ଏ.କେ ବ୍ୟୁରୋ : ଟୋକନ ମିଳୁନି, ଧାନ ଉଠୁନି । ୧୦ ଦିନ ହେଲା ଅନଶନରେ ବସିଛନ୍ତି ଚାଷୀ । ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡଭା ମଣ୍ଡିରେ ଆଜିକୁ ୧୦ ଦିନ ହେଲା ଚାଷୀ ଅନସନରେ ବସିଛନ୍ତି ।
ଟୋକେନ ମିଳି ନଥିବାରୁ ଧାନ ଉଠୁନି । ୧୦ ଦିନ ହେଲା ଅନସରରେ ବସିଥିଲେ ମଧ୍ୟ ସମାଧାନ ହୋଇ ପାରୁ ନାହିଁ । ପ୍ରଶାସନ ଦୃଷ୍ଟି ଦେଇ ନଥିବା ଅଭିଯୋଗ ହୋଇଛି । ପ୍ରାୟ ୩୦୦ ଚାଷୀଙ୍କୁ ଟୋକନ ମିଳିନଥିବା ଅଭିଯୋଗ ହୋଇଛି ।
ଏନେଇ ପୂର୍ବରୁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟିଥିଲେ ଚାଷୀ । ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ସମାଧାନ ହୋଇ ପାରିନଥିଲା । ଏଣେ ଅଦିନିଆ ବର୍ଷାରେ ଖୋଲା ଆକାଶ ତଳେ ପଡ଼ି ରହିଛି ଧାନ । କାଳବୈଶାଖୀ ବର୍ଷାରେ ଭିଜୁଛି । ତେଣୁ ଚିନ୍ତାରେ ଅଛନ୍ତି ଚାଷୀ । ଅନ୍ୟପଟେ ଖରାରେ ଅନଶନରେ ବସିଥିବା ଚାଷୀଙ୍କ ମଧ୍ୟରୁ କିଛି ଚାଷୀ ଅସୁସ୍ଥ ହୋଇ ପଡ଼ିଥିଲେ ।






