ଏ.କେ ବ୍ୟୁରୋ : ନବରଙ୍ଗପୁରରେ ବି ଦେଖିବାକୁ ମିଳିଛି ସମାନ ସ୍ଥିତି। ଜିଲ୍ଲାର ୫୧ଟି ତେଲ ଟାଙ୍କି ରହିଥିବା ବେଳେ ତେଲ ଅଭାବରୁ ସନ୍ଧ୍ୟାରୁ ଅନେକ ଟାଙ୍କି ବନ୍ଦ ପଡ଼ିରହିଛି। ଯେଉଁଠି ଖୋଲା ଅଛି, ସେଠି ସୀମିତ ତେଲ ଦେଉଛନ୍ତି। ଦୁଇ ଚକିଆକୁ ୨ଶହ ଟଙ୍କା ଓ ଚାରି ଚକିଆକୁ ମାତ୍ର ହଜାରେ ଟଙ୍କାର ତେଲ ଦିଆଯାଉଛି। ମଧ୍ୟ ପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସାରା ବିଶ୍ୱରେ ତୈଳ ସଙ୍କଟ ଓ ଦରଦାମ ବୃଦ୍ଧି ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି।

ଏହାର ପ୍ରଭାବ ରାଜ୍ୟର ଅନେକ ସ୍ଥାନରେ ଦେଖିବାକୁ ମିଳିଛି। ଖୋର୍ଦ୍ଧା ସାରୁଅ ଅଞ୍ଚଳରେ ତେଲ ଟାଙ୍କି ମାଲିକ ନିଜସ୍ୱ ସ୍ତରରେ ତେଲ ବିକ୍ରି ଉପରେ କଟକଣା ଲଗାଇଛନ୍ତି। ବାଇକ୍ ପାଇଁ ୨ଶହ ଟଙ୍କା ଏବଂ କାର୍ ପାଇଁ ହଜାରରୁ ୨ହଜାର ଟଙ୍କାର ସୀମା ନିର୍ଦ୍ଧାରଣ କରାଯାଇଛି। ତା’ ଠାରୁ ଅଧିକ ମାଗିଲେ ଦିଆଯାଉନାହିଁ। ଟାଙ୍କି ମାଲିକଙ୍କ କହିବା କଥା ଅଧିକ ପରିମାଣରେ ତେଲ ଦେଲେ ଦିନ ଚାଲିଲେ ଦିନେ ବନ୍ଦ ରଖିବାକୁ ପଡ଼ିବ, ସେଥିପାଇଁ କଣ୍ଟ୍ରୋଲ ଭିତ୍ତିରେ ତେଲ ଦିଆଯାଉଛି।
ନବରଙ୍ଗପୁରରେ ବି ଦେଖିବାକୁ ମିଳିଛି ସମାନ ସ୍ଥିତି। ଜିଲ୍ଲାର ୫୧ଟି ତେଲ ଟାଙ୍କି ରହିଥିବା ବେଳେ ତେଲ ଅଭାବରୁ ସନ୍ଧ୍ୟାରୁ ଅନେକ ଟାଙ୍କି ବନ୍ଦ ପଡ଼ିରହିଛି। ଯେଉଁଠି ଖୋଲା ଅଛି, ସେଠି ସୀମିତ ତେଲ ଦେଉଛନ୍ତି। ଦୁଇ ଚକିଆକୁ ୨ଶହ ଟଙ୍କା ଓ ଚାରି ଚକିଆକୁ ମାତ୍ର ହଜାରେ ଟଙ୍କାର ତେଲ ଦିଆଯାଉଛି । ରାଉରକେଲାରେ ମଧ୍ୟ ସମାନ ସ୍ଥିତି। ଷ୍ଟିଲ ସିଟିରେ ପେଟ୍ରୋଲ ପାଇଁ ଟାଙ୍କିରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା ପରେ ବାଇକ୍କୁ କେବଳ ୨୦୦ ଟଙ୍କା ଓ ଚାରି ଚକିଆ ଯାନକୁ ଦୁଇ ହଜାର ପର୍ୟ୍ୟନ୍ତ ତେଲ ଦେବାକୁ ପୋଷ୍ଟର ମରାଯାଇଛି। ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ନୋ ଷ୍ଟକ୍ ପୋଷ୍ଟର ମାରିଥିବା ଦେଖି ସ୍ଥାନୀୟ ଲୋକେ ଛାନିଆ ହୋଇପଡ଼ିଛନ୍ତି । ଅନ୍ୟପଟେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ପେଟ୍ରୋଲ କିମ୍ବା ଡିଜେଲର କୌଣସି ଅଭାବ ନାହିଁ। ପ୍ରଧାନମନ୍ତ୍ରୀଙ୍କ କଥାକୁ ଭୁଲ ବୁଝିବା ଉଚିତ ନୁହେଁ । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ପେଟ୍ରୋଲ ଡିଜେଲ ବ୍ୟବହାର ନିୟନ୍ତ୍ରଣ ଆଣିବାକୁ ସେ ଅପିଲ କରିଛନ୍ତି ।






