AK ଅକ୍ଟୋବର ମାସ ଭଳି ମେ ମାସ ଆସିଲେ ରାଜ୍ୟବାସୀଙ୍କୁ ଘ।ରେ ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଭାଗ ଏନେଇ କୌଣସି ସୂଚନା ଦେଇନଥିଲେ ବି ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ବା ଜିଏଫଏସର ଆକଳନ ଅନୁଯାୟୀ, ମେ ୧୧ରୁ ୧୫ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ତାହା ଘନୀଭୂତ ହୋଇ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଆସନ୍ତାକାଲି ବାତ୍ୟା ଫନି ସ୍ଥଳଭାଗ ଛୁଇଁବାକୁ ପୂରିବ ୮ବର୍ଷ। ଏହାରି ଭିତରେ ଚଳିତ ମେ ମାସରେ ବଂଗୋପସାଗରେ ଏକ ବାତ୍ୟା ସମ୍ଭାବନା ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗ୍କୋବାଲ ଫୋରକାଷ୍ଟ ସିଷ୍ଟମ ଦକ୍ଷିଣ ବଂଗୋପସାଗରରେ ଏକ ବାତ୍ୟା ଆସୁଥିବା ନେଇ ପୂର୍ବାନୁମାନ କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ବାତ୍ୟା କଥାକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ଭାରତୀୟ ପାଣିପାଗ ନିର୍ଦ୍ଦେଶକ ।

ଅକ୍ଟୋବର ମାସ ଭଳି ମେ ମାସ ଆସିଲେ ରାଜ୍ୟବାସୀଙ୍କୁ ଘରେ ବାତ୍ୟା ଭୟ । ଭାରତୀୟ ପାଣିପାଗ ବିଭାଗ ଏନେଇ କୌଣସି ସୂଚନା ଦେଇନଥିଲେ ବି ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ବା ଜିଏଫଏସର ଆକଳନ ଅନୁଯାୟୀ, ମେ ୧୧ରୁ ୧୫ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ତାହା ଘନୀଭୂତ ହୋଇ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ତାହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବଡ କଥା ହେଉଛି ବର୍ତ୍ତମାନର ସ୍ଥିତି ବାତ୍ୟା ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି କୁହାଯାଇଛି । ତଥାପି ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ୪ରୁ ୫ ଦିନ ପରେରେ ସ୍ପଷ୍ଟ ଚିତ୍ର ଆସିବ । ଏଥିସହ ମେ ମାସ ପ୍ରଥମ ଭାଗରେ ଘୂର୍ଣ୍ଣିବାତ୍ୟା ହେବ କି ନାହିଁ ତାହା ଜଣାପଡ଼ିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । ଏପରିକି ବାତ୍ୟା ସମ୍ଭାବନାକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । କହିଛନ୍ତି, ଏବେ ସୁଦ୍ଧା ବାତ୍ୟାର କୌଣସି ସମ୍ଭାବନା ଦେଖା ଯାଉନାହିଁ । ତେଣୁ ଭୟଭୀତ ହୁଅନ୍ତୁ ନାହିଁ। ଅନ୍ୟାନ୍ୟ ପାଣିପାଗ ମଡେଲ୍ ଗୁଡ଼ିକ ବି ବାତ୍ୟା ହେବା ନେଇ ପୂର୍ବାନୁମାନ କରିଛନ୍ତି । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ଆକଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବାତ୍ୟା, ବନ୍ୟା ଏବଂ ହିଟ୍ୱେଭ୍ ପ୍ରବଣ ରାଜ୍ୟ ଓଡ଼ିଶା। ଏପ୍ରିଲ ମାସ ସନ୍ଧ୍ୟାରେ ଝଡ଼ବର୍ଷା ହୁଏ । ମେ’ ମାସରେ ବାତ୍ୟା ହେବା ସମ୍ଭାବନା ଥାଏ। ପୂର୍ବ ଅନୁମାନ ପାଣିପାଗ ବିଭାଗ କରିନାହିଁ । ଛୋଟ ବଡ଼ ଏଜେନ୍ସିର ଆକଳନ ଥାଏ। ଏଭଳି ସମ୍ଭାବନା ଆସିଲେ ଆମେ ପ୍ରସ୍ତୁତ ଅଛୁ। ଆଇଏମଡି ପକ୍ଷରୁ କ’ଣ ତଥ୍ୟ ଆସିବ ଅପେକ୍ଷା କରୁଛୁ। ମେ ମାସ ହୋଇଥିବାରୁ ଲୋକଙ୍କ ଭିତରେ ବାତ୍ୟାକୁ ନେଇ ଭୟ ରହିଛି । ମୌସୁମୀ ଆସିବା ପୂର୍ବରୁ ଗ୍ରୀଷ୍ମକାଳୀନ ବାତ୍ୟା ଆସି ପୂର୍ବରୁ ଓଡ଼ିଶାରେ ବହୁ କ୍ଷୟକ୍ଷତି କରିଛି ।






