AK ସୁଶାସନ ପାଇଁ ଡିଲିମିଟେସନ ନିହାତି ଜରୁରୀ । ୧୨୭ ଲୋକସଭା ସିଟ୍ ଏଭଳି ଅଛି, ଯେଉଁଠି ଭୋଟର ସଂଖ୍ୟା ୨୦ ଲକ୍ଷ । ଜଣେ ସାଂସଦ ୨୦ ଲକ୍ଷ ଭୋଟର ପର୍ଯ୍ୟନ୍ତ କିପରି ପହଞ୍ଚି ପାରିବେ । ଡିଲିମିଟେସନକୁ ବିରୋଧ ଅର୍ଥ SC/ST ଆସନ ବୃଦ୍ଧିକୁ ବିରୋଧ । ମହିଳା ସଂରକ୍ଷଣ ବିଲ୍ ଉପରେ ସଂସଦରେ ଗୃହ ମନ୍ତ୍ରୀଙ୍କ ଜବାବ । କହିଲେ, ମହିଳା ସଂରକ୍ଷଣକୁ ବିରୋଧୀ ବିରୋଧ କରୁଛନ୍ତି । ଡିଲିମିଟେସନ୍ ନୁହେଁ, ମହିଳା ସଂରକ୍ଷଣକୁ ବିରୋଧୀଙ୍କ ବିରୋଧ ବୋଲି ଶାହ ନିଜ ବୟାନରେ କହିଛନ୍ତି । ଇଣ୍ଡି ବ୍ଲକ ପରୋକ୍ଷରେ ମହିଳା ସଂରକ୍ଷଣକୁ ବିରୋଧ କରିଛି ବୋଲି ଶାହ ଅଭିଯୋଗ କରିଛନ୍ତି । ଖାଲି ଏତିକି ନୁହେଁ ବରଂ ବିଲ୍ର ଉଦ୍ଦେଶ୍ୟ ମହିଳାଙ୍କୁ ସଶକ୍ତୀକରଣ କରିବା । ଏହାସହ ମହିଳା ସଂରକ୍ଷଣ ସହ ୨୦୨୯ ନିର୍ବାଚନ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ବୋଲି ଶାହ କହିଛନ୍ତି ।

ସେ ଆହୁରି କହିଛନ୍ତି, ସୁଶାସନ ପାଇଁ ଡିଲିମିଟେସନ ନିହାତି ଜରୁରୀ । ୧୨୭ ଲୋକସଭା ସିଟ୍ ଏଭଳି ଅଛି, ଯେଉଁଠି ଭୋଟର ସଂଖ୍ୟା ୨୦ ଲକ୍ଷ । ଜଣେ ସାଂସଦ ୨୦ ଲକ୍ଷ ଭୋଟର ପର୍ଯ୍ୟନ୍ତ କିପରି ପହଞ୍ଚି ପାରିବେ । ଡିଲିମିଟେସନକୁ ବିରୋଧ ଅର୍ଥ SC/ST ଆସନ ବୃଦ୍ଧିକୁ ବିରୋଧ । ୨୦୨୯ରେ ମହିଳାଙ୍କୁ ସଂରକ୍ଷଣ ଦେବାକୁ ହେଲେ ଡିଲିମିଟେସନ ଜରୁରୀ । ବିରୋଧୀ କେବଳ ଭ୍ରାନ୍ତ ଧାରଣା ପ୍ରଚାର କରିବାରେ ଲାଗିଛି । ମହିଳା ସଂରକ୍ଷଣ ବିଲ୍ ଉପରେ ସଂସଦରେ ମହାବିତର୍କ । ପ୍ରବଳ ହଟ୍ଟଗୋଳ ଭିତରେ ହୋଇଛି ଆଲୋଚନା । ଏବେ ଭୋଟିଂ ଉପରେ ରହିଛି ସମସ୍ତଙ୍କ ନଜର । ଗୃହରେ ବିବୃତି ରଖି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ମହିଳା ସଂରକ୍ଷଣ ବିଲ୍ ବିପକ୍ଷରେ ବିରୋଧୀ । ବିଲ୍ର ଉଦ୍ଧେଶ୍ୟ ମହିଳା ସଶକ୍ତୀକରଣ । ଏହା ସହ ସମ୍ବିଧାନରେ ସୀମା ନିର୍ଦ୍ଧାରଣରର ପ୍ରାବଧାନ ରହିଥିବା ବେଳେ ସମ୍ବିଧାନ ହିସାବରେ ଆସନ ସଂଖ୍ୟା ବୃଦ୍ଧି ପାଉଥିବା ଗୃହମନ୍ତ୍ରୀ କହିଛନ୍ତି ।
ସୀମା ପୁନଃନିର୍ଦ୍ଧାରଣକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ମହିଳା ସଂରକ୍ଷଣ ବିଲ୍ ନାଁରେ ନିର୍ବାଚନୀ ନକ୍ସା ବଦଳାଇବାକୁ ଉଦ୍ୟମ ହେଉଥିବା କହିଛନ୍ତି ରାହୁଲ ଗାନ୍ଧୀ । ଏହି ବିଲ୍ ଦ୍ୱାରା ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ଭେଦଭାବ ସୃଷ୍ଟି କରାଯାଉଥିବା କହିଛନ୍ତି ରାହୁଲ । ଗତକାଲି ପ୍ରଧାନମନ୍ତ୍ରୀ ବିବୃତି ରଖି କହିଥିଲେ ଯେ ମହିଳା ସଂରକ୍ଷଣ ବିଲ୍କୁ ବିରୋଧ କଲେ, କ୍ଷମା ମିଳିବନି, ପରିଣାମ ଭୋଗିବାକୁ ପଡ଼ିବ ।






