AK ଯେଉଁ ସରୋବର ଦିନେ ସହରର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା, ଆଜି ସେଠି ଅବ୍ୟବସ୍ଥା ଓ ଅବହେଳାର ଦୃଶ୍ୟ ଦେଖିବାକୁ ମିଳୁଛି । ଏପଟେ ସବୁ ଦେଖି ଆଖି ବୁଜି ଦେଇଛନ୍ତି ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତପକ୍ଷ । ଚମକ ହରାଇଛି ବାସନ୍ତୀ ସରୋବର। ଲୋକଙ୍କ ଗହଳି ଲାଗୁଥିବା ସ୍ଥାନ ଆଜି ଖାଁ ଖାଁ ।

ବିପର୍ଯ୍ୟସ୍ତ ଅବସ୍ଥାରେ ରାଉରକେଲାର ବାସନ୍ତୀ ସରୋବର । ଯେଉଁ ସରୋବର ଦିନେ ସହରର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା, ଆଜି ସେଠି ଅବ୍ୟବସ୍ଥା ଓ ଅବହେଳାର ଦୃଶ୍ୟ ଦେଖିବାକୁ ମିଳୁଛି । ଏପଟେ ସବୁ ଦେଖି ଆଖି ବୁଜି ଦେଇଛନ୍ତି ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତପକ୍ଷ । ଚମକ ହରାଇଛି ବାସନ୍ତୀ ସରୋବର। ଲୋକଙ୍କ ଗହଳି ଲାଗୁଥିବା ସ୍ଥାନ ଆଜି ଖାଁ ଖାଁ । ଦୂଷିତ ହୋଇପଡ଼ିଛି ସରୋବର ଜଳ। ପାଣି ଭିତରେ ଏଣେ ତେଣେ ପଡ଼ିରହିଛି ବୋଟ୍। ଚାରିପାଖରେ ଆବର୍ଜନାର ପାହାଡ଼ । ପର୍ଯ୍ୟଟକଙ୍କ ବସିବା ପାଇଁ ରହିଥିବ ବେଞ୍ଚ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ଶିଶୁଙ୍କ ମନୋରଞ୍ଜନ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲଗାଯାଇଥିବା ଟଏ ଟ୍ରେନ, ସ୍ପ୍ରିଂ ବେଡ୍ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଏପଟେ ଲାଗିଥିବା ବିଭିନ୍ନ ଗଛପତ୍ର ଯତ୍ନ ଅଭାବରୁ ମରିଗଲାଣି । ସେହିପରି ପାର୍କ ଓ ୱାକ୍ୱେରର ରକ୍ଷାଣବେକ୍ଷଣ କରାଯାଉ ନାହିଁ। ଫଳରେ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ । ଏପଟେ ପ୍ରଶାସନ ପକ୍ଷରୁ ସରୋବରର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆଯାଉନାହିଁ। ଯେଉଁଥିପାଇଁ ପରିବେଶ ପ୍ରଦୂଷିତ ହେଉଛି। ଏପରିକି ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ମଧ୍ୟ ରହିଛି। ଏଠି ପ୍ରଶ୍ନ ଉଠୁଛି, କାହା ସ୍ୱାର୍ଥରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ ହୋଇଥିଲା ଏହି ସରୋବର? କାହିଁକି ଏହାର ରକ୍ଷଣାବେକ୍ଷଣ କରୁନି ପ୍ରଶାସନ? ନା ଲୋକଙ୍କ ଅବସର ବିନୋଦନ ନାଁରେ ଚଳୁ କରିଦେଇଛନ୍ତି କୋଟିକୋଟି ଟଙ୍କା? ଏପଟେ ତୁରନ୍ତ ସରୋବରର ନବୀକରଣ ପାଇଁ ଦାବି କରିଛନ୍ତି ବୁଦ୍ଧିଜୀବୀ ।






