AK ହଁ ଦର୍ଶକ ବଂଧୁ ଆମେ କହୁଛୁ ଏମିତି କିଛି କଥା ଯାହା ଶୁଣିଲେ ଆପଣ ଙ୍କୁ ଅବିଶ୍ୱାସ ଲାଗିବା ସହ ଲଜ୍ଜିତ ଅନୁଭବ କରିବେ
ସମସ୍ତେ ଜାଣିଥିବେ ଶନି ଦେବ ହେଉଛନ୍ତି ଗ୍ରହରାଜ ।

ଯାହାଙ୍କ କୋପ ଦୃଷ୍ଟି ରେ ସମଗ୍ର ଦେବତା ମଧ୍ୟ ଭୟରେ ଥରି ଯାଇଥାନ୍ତି କାରଣ ନ୍ୟାୟ ର ଦେବତା ଶନି ଦେବ ଛୋଟ ଭୁଲ ପାଇଁ ବଡ ଦଣ୍ଡ ଦେବା ପାଇଁ ପଛ ଘୁଞ୍ଚା ଦିୟନ୍ତି ନାହିଁ ଆସନ୍ତା ୨୫ ତାରିଖ ଶନିବାର ଗ୍ରହରାଜ ଶ୍ରୀ ଶନି ଦେବ ଙ୍କ ମହା ଜଳାଭିଷେକ୍ ଯାତ୍ରା ପାଇଁ ଚାରିଆଡ଼େ ପ୍ରସ୍ତୁତି ଚାଲିଥିଲାବେଳେ ନିଶ୍ଚିନ୍ତକୋଇଲି ଅଞ୍ଚଳ ରୁ ଆସିଛି ଏମିତି ନିନ୍ଦନୀୟ ଘଟଣା ।
କଟକ ଜିଲ୍ଲା ନିଶ୍ଚି୍ତକୋଇଲି ଥାନା ଅଧିନ କଟରପଡ଼ା ପଞ୍ଚାୟତ ଅନ୍ତର୍ଗତ ମୁରଦାବାଦ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣ ରେ ଥିବା ଶନି ଦେବଙ୍କ ମୂର୍ତ୍ତି କୁ କେହି ଦୁର୍ବୃତ୍ତ ହାଣି ଦେବା ନେଇ ଥାନାରେ ଅଭିଯୋଗ ହୋଇଛି ।

ପୋଲିସ ଅଭିଯୋଗ ପାଇବାପରେ ଘଟଣା ସ୍ଥଳରେ ପହଞ୍ଚି ପରିଦର୍ଶନ କରିଥିଲେ ମଧ୍ୟ ଅଦ୍ୟାବଧି ଦୁର୍ବୃତ୍ତ କୌଣସି ପତ୍ତା ମିଳି ପାରିନାହିଁ । ଶନି ଦେବଙ୍କ ମୂର୍ତ୍ତି କୁ କଣ ପାଇଁ ହଣ। ଗଲା ତାହାର ତଦନ୍ତ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ମନ୍ଦିର ତରଫରୁ ନିଷ୍ପତ୍ତି ନିଆଯାଇଛି ଯେ ଏହି ଖଣ୍ଡ ବିଖଣ୍ଡତି ମୂର୍ତ୍ତି କୁ ପାଣିରେ ବିସର୍ଜନ କରାଯାଇ ସେଠାରେ ଏକ ନୂତନ ମୂର୍ତି ପ୍ରତିଷ୍ଠା କରାଯିବ । ଯେତେ ଶୀଘ୍ର ମୂର୍ତ୍ତି ପ୍ରତିଷ୍ଠା ସରିଲେ ହେବାକୁ ଥିବା ଶନି ଜଳାଭିଶେକ୍ ଓ ଯଜ୍ଞ କାର୍ଯ୍ୟ କରାଯିବ ବୋଲି ମୁଖ୍ୟ ତତ୍ତ୍ୱାବଧାରକ ଫକୀର ଚରଣ ନାୟକ ସୂଚନା ଦେଇଛନ୍ତି ।






