AK ଜେଲରୁ କଏଦି ଫେରାର । କଳାହାଣ୍ଡି ଭବାନୀପାଟଣା ଜେଲ ସୁରକ୍ଷାରେ ଢିଲା । ଚୋରୀ ଘଟଣାରେ ଜେଲରେ ଥିବା ଠେମରା ଗାଁର ଜଗନ୍ନାଥ ଶବର ଗତ ବିଳମ୍ବିତ ରାତିରେ ପାଚେରୀ ଡେଇଁ ଫେରାର ହୋଇଯାଇଛନ୍ତି ।

ଜେଲରୁ କଏଦି ଫେରାର। କଳାହାଣ୍ଡି ଭବାନୀପାଟଣା ଜେଲ ସୁରକ୍ଷାରେ ଢିଲା। ଚୋରୀ ଘଟଣାରେ ଜେଲରେ ଥିବା ଠେମରା ଗାଁର ଜଗନ୍ନାଥ ଶବର ଗତ ବିଳମ୍ବିତ ରାତିରେ ପାଚେରୀ ଡେଇଁ ଫେରାର ହୋଇଯାଇଛନ୍ତି। ସେ ଚୋରୀ ଘଟଣାରେ ଜେଲରେ ଥିବାବେଳେ କୋର୍ଟରେ ମାମଲା ଚାଲୁଛି। ଜେଲ ପକ୍ଷରୁ ଭବାନୀପାଟଣା ଟାଉନ ଥାନାରେ ମାମଲା ରୁଜୁ ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି। ସବୁଠୁ ଆଶ୍ଚର୍ଯ୍ୟକର କଥା ସହର ମଧ୍ୟ ଭାଗରେ ଥିବା ଜେଲର ବଡ଼ ପାଚେରୀ ଡେଇଁ କେମିତି ପଳେଇବା କଏଦୀ,ସୁରକ୍ଷା ନେଇ ଉଠିଛି ପ୍ରଶ୍ନ ଜେଲର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ଜେଲକୁ ଜଗିବା ପାଇଁ ଟାୱାର ଉପରେ ସୁରକ୍ଷା ଓ ସିସିଟିଭି ଲାଗିଛି। ଏତିକି ସୁରକ୍ଷା ବ୍ୟବସ୍ଥାରେ ଜେଲରୁ କଏଦି ଫେରାର ହେବା କର୍ତ୍ତୃପକ୍ଷଙ୍କ ଅବହେଳା ଓ ଢିଲା ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।






