ଏ.କେ. ବ୍ୟୁରୋ: ପୁଣି ୧୧ ଓ ୧୨ ତାରିଖରେ ରତ୍ନଭଣ୍ଡାରରେ ଅଳଙ୍କାର ଗଣତି ମଣତି ହେବ । ୨ ଦିନ ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ବାହାର ଚନ୍ଦନ ଯାତ୍ରା ପାଇଁ ଗଣତି ମଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଆଜି ହେଉଛି ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିବସ । ରତ୍ନଭଣ୍ଡାର ଗଣତିମଣତିରେ ରହୁଛନ୍ତି ଦୁଇଟି ଟିମ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ବୈଠକର ନିଷ୍ପତ୍ତି ଅନୁସାରେ ହେଉଛି । କାର୍ଯ୍ୟ ସମ୍ପାଦନ ଦଳ ଗଣତିମଣତି କାର୍ଯ୍ୟ କରୁଛନ୍ତି । ତତ୍ତ୍ୱାବଧାରକ ଟିମ୍ ଗଣତିମଣତିର ତଦାରଖ କରୁଛନ୍ତି । ଗଣତିମଣତିର ଡିଜିଟାଲାଇଜେସନ ହେଉଛି । ଗଣତିମଣତି ପ୍ରକ୍ରିୟାର ଫଟୋଗ୍ରାଫି ବି ହେଉଛି । ଯେଉଁମାନଙ୍କୁ ଦାୟିତ୍ୱ ଦିଆଯାଇଛି, କେବଳ ସେହିମାନେ ହିଁ ଏହି କାର୍ଯ୍ୟରେ ସାମିଲ ହେଉଛନ୍ତି । ପୁଣି ୧୧ ଓ ୧୨ ତାରିଖରେ ରତ୍ନଭଣ୍ଡାରରେ ଅଳଙ୍କାର ଗଣତି ମଣତି
୨ ଦିନ ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା
‘ବାହାର ଚନ୍ଦନ ଯାତ୍ରା ପାଇଁ ଗଣତି ମଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା’
‘ଆଜି ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିବସ’






