AK ଫେସବୁକରେ ପୋଷ୍ଟ ପଡ଼ିବ, ମଞ୍ଚରେ ମାଇକ ଧରି ସଭିଏଁ ଆଜି ଶ୍ରମିକକୁ ଶେହନ୍ସା ଭଳି ମୁଣ୍ଡ ଉପରେ ବସାଇବେ । ହେଲେ ପ୍ରଶ୍ନ ଉଠୁଛି ଏଇ ଶୁଭେଚ୍ଛାରେ ଶ୍ରମିକର ପେଟ ପୁରିବ କି? ଶ୍ରମିକ ଆଜି ସରକାରଙ୍କୁ ପ୍ରଶ୍ନ କରୁଛି, ଆମକୁ ଆମ ନିଜ ମାଟିରେ କାମ ମିଳିବ ତ ? ନା ଆମେ ପୁଣି ଫେରିଯିବୁ ସେଇ ସ୍ୱାର୍ଥପର ସହରକୁ? ଗୁଣଗାନ ଅପେକ୍ଷା ନିଜ ରାଜ୍ୟରେ ରୋଜଗାର ବ୍ୟବସ୍ଥା ହେଲେ ତାହାହିଁ ହେବ ଶ୍ରମିକ ପାଇଁ ସବୁଠୁ ବଡ଼ ଉପହାର ।

ଏସି ରୁମ୍ରେ ବସିଥିବା ସହର ଜାଣେନାହିଁ, ତତଲା ପିଚୁର ତାତି କେତେ…
ପରର ସ୍ୱପ୍ନକୁ ସଜାଡୁ ସଜାଡୁ, ନିଜ ଜୀବନକୁ ପର କରିଦିଏ ସେ…
ଭାଷଣରେ ପେଟ ପୂରେନା କି ଫେସବୁକ ପୋଷ୍ଟରେ ଶୋଷ ମରେନା..
ଶ୍ରମିକ ଆଜି ସମ୍ମାନ ନୁହେଁ, ନିଜ ମାଟିରେ ଅଧିକାର ଖୋଜୁଛି…






