ଏ.କେ ବ୍ୟୁରୋ : ଇସ୍କନ୍ର ମନମାନି। ଅତିଥିରେ ରଥଯାତ୍ରା କରିବାକୁ ପ୍ରସ୍ତୁତ ହେଉଛି ଇସ୍କନ। ଆମେରିକା ଫ୍ଲୋରିଡା ଜ୍ୟାକ୍ସ ବେଳାଭୂମିରେ ରଥଯାତ୍ରା କରିବାକୁ ଯାଉଛି ଇସ୍କନ।

ଏନେଇ ଏକ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ ହୋଇଛି। ମହାପ୍ରଭୁଙ୍କ ରଥଯାତ୍ରା କରିବା ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଯୋଜନା କରାଯାଇଛି। ଦୁଇ ଦିନ ତଳେ ଲଣ୍ଡନ ଇସ୍କନ ଅଦିନିଆ ସ୍ନାନ ଯାତ୍ରା କରାଯାଇଥିଲା । କିଛି ଦିନ ପୂର୍ବରୁ ଆମେରିକା ହ୍ୟୁଷ୍ଟନ ସହରରେ ବି ହୋଇଥିଲା ଅଦିନିଆ ରଥଯାତ୍ରା ।






