AK ଅଭିଯୁକ୍ତ ନଜିମ୍ ପ୍ରଥମେ ନିଜର ୩୫ ବର୍ଷର ପତ୍ନୀ, ୧୦ ରୁ ୧୪ ବର୍ଷର ତିନି ଝିଅ ଓ ୮ ବର୍ଷର ପୁଅକୁ ବିଷ ଦେଇ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘଟଣାଟି ଶନିବାର ରାତିରେ ଘଟିଥିଲା। ନଜିମ୍ଙ୍କ ଭାଇ ରାତି ପ୍ରାୟ ୯ଟା ୩୦ ମିନିଟ ସମୟରେ ଘରକୁ ଫେରି ପ୍ରଥମ ମହଲାରେ ଭାଇଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଓ ତାଙ୍କ ପୂରା ପରିବାରକୁ ଅଚେତ ହୋଇ ପଡ଼ିଥିବାର ଦେଖିଥିଲେ। ଗୁରୁଗ୍ରାମରେ ପାରିବାରିକ ବିବାଦ ଯୋଗୁଁ ଅକାଳରେ ଚାଲି ଯାଇଛି ୫ ଜୀବନ।

୩୯ ବର୍ଷୀୟ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ୪ ପିଲାଙ୍କୁ ବିଷ ଦେଇ ହତ୍ୟା କରିବା ପରେ ଛୁରିରେ କଚଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ତୁରନ୍ତ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଗୁରୁତର ଅଛି। ପ୍ରାଥମିକ ତଦନ୍ତରୁ ପୁଲିସ କହିଛି ଯେ, ଅଭିଯୁକ୍ତ ନଜିମ୍ ପ୍ରଥମେ ନିଜର ୩୫ ବର୍ଷର ପତ୍ନୀ, ୧୦ ରୁ ୧୪ ବର୍ଷର ତିନି ଝିଅ ଓ ୮ ବର୍ଷର ପୁଅକୁ ବିଷ ଦେଇ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘଟଣାଟି ଶନିବାର ରାତିରେ ଘଟିଥିଲା। ନଜିମ୍ଙ୍କ ଭାଇ ରାତି ପ୍ରାୟ ୯ଟା ୩୦ ମିନିଟ ସମୟରେ ଘରକୁ ଫେରି ପ୍ରଥମ ମହଲାରେ ଭାଇଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଓ ତାଙ୍କ ପୂରା ପରିବାରକୁ ଅଚେତ ହୋଇ ପଡ଼ିଥିବାର ଦେଖିଥିଲେ। ସେ ତୁରନ୍ତ ସେମାନଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତର ମହିଳା ଏବଂ ଚାରି ଜଣ ପିଲାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ପୁଲିସ କହିଛି। ପୁଲିସ ପକ୍ଷରୁ ମହିଳାଙ୍କ ପରିବାରକୁ ଏ ବିଷୟରେ ଅବଗତ କରାଯିବା ପରେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ବୋଲି ଗୁରୁଗ୍ରାମ ପୁଲିସ ସୂଚନା ଦେଇଛି। ପୁଲିସ ସୂଚନା ଅନୁଯାୟୀ ନଜିମ୍ର ଘର ଉତ୍ତର ପ୍ରଦେଶର ମୋରାଦାବାଦରେ। କିନ୍ତୁ ଗତ କିଛି ବର୍ଷ ହେଲା ସେ ୱାଜିରପୁରରେ ରହି ଆସୁଥିଲା। ସେ ସେହି ଅଞ୍ଚଳରେ ଏକ ସାଲୋନ ଚଲାଉଥିଲା। ନଜିମ୍ ସୁସ୍ଥ ହେବା ପରେ ତାଙ୍କୁ ପଚରାଉଚରା କରାଯିବ ବୋଲି ପୁଲିସ କହିଛି। ଘଟଣା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମୃତଦେହଗୁଡ଼ିକୁ ଶବାଗାରରେ ରଖିବା ସହିତ ପୁଲିସ ସମସ୍ତ ଦିଗରୁ ତଦନ୍ତ କରୁଛି ବୋଲି ସହାୟକ ପୁଲିସ କମିଶନର ନବୀନ ଶର୍ମା କହିଛନ୍ତି। ପାରିବାରିକ ବିବାଦ ଯୋଗୁ ଏପରି ଚରମ ଘଟଣା ଘଟିଥିବା ଅନୁମାନ କରାଯାଉଛି।






