ଏ.କେ ବ୍ୟୁରୋ : ପୁଣି ଡେଲିଭରୀ ବୟକୁ ଆକ୍ରମଣ । ଖଣ୍ଡା ଭୁଜାଲିରେ ହାଣିଲେ ଦୁର୍ବୃତ୍ତ । ଭୁବନେଶ୍ବର ଏୟାରପୋର୍ଟ ଛକରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ । ୩ ଟି ବାଇକରେ ଆସି ୯ଜଣ ଦୁର୍ବୃତ୍ତ ଖେଳାଇଲେ ଆତଙ୍କ ।ପୁଣି ଡେଲିଭରୀ ବୟକୁ ଆକ୍ରମଣ । ଖଣ୍ଡା ଭୁଜାଲିରେ ହାଣିଲେ ଦୁର୍ବୃତ୍ତ ।

ଭୁବନେଶ୍ବର ଏୟାରପୋର୍ଟ ଛକରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ । ୩ ଟି ବାଇକରେ ଆସି ୯ଜଣ ଦୁର୍ବୃତ୍ତ ଖେଳାଇଲେ ଆତଙ୍କ । ଆକ୍ରମଣର ଶିକାର ଯୁବକ ହେଲେ ଦୀପକ ବିଶ୍ବାଳ ଓରଫ ଗଉରା । ଜଣେ ଇନଷ୍ଟା ମାର୍ଟର ଡେଲିଭରୀ ବୟ ଭାବେ କାମ କରେ । ଗତକାଲି ରାତିରେ ଏଭଳି ଆକ୍ରମଣ ଯୋଗୁଁ ଦୁଇ ହାତକୁ ହାଣିବା ସହ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯୁବକଙ୍କ ଘର ଏୟାରପୋର୍ଟ ଭୀମପୁର ଅଞ୍ଚଳରେ ବୋଲି ଜଣାପଡିଛି । ଏଭଳି ଆତଙ୍କ ମଚାଇଥିବା ଅପରାଧିଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଡିସିପିଙ୍କୁ ଅନୁରୋଧ କରିଛନ୍ତି ଆକ୍ରମଣ ଶିକାର ଦୀପକଙ୍କ ବାପା ।






