ଏ.କେ ବ୍ୟୁରୋ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ରେ ନିଜର ମେଧା ତାଲିକା ଏବଂ ମାର୍କସିଟ୍ ଦେଖିପାରିବେ

। ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ରେ ନିଜର ମେଧା ତାଲିକା ଏବଂ ମାର୍କସିଟ୍ ଦେଖିପାରିବେ । ପରୀକ୍ଷାର୍ଥୀମାନେ cbseresults.nic.in କିମ୍ବା results.cbse.nic.in ଜରିଆରେ ନିଜ ଫଳାଫଳ ଜାଣିପାରିବେ । ରେଜଲ୍ଟ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିଜର ରୋଲ୍ ନମ୍ବର, ସ୍କୁଲ୍ ନମ୍ବର ଏବଂ ଆଡମିଟ୍ କାର୍ଡ ଆଇଡି ଦାଖଲ କରିବାକୁ ପଡ଼ିବ । ଛାତ୍ରଛାତ୍ରୀମାନେ ‘ଡିଜିଲକର’ (DigiLocker) ଏବଂ ‘ଉମଙ୍ଗ’ (UMANG) ଆପ୍ ମାଧ୍ୟମରେ ମଧ୍ୟ ନିଜର ଡିଜିଟାଲ୍ ମାର୍କସିଟ୍ ସଂଗ୍ରହ କରିପାରିବେ ।
ପରୀକ୍ଷା ଫଳ ଜାଣିବାର ପଦ୍ଧତି
୧. ବୋର୍ଡର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ ।
୨. ହୋମ୍ ପେଜ୍ରେ ଥିବା ‘Class XII Results’ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
୩. ମାଗିଥିବା ଆବଶ୍ୟକୀୟ ତଥ୍ୟ (ରୋଲ୍ ନମ୍ବର ଆଦି) ଠିକ୍ ଭାବେ ପୁରଣ କରନ୍ତୁ।
୪. ‘Submit’ ବଟନ୍ ଦବାଇବା ପରେ ଆପଣଙ୍କ ମାର୍କସିଟ୍ ସ୍କ୍ରିନରେ ପ୍ରଦର୍ଶିତ ହେବ।






