ଏ.କେ ବ୍ୟୁରୋ : ପଶ୍ଚିମବଙ୍ଗରେ ଟିଏମସିକୁ ଆଉ ଏକ ବଡ଼ ଝଟକା । ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ସୁସ୍ମିତା ଦେବ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ୨୦୨୧ରେ ଟିଏମସିରେ ସାମିଲ ହୋଇଥିଲେ ସୁସ୍ମିତା ଦେବ ।
ଟିଏମସିରେ ଯୋଗ ଦେବା ପୂର୍ବରୁ ସୁସ୍ମିତା କଂଗ୍ରେସରେ ରହିଥିଲେ । ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରୁଥିବା ସୁସ୍ମିତାଙ୍କ ନିଷ୍ପତ୍ତି ଟିଏମସି ପାଇଁ ଏକ ବଡ଼ ଝଟକା । ସୁସ୍ମିତାଙ୍କ ଇସ୍ତଫା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୁସ୍ମିତାଙ୍କ ପୂର୍ବରୁ ସୁଖେନ୍ଦୁ ଶେଖର ରାୟ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ଟିଏମସିରେ ଯୋଗ ଦେବା ପରେ ମମତା ବାନାର୍ଜୀ ତାଙ୍କୁ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ପଠାଇଥିଲେ ଏବଂ ତ୍ରିପୁରା ତଥା ଆସାମରେ ଦଳର ସଙ୍ଗଠନ ସଜାଡ଼ିବା ଦାୟିତ୍ୱ ଦେଇଥିଲେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଟିଏମସିର ସଙ୍କଟ ବଢିବାରେ ଲାଗିଛି । ୨୦ରୁ ଅଧିକ ସାଂସଦ ଦଳ ଛାଡିବା ପାଇଁ ବସିଛନ୍ତି । ସେମାନେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ସମର୍ଥନ କରିବାକୁ କହିସାରିଛନ୍ତି । ସୁସ୍ମିତା ଦେବ ୨୦୨୧ ମସିହାରେ କଂଗ୍ରେସ ସହ ଦୀର୍ଘ ଦିନର ସମ୍ପର୍କ ଛିନ୍ନ କରି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ଆସାମର ସିଲଚରରୁ ଜଣେ ପ୍ରଭାବଶାଳୀ ନେତ୍ରୀ ଭାବେ ଜଣାଶୁଣା ।






