AK ପ୍ରକାଶିତ ତଥ୍ୟ ଅନୁଯାୟୀ, ଉଭୟ ରାଜ୍ୟରେ ଜବତ ହୋଇଥିବା ପରିମାଣ ୧,୦୭୨.୧୩ କୋଟି ଟଙ୍କା ଅତିକ୍ରମ କରିଛି । ପଶ୍ଚିମବଙ୍ଗରେ, ସୁରକ୍ଷା ଏଜେନ୍ସିଗୁଡ଼ିକ ୪୭୨.୮୯ କୋଟି ଟଙ୍କା ମୂଲ୍ୟର ଚୋରା ସାମଗ୍ରୀ ଏବଂ ନଗଦ ଜବତ କରିଛନ୍ତି । ନିର୍ବାଚନ କମିସନ କହିଛନ୍ତି, ପ୍ରଲୋଭନମୁକ୍ତ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଦୁଇ ରାଜ୍ୟରୁ ହଜାରେ କୋଟି ଟଙ୍କାର ସାମଗ୍ରୀ ଜବତ । ଆଦର୍ଶ ଆଚରଣ ସଂହିତା ଲାଗୁ ହେବା ପରେ ପଶ୍ଚିମବଙ୍ଗ ଓ ତାମିଲନାଡୁରୁ ୧ ହଜାର କୋଟିରୁ ଅଧିକ ଜିନିଷ ଜବତ ହୋଇଛି । ମଦ, ନିଶାଦ୍ରବ୍ୟ ଏବଂ ଅନ୍ୟାନ୍ୟ ଚୋରା ସାମଗ୍ରୀ ସହ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି । ଇସିଆଇ ଦୁଇ ରାଜ୍ୟରେ ଜବତ ହୋଇଥିବା ବେଆଇନ ଟଙ୍କାର ପରିମାଣ ପ୍ରକାଶ କରିଛନ୍ତି ।

ପ୍ରକାଶିତ ତଥ୍ୟ ଅନୁଯାୟୀ, ଉଭୟ ରାଜ୍ୟରେ ଜବତ ହୋଇଥିବା ପରିମାଣ ୧,୦୭୨.୧୩ କୋଟି ଟଙ୍କା ଅତିକ୍ରମ କରିଛି । ପଶ୍ଚିମବଙ୍ଗରେ, ସୁରକ୍ଷା ଏଜେନ୍ସିଗୁଡ଼ିକ ୪୭୨.୮୯ କୋଟି ଟଙ୍କା ମୂଲ୍ୟର ଚୋରା ସାମଗ୍ରୀ ଏବଂ ନଗଦ ଜବତ କରିଛନ୍ତି । ନିର୍ବାଚନ କମିସନ କହିଛନ୍ତି, ପ୍ରଲୋଭନମୁକ୍ତ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ପଶ୍ଚିମବଙ୍ଗରେ ଏପର୍ଯ୍ୟନ୍ତ ୨୭.୪୮ କୋଟି ଟଙ୍କାର ନଗଦ ଏବଂ ୧୦୮.୧୧ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି । ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୫୨ଟି ଆସନରେ ମତଦାନ ହେଉଛି । ଦିନ ୧ ଟା ସୁଦ୍ଧା ପଶ୍ଚିମବଙ୍ଗରେ ୬୨.୧୮ ପ୍ରତିଶତ ହୋଇଛି । ପୂର୍ବମେଦିନୀପୁର, ପଶ୍ଚିମ ମେଦିନୀପୁର, ଝାଡ଼ଗ୍ରାମ, ପୁରୁଳିଆ, ବାଙ୍କୁଡ଼ା, ପଶ୍ଚିମବର୍ଦ୍ଧମାନ, ବୀରଭୂମ, ମୁସିଦାବାଦ, ମାଲଦା, ଦକ୍ଷିଣ ଦିନାପୁର, ଉତ୍ତର ଦିନାଜପୁର, ଝାଡ଼ଗ୍ରାମ ପ୍ରଭୁତି ୧୬ଟି ଜିଲ୍ଲାର ୧୫୨ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି । ୩ କୋଟି ୬୦ ଲକ୍ଷ ଭୋଟର ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।
ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧୪୭୮ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଭୋଟିଂ ଲାଗି ମୋଟ୍ ୪୪, ୩୭୬ଟି ପୋଲିଂ ବୁ୍ଥ୍ କରାଯାଇଛି । ସକାଳ ୭ଟାରୁ ସଂଧ୍ୟା ୬ଟା ମତଦାନ ହେବ । ନନ୍ଦିଗ୍ରାମରୁ ବିଜେପିର ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଲଢୁଛନ୍ତି । ଆଜି ସେଠାରେ ଭୋଟିଂ ହେଉଛି । ଏହି ଆସନରେ ମମତା ବାନାର୍ଜୀଙ୍କୁ ୨୦୨୧ ନିର୍ବାଚନରେ ହରାଇଥିଲେ ଶୁଭେନ୍ଦୁ ଅଧିକାରୀ । ତେବେ ପଶ୍ଚିମବଙ୍ଗରେ ମୋଟ ୨୯୪ ଟି ବିଧାନସଭା ଆସନ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ମୁଖ୍ୟତଃ ଟିଏମସି ଓ ବିଜେପି ମଧ୍ୟ୍ୟରେ ସିଧାସଳଖ ଲଢେଇ ହେଉଥିବାବେଳେ ସମଗ୍ର ଭାରତ ବର୍ଷର ନଜର ପଶ୍ଚିମବଙ୍ଗ ଉପରେ ରହିଛି ।ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରିବା ସହିତ କେନ୍ଦ୍ରୀୟ ବାହିନୀକୁ ମୁତୟନ କରାଯାଇଛି । ଆସନ୍ତା ୨୯ରେ ପଡିବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ପଶ୍ଚିମବଙ୍ଗରେ ୬ କୋଟିରୁ ଅଧିକ ଭୋଟର ମତଦାନ କରିବେ । ପଶ୍ଚିମବଙ୍ଗ ବିଧାନସଭାରେ ୨୯୪ଟି ଆସନ ଅଛି । ଗତ ଥର ଏଠାରେ ମମତା ବାନାର୍ଜୀଙ୍କ ଦଳ ଟିଏମ୍ସି ବାଜି ମାରିଥିଲା । ଦଳ ଏକାକୀ ୨୧୩ଟି ଆସନ ଜିତି ଲଗାତାର ତୃତୀୟ ଥର ପାଇଁ ସରକାର ଗଢ଼ିଥିଲା । ଅନ୍ୟପକ୍ଷରେ ବିଜେପି ୭୭ଟି ଆସନ ଜିତିଥିଲା ।






