AK ଢେଙ୍କାନାଳ ଜିଲ୍ଲାରେ ବେଧଡ଼କ ଚାଲିଛି ବେଆଇନ ବାଲି କାରବାର। ଖୋଦ୍ ଏସପି ଓ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖ ଦେଇ ଦୈନିକ ଶହ ଶହ ବାଲି ଗାଡ଼ି ଚଲାଣ ହେଉଛି। ଥାନା ଠାରୁ ମାତ୍ର ଅନତି ଦୂରରେ ଦିନରେ ଉଠୁଛି। ଆଉ ଚୁପ୍ ବସିଛି ପୁଲିସ୍। ଓଡ଼ପଡ଼ା ବ୍ଲକ କୁସପଙ୍ଗା ପଞ୍ଚାୟତର କୁରୁଁଟି ବାଲିଘାଟ । ଏଠି ବ୍ରାହ୍ମଣୀ ନଦୀର ଛାତି ଚିରି ବେଆଇନ ବାଲି ଉତ୍ତୋଳନ ଚାଲିଛି। କୌଣସି ପାରମ୍ପରିକ ପଦ୍ଧତି ନୁହେଁ, ବରଂ ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରି ପମ୍ପିଂ ମେସିନ ସାହାଯ୍ୟରେ ମଝି ନଦୀରୁ ପାଇପ୍ ଯୋଗେ ବାଲି କଢ଼ାଯାଉଛି । ଆଉ ଜେସିବି ସାହାଯ୍ୟରେ ହାଇୱା, ଟିପର ଓ ଟ୍ରାକ୍ଟରରେ ବାଲି ବୋଝେଇ କରି ଅନୁଗୁଳ, ଯାଜପୁର ଓ ତାଳଚେର ଅଞ୍ଚଳକୁ ଚାଲାଣ ହେଉଛି । ଢେଙ୍କାନାଳ ଜିଲ୍ଲାରେ ବେଧଡ଼କ ଚାଲିଛି ବେଆଇନ ବାଲି କାରବାର। ଖୋଦ୍ ଏସପି ଓ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖ ଦେଇ ଦୈନିକ ଶହ ଶହ ବାଲି ଗାଡ଼ି ଚଲାଣ ହେଉଛି। ଥାନା ଠାରୁ ମାତ୍ର ଅନତି ଦୂରରେ ଦିନରେ ଉଠୁଛି। ଆଉ ଚୁପ୍ ବସିଛି ପୁଲିସ୍ । ଢେଙ୍କାନାଳ ଓଡ଼ପଡ଼ା ବ୍ଲକ କୁସପଙ୍ଗା ପଞ୍ଚାୟତର କୁରୁଁଟି ବାଲିଘାଟ। ଏଠି ବ୍ରାହ୍ମଣୀ ନଦୀର ଛାତି ଚିରି ବେଆଇନ ବାଲି ଉତ୍ତୋଳନ ଚାଲିଛି। କୌଣସି ପାରମ୍ପରିକ ପଦ୍ଧତି ନୁହେଁ, ବରଂ ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରି ପମ୍ପିଂ ମେସିନ ସାହାଯ୍ୟରେ ମଝି ନଦୀରୁ ପାଇପ୍ ଯୋଗେ ବାଲି କଢ଼ାଯାଉଛି। ଆଉ ଜେସିବି ସାହାଯ୍ୟରେ ହାଇୱା, ଟିପର ଓ ଟ୍ରାକ୍ଟରରେ ବାଲି ବୋଝେଇ କରି ଅନୁଗୁଳ, ଯାଜପୁର ଓ ତାଳଚେର ଅଞ୍ଚଳକୁ ଚାଲାଣ ହେଉଛି। ମୋଟଙ୍ଗା ଥାନା ଠାରୁ ମାତ୍ର ୮୦୦ ମିଟର ଦୂରରେ ବାଲି ଲୁଟ୍! ଚାଲିଥିଲା ବେଳେ ଆଖି ବୁଜି ଦେଇଛି ପୁଲିସ୍। ରାଜ୍ୟ ସରାକାରଙ୍କ ଶୂନ୍ୟ ସହନଶୀଳତାକୁ ସତେ ଯେମିତି ଉପହାସ କରୁଛି ଢେଙ୍କାନାଳ ପୁଲିସ।

ଖାଲି ସେତିକି ନୁହେଁ, ବାଲି ପ୍ରଦୂଷଣ ପାଇଁ କୁରୁଁଟିରେ ଏନଜିଟି ରହିତାଦେଶକୁ ମଧ୍ୟ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି ଏହି ବାଲି ମାଫିଆ । ବାଲି ଗାଡ଼ିଗୁଡ଼ିକ ଢେଙ୍କାନାଳ ସହର ଭିତରେ ‘ନୋ ଏଣ୍ଟ୍ରି’ ରାସ୍ତାରେ ଏବଂ ଏସପି ଓ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ଦେଇ ଯାଉଛି । ଏମିତିକି ସ୍ଥାନୀୟ ଲୋକେ ଅଭିଯୋଗ କଲେ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ଆଉ ଜିଲ୍ଲପାଳଙ୍କୁ ଏ ନେଇ ପଚାରିବାକୁ ସେ ଉପଜିଲ୍ଲାପାଳ ଓ ଖଣି ଅଧିକାରୀଙ୍କ ମତ ନେବାକୁ ପରାମର୍ଶ ଦେଉଛନ୍ତି। ରାଜସ୍ୱ ହାନି ସାଙ୍ଗକୁ ପରିବେଶ ପ୍ରଦୂଷଣ ବଢ଼ୁଥିଲେ ମଧ୍ୟ କାହିଁକି କାର୍ୟ୍ୟାନୁଷ୍ଠାନ ଶୂନ? କେବେ ମାଫିଆଙ୍କ କବଳରୁ ମୁକ୍ତ ହେବ ବ୍ରାହ୍ମଣୀ ? କାହା ଛତ୍ରଛାୟା ତଳେ ଚାଲିଛି ଏହି ଲୁଟ୍ ?






