AK ସାଧାରଣତଃ ମିଠା ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ହେଲେ ମିଠା ଆମ ଶରୀରର ପାଇଁ ଭଲ ନୁହେଁ ବୋଲି ଆମେ ମିଠା ଖାଇବାରେ ରୋକ୍ ଲଗାଇଥାଉ । ମିଠା କଥା ଆସିଲେ ମାନେ ଆମେ କ୍ଷିରୀ କଥା ମନେ ପକାଇଥାଉ । ଅଧିକାଂଶ ଲୋକମାନଙ୍କୁ କ୍ଷିରୀ ଖାଇବାକୁ ଅଧିକ ଭଲ ଲାଗିଥାଏ । ହେଲେ ଯଦି ଅତ୍ୟଧିକ ମିଠାଯୁକ୍ତ ହୋଇଥାଏ ତେବେ ଏହା ଆମ ଶରୀର ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ । ମିଠା କଥା ଆସିଲେ ମାନେ ଆମେ କ୍ଷିରୀ କଥା ମନେ ପକାଇଥାଉ । ଅଧିକାଂଶ ଲୋକମାନଙ୍କୁ କ୍ଷିରୀ ଖାଇବାକୁ ଅଧିକ ଭଲ ଲାଗିଥାଏ । ହେଲେ ଯଦି ଅତ୍ୟଧିକ ମିଠାଯୁକ୍ତ ହୋଇଥାଏ ତେବେ ଏହା ଆମ ଶରୀର ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ । ଯାହା ଶରୀରକୁ ଦୁର୍ବଳ କରିଥଏ । ସୁଆଦିଆ ହେଲେ ମଧ୍ୟ ଦେହ ପାଇଁ ଆଦୌ ଭଲ ହୋଇନଥାଏ । ତେବେ ଆସନ୍ତୁ ଜାଣିବା ଅତି କମ୍ ମିଠାରେ ଲାଉରେ କିପରି କ୍ଷିରୀ କରିବା ।

ଏହା ସ୍ବାଦିଷ୍ଟ ଲାଗିବା ସହ ଶରୀରକୁ କୌଣସି କ୍ଷତି ମଧ୍ୟ ପହଞ୍ଚାଇନଥାଏ । ଯଦି ଏହି ଖିର ଚିନି ବିନା, ଗୁଡ଼ କିମ୍ବା ଖଜୁର ବ୍ୟବହାର କରି ତିଆରି କରାଯାଏ, ତେବେ ଏହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଅତ୍ୟନ୍ତ ପୁଷ୍ଟିକର ମଧ୍ୟ ହୋଇଯାଏ । ଆସନ୍ତୁ ଜାଣିବା ସେହି ସ୍ୱତନ୍ତ୍ର ରେସିପି ଯାହାର ରେସିପି ବିଷୟରେ ସମସ୍ତେ ଆପଣଙ୍କୁ ପଚାରିବେ । ଗୁଡ଼ କ୍ଷୀରି ପାଇଁ ଏହି ଜିନିଷଗୁଡ଼ିକ ପ୍ରସ୍ତୁତ କରନ୍ତୁ : ପ୍ରଥମେ କଞ୍ଚା ଲାଉ ନିଅନ୍ତୁ । ୧ ଲିଟର ଫୁଲ୍ କ୍ରିମ୍ କ୍ଷୀର ନିଅନ୍ତୁ । ୧ରୁ ୨ କପ୍ ଗୁଡ଼ କିମ୍ବା ଖଜୁରି ପେଷ୍ଟ , ୧ଚାମଚ ଘିଅ ସହ କାଜୁ , ବାଦାମ ଏବଂ ପିସ୍ତା ନିଅନ୍ତୁ । ତାକୁ ଭଲ ଭାବରେ ଘିଅରେ ଭାଜି ନିଅନ୍ତୁ । ତେବେ ଆସନ୍ତୁ ଜାଣିବା ପ୍ରସ୍ତୁତ ପ୍ରଣାଳୀ – ପ୍ରଥମେ, ଲାଉ ଛଡ଼ାଇ ଛେଚି ଦିଅନ୍ତୁ ଏବଂ ଏହାର ଅତିରିକ୍ତ ପାଣି ଚିପୁଡ଼ି ବାହାର କରିଦିଅନ୍ତୁ । ଏକ ପ୍ୟାନରେ ଘିଅ ଗରମ କରନ୍ତୁ ଏବଂ ଛେଚା ହୋଇଥିବା କଞ୍ଚା ପାତ୍ରକୁ ମଧ୍ୟମ ଆଞ୍ଚରେ ୫ରୁ ୭ ମିନିଟ୍ ପାଇଁ ଭାଜି ଦିଅନ୍ତୁ । ଏପରି ଭାଜନ୍ତୁ ଯେ ଯେପରି କଖାରୁର କଞ୍ଚାପଣ ଦୂର ହୋଇଯିବ । ତା ପରେ ଆଉ ଏକ ପାତ୍ରରେ କ୍ଷୀରକୁ ଭଲ ଭାବେ ଫୁଟାଇ ଦିଅନ୍ତୁ । କ୍ଷୀର ଟିକେ ରଙ୍ଗଯୁକ୍ତ ହୋଇଗଲେ ପୂର୍ବରୁ ଭଜା ହୋଇଥିବା ସାମଗ୍ରୀକୁ କ୍ଷୀରରେ ପକାନ୍ତୁ । ଲାଉ ନରମ ହେବା ପର୍ଯ୍ୟନ୍ତ ଏବାକୁ ଭଲ ଭାବେ କମ୍ ଆଞ୍ଚରେ ରାନ୍ଧନ୍ତୁ । ଶେଷରେ କଞ୍ଚା ବାଦାମ , ଖଜୁରୀ ଭଳି ଡ୍ରାଏ ଫୁଡକୁ ଆଡ୍ କରନ୍ତୁ । ଏହା ଚିନି ଭଳି ସ୍ବାଦ ପ୍ରଦାନ କରିଥାଏ । ପରେ କ୍ଷିରୀ ଉପରେ ଟିକେ ଘିଅ ମଧ୍ୟ ପକାଇପାରନ୍ତି । ଏହା ପରେ କ୍ଷିରୀ ଭଲ ଭାବେ ପ୍ରସ୍ତୁତ ହୋଇଗଲେ ଆଞ୍ଚ ବନ୍ଦ କରିଦିଅନ୍ତୁ । ପରେ ଥଣ୍ଡା ହେବା ପରେ ଏହାକୁ ପ୍ଲେଟରେ ବାଢ଼ି ଏହାର ଅଦ୍ଭୁତ ସ୍ବାଦ ନିଅନ୍ତୁ । ଯାହା ଆପଣଙ୍କୁ ଏକ ସୁନ୍ଦର ସ୍ବାଦିଷ୍ଟ ଖାଦ୍ୟର ମହକ ଦେବ । ଏହାକୁ ଥରେ ନିଜେ ଖାଇ ପରିବାରର ଲୋକମାନଙ୍କୁ ପରଷନ୍ତୁ , ଦେଖିବେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଆପଣଙ୍କର ଫ୍ୟାନ୍ ହୋଇଯିବେ ।






