AK ସେ କହିଛନ୍ତି ଯେ, ଯେତେବେଳେ ଦାନା ମାଝୀ ଘଟଣା ଘଟିଥିଲା, ସେତେବେଳେ ସମଗ୍ର ଓଡ଼ିଶା ବିଶ୍ୱ ଦରବାରରେ ନିନ୍ଦିତ ହୋଇଥିଲା । ସେତେବେଳେ ନବୀନ ବାବୁ କଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ମହିଳା ସଶକ୍ତିକରଣ ଏବଂ ସଂରକ୍ଷଣ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନବୀନଙ୍କ ବୟାନକୁ ଅଭିହିତ କରି ସେ ପୁରୁଣା ଘଟଣାଗୁଡ଼ିକୁ ମନେ ପକାଇ ଦେଇଛନ୍ତି ।

ସେ କହିଛନ୍ତି ଯେ, ଯେତେବେଳେ ଦାନା ମାଝୀ ଘଟଣା ଘଟିଥିଲା, ସେତେବେଳେ ସମଗ୍ର ଓଡ଼ିଶା ବିଶ୍ୱ ଦରବାରରେ ନିନ୍ଦିତ ହୋଇଥିଲା । ସେତେବେଳେ ନବୀନ ବାବୁ କଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଆମର ବିଜୁ ବାବୁଙ୍କ ପ୍ରତି ସମ୍ମାନ ଥିଲେ ହେଁ, ନବୀନଙ୍କ ୨୫ ବର୍ଷର ଶାସନ କାଳରେ ମହିଳାମାନେ କେବଳ ଅନ୍ୟାୟର ଶିକାର ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । କଂଗ୍ରେସ ଉପରେ ବର୍ଷି ସେ କହିଛନ୍ତି, ୪୦ ବର୍ଷ ଶାସନରେ ଥାଇ ମଧ୍ୟ କଂଗ୍ରେସ ମହିଳାଙ୍କ ପାଇଁ କିଛି କରିନାହିଁ । ସେମାନେ କେବଳ ଗାନ୍ଧୀ ପରିବାରର ମହିଳା କିଭଳି ଆଗକୁ ଯିବେ ସେହି ଚିନ୍ତା କରୁଛନ୍ତି । ୨୦୨୩ରେ ଯେଉଁ ମହିଳା ସଂରକ୍ଷଣ ବିଲ୍ ଆସିଲା, ତାହାକୁ ପୂର୍ବରୁ ସମର୍ଥନ କରିଥିବା ଦଳଗୁଡ଼ିକ ଏବେ ବିରୋଧ କରୁଛନ୍ତି । ୨୦୧୮ରେ ବିଜେଡି କେବଳ ଭୋଟ ହାତେଇବା ପାଇଁ ବିଧାନସଭାରେ ଏହି ପ୍ରସ୍ତାବ ଆଣିଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି, ଏବେ ଲୋକସଭାରେ ବିଜେଡିର ଜଣେ ବି ସାଂସଦ ନାହାନ୍ତି । ତେଣୁ କେବଳ ଛଳନା କରିବା ପାଇଁ ନବୀନ ବାବୁ ବିଜେପିର ୨୦ ଜଣ ସାଂସଦଙ୍କୁ ଚିଠି ଲେଖିଛନ୍ତି । ମହିଳାମାନେ କାଳେ ବଡ଼ ନେତା ହୋଇଯିବେ, ସେହି ଭୟରେ ସେମାନଙ୍କୁ ପାର୍ଲାମେଣ୍ଟ ପାଇଁ ଟିକେଟ ଦିଆଯାଉ ନଥିଲା । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏବେ ମହିଳାମାନେ ଦେଶର ବିକାଶର ନୀତିନିୟନ୍ତା ହେବେ । ଶେଷରେ ସେ ଚେତାବନୀ ଦେଇ କହିଛନ୍ତି ଯେ, ଯେଉଁମାନେ ମହିଳାଙ୍କୁ ଅବହେଳା କରିଛନ୍ତି, ସମୟ ସେମାନଙ୍କୁ ଉଚିତ୍ ଜବାବ ଦେବ ଏବଂ ନବୀନ ବାବୁ ଆଉ ମହିଳାଙ୍କୁ ବୋକା ବନେଇ ପାରିବେ ନାହିଁ ।






