ ନେତୃତ୍ୱରେ ପ୍ରଶାନ୍ତ କୁମାର ମିଶ୍ର, ସୌମ୍ୟ ରଞ୍ଜନ କଳତା, ବାଳମକୁନ୍ଦ ସାହୁ, ପୁରୁଷୋତ୍ତମ ହାତୀ, ରାମେଶ୍ୱର ଖମାରୀ ଓ ବିଶ୍ୱ ବିହାରୀ ମହଲା ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ l ପ୍ରମୁଖ ଗୁଡ଼ିକ ହେଲା,
ଗୋ- ମାତା ଙ୍କୁ ସେବା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ଗୋମାତାଙ୍କ ଅନୁସନ୍ଧାନ ମୂଳକ ଗବେଷଣା କେନ୍ଦ୍ର କରାଯିବା ସଙ୍ଗେ ସଙ୍ଗେ ସେହି ଅନୁସାରେ ଅନୁଦାନର ବ୍ୟବସ୍ଥା ରଖାଯାଉ l
ଗୋ- ମାତା ଙ୍କୁ ସୁରକ୍ଷା ଦୃଷ୍ଟିରୁ ସଂପୂର୍ଣ୍ଣ ଭାରତରେ ଗୋହତ୍ୟା ବନ୍ଦ ହେଉ ଓ ଗୋହତ୍ୟାକlରୀ ଙ୍କୁ କଠୋର ରୁ କଠୋର ଦଣ୍ଡ ବିଧାନ କରାଯାଉ l ଗୋମାତା ଙ୍କୁ ସୁରକ୍ଷା ଦିଆଗଲେ, ଗୋବର, ଗୋମୁତ୍ର, ଜୈବିକ ସାର, ଓ କୀଟନାଶକ ମାଟିକୁ ଉର୍ବର କରିବା ସଙ୍ଗେ ସଙ୍ଗେ , ଜୈବିକ କୃଷି କୁ ପ୍ରୋଛlହନ ଦେଇଥାଏ l ସ୍ୱାସ୍ଥ୍ୟର ସୁରକ୍ଷା, ସଂସ୍କୃତି ସମ୍ମାନ ଦେବା ସଙ୍ଗେ ସଙ୍ଗେ ଅର୍ଥନୀତିର ସୁଧୃଢ଼ତା ସୃଷ୍ଟି କରିଥାଏ l ଗୋମାତାଙ୍କୁ ସମ୍ମାନ ଦୃଷ୍ଟିରୁ, ଗୋ- ମାତା ଙ୍କୁ ରାଷ୍ଟ୍ରମାତା ରୂପେ ଘୋଷଣା କରା ଯାଉ l






