AK ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ଖରା ଗରମ ଓ ଗୁଳୁଗୁଳିକୁ ନେଇ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ପାଇଁ ସତର୍କତା ଜାରି କରାଯାଇଛି । ରାଜ୍ୟରେ ପ୍ରବଳ ଖରା ସହ ଜଳୁଛି ପଶ୍ଚିମରୁ ଉପକୂଳ। ୨୫ ଯାଏ ତାତିରୁ ତ୍ରାହି ନଥିବା ବେଳେ ଡରାଇବା କାଳବୈଶାଖୀ । ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ଖରା ଗରମ ଓ ଗୁଳୁଗୁଳିକୁ ନେଇ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ

ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ପାଇଁ ସତର୍କତା ଜାରି କରାଯାଇଛି। ସେହିପରି ରାଜ୍ୟରେ କାଳବୈଶାଖୀର ପ୍ରଭାବ ୫ ଦିନ ଯାଏ ଥିବା ବେଳେ ଝାରସୁଗୁଡା ବରଗଡ଼ ସମ୍ବଲପୁର ଦେଓଗଡ ଓ ସମ୍ବଲପୁରକୁ ବାଦ ଦେଇ ଅବଶିଷ୍ଟ ୨୫ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି ହୋଇଛି । ଆସନ୍ତାକାଲି ୧୧ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି ହୋଇଛି। ୧୧ ଜିଲ୍ଲା ସମେତ ମାଲକାନଗିରି, କୋରାପୁଟ, ରାୟଗଡା ମୟୁରଭଞ୍ଜ ଓ କେନ୍ଦୁଝର ଏହି ୧୬ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ୨୩ ରୁ ଖରା ଓ ଗରମ ବଢିବା ସହ ବଲାଙ୍ଗୀର ଅନୁଗୁଳ ଓ ଝାରସୁଗୁଡା ଏହି ୩ ଜିଲ୍ଲାକୁ ହିଟ ୱେଭ ବା ଗ୍ରୀଷ୍ମ ପ୍ରବାହ ଜାରି କରିଛି ପାଣିପାଗ ବିଭାଗ। ୨୫ ଯାଏ ଗ୍ରୀଷ୍ମ ପ୍ରବାହ ର ଚେତାବନୀ ଥିବା ବେଳେ ତାତି ରୁ ନାହିଁ ନିସ୍ତାର ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୪ ଦିନ ଯାଏ ତାପମାତ୍ରାରେ ପରିବର୍ତନ ହେବାକୁ ନଥିବା ବେଳେ ୪ ଦିନ ପରେ ପୁଣି ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ଆକଳନ କରିଛି। ଅନ୍ୟପଟେ ଗତ ୨୪ ଘଂଟାରେ ପଶ୍ଚିମ ଓଡିଶା ତାଟିର ଟାଉ ରେ ଜଳୁଥିବା ବେଳେ ୧୫ ଟି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଛି ସର୍ବାଧିକ ତାପମାତ୍ରା ଟିଟିଲାଗଡ ରେ ୪୨.୫ ଡିଗ୍ରୀ ରେକର୍ଡ ହୋଇଛି ।






