AK ପୁଲିସ ନାଁରେ ଲୋକଙ୍କୁ ଲୁଟୁଥିଲେ ଠକ ପରିବାର । ମୋବାଇଲରୁ ମିଳିଲା ପୁଳା ପୁଳା ନ୍ୟୁଡ଼ ଭିଡ଼ିଓ । ପ୍ରେମ ଜାଲରେ ଫସାଇ ନେଉଥିଲା ଯୁବତଙ୍କ ନ୍ୟୁଡ଼ ସ୍କ୍ରିନସଟ୍। କମିସନରେଟ୍ ପୁଲିସ ହାତରେ ଧରାପଡ଼ିଲେ ଠକ ବାପା-ପୁଅ । ବାପା ନମ୍ବରୀ, ତ ପୁଅ ଦଶ ନମ୍ବରୀ I କେତେବେଳେ ପିସିଆର ଇନଚାର୍ଜ ତ ପୁଣି କେତେବେଳେ ଥାନା ବାବୁ । ଟ୍ରୁ କଲରରେ ପୁଲିସ ବେଶର ନକଲି ଫଟୋ ଲଗାଇ, ବାବୁ କରୁଥିଲେ ଅସଲି ଲୁଟ ।

ମାଳ ମାଳ ଅଭିଯୋଗ ପରେ, ସମାନାକୁ ଆସିଛି ବାପା, ପୁଅଙ୍କ ଅସଲ କାରନାମା । ଏକାଧିକ ଯୁବତୀଙ୍କୁ କ୍ରିକେଟ ଟିକେଟ କରାଇଦେବାକୁ କହି ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଖାଲି ସେତିକି ନୁହେଁ, ପୁଅ ଜଣକୁ ନିଜକୁ SI ଅଭିଷେକ ମିଶ୍ରର ପରିଚୟ ଦେଉଥିଲା । ଆଉ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ନ୍ୟୁଡ଼ ଭିଡ଼ିଓ ରଖିଥିଲା । ତେଵେ ସେମାନଙ୍କ ପାଖରୁ ଜବତ ମୋବାଇଲରୁ ଶତାଧିକ ନ୍ୟୁଡ଼ ଫଟୋ ଓ ଭିଡ଼ିଓ ମିଳିବା ଘଟଣା ପୁଲିସର ନିଦ ହଜାଇ ଦେଇଛି । ଯାହାକୁ ନେଇ ବାପା ପୁଅଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ପୁଲିସ । ଏମାନେ ହେଉଛନ୍ତି ପୁରୀ ଜିଲ୍ଲା ବଡ଼ବାଙ୍ଗର ଗାଁର ବାପା ଅଶୋକ ଓଝା ଓ ପୁଅ ଅମିତ ଓଝା । ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।






