AK ବିଜେପି ଟିଏମ୍ସି ବିରୋଧରେ ଗୁଣ୍ଡାରାଜ ଏବଂ ଭୟଭୀତ କରିବାର ଅଭିଯୋଗ ଆଣିଥିବା ବେଳେ ଅନେକ ସ୍ଥାନରେ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରାଯାଉଥିବା ନେଇ ଅଭିଯୋଗ ହୋଇଛି । ହାୱଡ଼ା, ବାସନ୍ତୀ ଠାରୁ ଆରମ୍ଭ କରି ନଦିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି । ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ହିଂସା ଏବଂ ଉତ୍ତେଜନା ଦେଖିବାକୁ ମିଳୁଛି । ରାଜ୍ୟର ୧୪୨ଟି ଆସନରେ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଅନେକ ନିର୍ବାଚନ ମଣ୍ଡଳୀରୁ ସଂଘର୍ଷ, ଆକ୍ରମଣ ଏବଂ ବୁଥରେ ହଟ୍ଟଗୋଳର ଖବର ସାମ୍ନାକୁ ଆସୁଛି । ବିଜେପି ଟିଏମ୍ସି ବିରୋଧରେ ଗୁଣ୍ଡାରାଜ ଏବଂ ଭୟଭୀତ କରିବାର ଅଭିଯୋଗ ଆଣିଥିବା ବେଳେ ଅନେକ ସ୍ଥାନରେ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରାଯାଉଥିବା ନେଇ ଅଭିଯୋଗ ହୋଇଛି । ହାୱଡ଼ା, ବାସନ୍ତୀ ଠାରୁ ଆରମ୍ଭ କରି ନଦିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି ।

ପ୍ରଗଣା ଜିଲ୍ଲାର ବାସନ୍ତୀ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ବିକାଶ ସର୍ଦ୍ଦାର ଟିଏମସି କର୍ମୀଙ୍କ ଉପରେ ଜୀବନନାଶକ ଆକ୍ରମଣର ଅଭିଯୋଗ ଆଣିଛନ୍ତି । ସର୍ଦ୍ଦାରଙ୍କ କହିବା ଅନୁଯାୟୀ, ଯେତେବେଳେ ସେ ଅଞ୍ଚଳ ପରିଦର୍ଶନରେ ବାହାରିଥିଲେ, ସେତେବେଳେ ପ୍ରାୟ ୨୦୦ ରୁ ୨୫୦ ଜଣ ଟିଏମସି କର୍ମୀ ତାଙ୍କ ଗାଡ଼ିକୁ ଘେରି ଯାଇଥିଲେ । ଆକ୍ରମଣକାରୀଙ୍କ ପାଖରେ ଲୁହା ରଡ୍ ଓ ବାଡ଼ି ଥିଲା । ସେମାନେ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ବିକାଶ ସର୍ଦ୍ଦାର କହିଛନ୍ତି ଯେ ଏହି ଆକ୍ରମଣରେ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ଏବଂ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ମାଡ଼ ମରାଯାଇଛି । ସେ କହିଛନ୍ତି, “ସାରା ନିର୍ବାଚନ ମଣ୍ଡଳୀରେ ଟିଏମସିର ଗୁଣ୍ଡାଗର୍ଦ୍ଦି ଚାଲିଛି । ସେମାନେ ନିରପେକ୍ଷ ନିର୍ବାଚନ କରିବାକୁ ଦେବାକୁ ଚାହୁନାହାନ୍ତି। “
ନଦିଆ ଜିଲ୍ଲା ଛାପରା ବିଧାନସଭା କ୍ଷେତ୍ରରେ ଏଭଳି ଘଟଣା ଦେଖିବାକୁ ମିଳୁଛି । ଏଠାରେ ହତ୍ରା ପଞ୍ଚାୟତର ୫୨ ନମ୍ବର ବୁଥରେ ବିଜେପି ପୋଲିଂ ଏଜେଣ୍ଟ ମୁଶରଫ ମିରଙ୍କୁ ନିର୍ମମ ଭାବେ ପିଟାଯାଇଛି । ମିରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏବଂ ତାଙ୍କୁ ୬ଟି ଷ୍ଟିଚ୍ ପଡ଼ିଛି । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମିର କହିଛନ୍ତି ଯେ ଟିଏମସିର କିଛି ଲୋକ ଅସ୍ତ୍ରଶସ୍ତ୍ର ଧରି ଲୁଚି ରହିଥିଲେ ଏବଂ ହଠାତ୍ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ପୀଡ଼ିତ ଏଜେଣ୍ଟଙ୍କ ଅନୁଯାୟୀ, ଆକ୍ରମଣକାରୀଙ୍କ ମଧ୍ୟରେ କିଛି ଅପରାଧୀ ମଧ୍ୟ ଥିଲେ ଯେଉଁମାନଙ୍କ ପାଖରେ ବନ୍ଧୁକ ଥିଲା । ସେମାନେ ପ୍ରଥମେ ଲୁହା ରଡରେ ଆକ୍ରମଣ କରିଥିଲେ ଏବଂ ସେ ତଳେ ପଡ଼ିଯିବା ପରେ ତାଙ୍କୁ କ୍ରମାଗତ ଭାବେ ପିଟିଥିଲେ । ଏହି ଘଟଣାରେ ବିଜେପି ସାଂସଦ ଜଗନ୍ନାଥ ସରକାର କହିଛନ୍ତି, “ଛାପରା ଭଳି ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ ଟିଏମସି ସଂରକ୍ଷଣରେ ଗୁଣ୍ଡାଗର୍ଦ୍ଦି କରାଯାଉଛି ଯେପରି ବିଜେପି ଏଜେଣ୍ଟମାନେ ବୁଥରେ ବସିପାରିବେ ନାହିଁ ।” ହିଂସା ବ୍ୟତୀତ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ବୈଷୟିକ ତ୍ରୁଟି ମଧ୍ୟ ସାମ୍ନାକୁ ଆସିଛି । ପ୍ରଗଣାର ବରାହନଗରର ୭୨ ନମ୍ବର ବୁଥରେ ଇଭିଏମ୍ ମେସିନ୍ ଖରାପ ହେବା ନେଇ ଅଭିଯୋଗ ହୋଇଛି । ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଭୋଟରମାନେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ମେସିନ୍ କାମ ନକରିବାରୁ ସେମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା, ଯାହାଫଳରେ ଭୋଟିଂର ଗତି ଧିମା ହୋଇଯାଇଥିଲା । ସେହିପରି ହାୱଡ଼ା ଜିଲ୍ଲା ବାଲି ଅଞ୍ଚଳରେ ଇଭିଏମ୍ରେ ବିଭ୍ରାଟ ଯୋଗୁଁ ଗୋଷ୍ଠୀ ସଂଘର୍ଷ ହୋଇଥିବା ଖବର ମିଳିଛି। ଏହାପରେ ସିଆରପିଏଫ ଯବାନମାନେ ଦୁଇ ଜଣଙ୍କୁ ଅଟକ ରଖିଛନ୍ତି ।






