AK ପନ୍ତଙ୍କ ପାଇଁ ୨୭ କୋଟି ଏବଂ ପୁରନଙ୍କ ପାଇଁ ୨୧ କୋଟି ଖର୍ଚ୍ଚ କରିଛି ଫ୍ରାଞ୍ଚାଇଜି । କିନ୍ତୁ ଆଶାନୁରୂପ ପ୍ରଦର୍ଶନ କରିବାରେ ଉଭୟ ଖେଳାଳି ବିଫଳ ହୋଇଛନ୍ତି । ଆଇପିଏଲ ୨୦୨୬ ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବେ ଏକ ବଡ଼ ସଙ୍କଟ ଦେଇ ଗତି କରୁଛି । ଦଳର ଦୁଇ ମହଙ୍ଗା ଖେଳାଳି ଋଷଭ ପନ୍ତ ଏବଂ ନିକୋଲାସ ପୁରନଙ୍କ ଖରାପ ପ୍ରଦର୍ଶନ ଏବେ ଟିମ୍ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଫ୍ରାଞ୍ଚାଇଜି ଏହି ଦୁଇ ଖେଳାଳିଙ୍କ ପାଇଁ ପ୍ରାୟ ୪୮ କୋଟି ଟଙ୍କା ଖର୍ଚ୍ଚ କରିଥିଲା, ଯାହା ଦଳର ବଜେଟର ଏକ ବଡ଼ ଅଂଶ । ପନ୍ତଙ୍କ ପାଇଁ ୨୭ କୋଟି ଏବଂ ପୁରନଙ୍କ ପାଇଁ ୨୧ କୋଟି ଖର୍ଚ୍ଚ କରିଛି ଫ୍ରାଞ୍ଚାଇଜି । କିନ୍ତୁ ଆଶାନୁରୂପ ପ୍ରଦର୍ଶନ କରିବାରେ ଉଭୟ ଖେଳାଳି ବିଫଳ ହୋଇଛନ୍ତି ।

ଫଳସ୍ୱରୂପ, ଖେଳାଯାଇଥିବା ୬ଟି ମ୍ୟାଚ ମଧ୍ୟରୁ ଦଳ ମାତ୍ର ଦୁଇଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ନିମ୍ନ ଭାଗରେ ରହିଛି । ଟିମ୍ର ଏଭଳି ବିଫଳତାକୁ ନେଇ କ୍ରିକେଟ ବିଶେଷଜ୍ଞ ତଥା ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ସାଇମନ ଡୁଲ୍ ବଡ଼ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ମତରେ, ଟିମ୍ର ଟପ୍-୫ ବ୍ୟାଟିଂ କ୍ରମରେ ଥିବା ତିନିଜଣ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ପୁରନଙ୍କ ଅବଦାନ ପ୍ରାୟତଃ ଶୂନ ରହିଛି । ଡୁଲ୍ କହିଛନ୍ତି ଯେ ଦଳ ନିଜ ବଜେଟର ଅଧା ଅର୍ଥ କେବଳ ଦୁଇଜଣ ଖେଳାଳିଙ୍କ ପଛରେ ଖର୍ଚ୍ଚ କରିଛି, କିନ୍ତୁ ସେମାନେ ମାତ୍ର ଗୋଟିଏ ମ୍ୟାଚ ଜିତାଇବାରେ ସଫଳ ହୋଇଛନ୍ତି । ବାରମ୍ବାର ବ୍ୟାଟିଂ କ୍ରମ ପରିବର୍ତ୍ତନ କରିବା ସତ୍ତ୍ୱେ ଲକ୍ଷ୍ନୌ ଦଳକୁ କୌଣସି ସ୍ଥିରତା ମିଳିପାରି ନାହିଁ । ବ୍ୟକ୍ତିଗତ ପ୍ରଦର୍ଶନକୁ ଦେଖିଲେ, ପନ୍ତ 7ଟି ମ୍ୟାଚରେ ୨୯.୪୦ ହାରାହାରି ଏବଂ ୧୩୬.୧୧ ଷ୍ଟ୍ରାଇକ୍ ରେଟରେ ମୋଟ ୧୪୭ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଗୋଟିଏ ଅର୍ଦ୍ଧଶତକୀୟ ପାଳି ସାମିଲ ଅଛି । ଅନ୍ୟପକ୍ଷରେ, ନିକୋଲାସ ପୁରନଙ୍କ ଅବସ୍ଥା ଅଧିକ ଖରାପ ରହିଛି । ସେ ୬ଟି ପାଳିରେ ମାତ୍ର ୫୧ ରନ୍ କରିଥିବା ବେଳେ ତାଙ୍କ ଆଭରେଜ ୮.୫୦ ରହିଛି । ଏଭଳି ପ୍ରଦର୍ଶନ ତାଙ୍କ ଉପରେ ହୋଇଥିବା ପ୍ରଚୁର ନିବେଶକୁ ଦେଖି ଅତ୍ୟନ୍ତ ନିରାଶଜନକ ବୋଲି ବିବେଚନା କରାଯାଉଛି । ଦଳର ବ୍ୟାଟିଂ କ୍ରମରେ ବାରମ୍ବାର ପରିବର୍ତ୍ତନ ଖେଳାଳିମାନଙ୍କୁ ସେମାନଙ୍କର ପ୍ରକୃତ ଲୟ ଫେରି ପାଇବାରେ ବାଧା ସୃଷ୍ଟି କରୁଛି । ଆଇପିଏଲର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ, କୋଲକାତା ନାଇଟ ରାଇଡର୍ସ ବିପକ୍ଷ ଆଗାମୀ ମ୍ୟାଚ ଲକ୍ଷ୍ନୌ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି । ଯଦି ପନ୍ତ ଏବଂ ପୁରନ ସେମାନଙ୍କର ଫର୍ମ ଫେରି ନ ପାଆନ୍ତି, ତେବେ ଲକ୍ଷ୍ନୌ ପାଇଁ ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ିବାର ଆଶଙ୍କା ବଢ଼ିଯିବ । ଦଳ ପାଇଁ ଏବେ ଆବଶ୍ୟକ ହେଉଛି ତାଙ୍କର ଏହି ତାରକା ଖେଳାଳିମାନେ ମୈଦାନରେ ଦାୟିତ୍ୱବାନ ପ୍ରଦର୍ଶନ କରନ୍ତୁ ।
ଏଭଳି ସ୍ଥିତିରେ ଦଳର ମ୍ୟାନେଜମେଣ୍ଟ ଉପରେ ମଧ୍ୟ ଚାପ ବଢ଼ିବାରେ ଲାଗିଛି । ପ୍ରଶଂସକମାନେ ଏହି ବଡ଼ ଖେଳାଳିଙ୍କୁ ନେଇ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରୁଛନ୍ତି, ଯାହା ଦଳର ଡ୍ରେସିଂ ରୁମ୍ ମାହୋଲକୁ ପ୍ରଭାବିତ କରିପାରେ । ଯଦି ଆଗାମୀ ମ୍ୟାଚଗୁଡ଼ିକରେ ଏହି ଦୁଇ ଖେଳାଳି ନିଜର ଦକ୍ଷତା ପ୍ରମାଣ କରି ନ ପାରନ୍ତି, ତେବେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ସେମାନଙ୍କ ରଣନୀତିରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ପଡ଼ିପାରେ । ଦଳ ପାଇଁ ଏବେ ପ୍ଲେ-ଅଫରେ ପହଞ୍ଚିବା କଷ୍ଟକର ହୋଇପଡ଼ିଥିବାରୁ ପ୍ରତ୍ୟେକଟି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ଏବଂ ପନ୍ତ ଓ ପୁରନଙ୍କୁ ବ୍ୟାଟିଂରେ କିଛି ଚମତ୍କାର ହିଁ ଦେଖାଇବାକୁ ହେବ ।






