ଏ.କେ ବ୍ୟୁରୋ : ବଙ୍ଗୋପ ସାଗର ରେ ସୃଷ୍ଟ ଗଭୀର ଅବପାତ ଅର୍ଣ୍ଣବ୍ ପ୍ରଭାବ ରେ ଗଞ୍ଜାମ ଜିଲ୍ଳା ସାରା ୨୨ ତାରିଖ ସନ୍ଧ୍ୟା ଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଯାହା ଫଳରେ ନଦୀ, ନାଳ ଓ ଜଳାଶ୍ରୟ ଗୁଡିକ ରେ ଜଳସ୍ତର ବଢ଼ିବାରେ ଲାଗିଛି ସେହିପରି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ମାତାଝରୀ ସ୍ଥିତ ବାଘୁଆ ଜଳ ଭଣ୍ଡାର ରେ ମଧ୍ୟ ପ୍ରବଳ ମାତ୍ରା ରେ ଜଳ ପ୍ରବେଶ କରୁଥିବାରୁ ଜଳ ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି ।
ସୂଚନା ପ୍ରକାରେ ବାଘୁଆ ଜଳ ଭଣ୍ଡାର ର ଜଳ ଧାରଣ କ୍ଷମତା ୧୧୩. ୮୫ ମିଟର ହୋଇଥିବା ବେଳେ ବର୍ତମାନ ଜଳ ସ୍ତର ବିପଦ ସଂକେତ ନିକଟରେ ପହଂଚିଛି । ଏହାକୁ ଦୃଷ୍ଟି ରେ ରଖି ବିପଦ୍ଜନକ ସ୍ଥିତି କୁ ଏଡାଇବା ପାଇଁ ଭଞ୍ଜନଗର ଜଳସେଚନ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ବାଘୁଆ ଜଳସେଚନ ପ୍ରକଳ୍ପ ର ସହକାରୀ ଯନ୍ତ୍ରୀ ଙ୍କ ଉପସ୍ଥିତି ରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୩ ଟି ସ୍ପିଲ୍ ୱେ ଗେଟ୍ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି ।
ଏଥି ସହ ବୁଗୁଡ଼ା ଅଞ୍ଚଳ ରେ ଲଗାଣ ବର୍ଷା ଜାରି ରହି ଥିବାରୁ ନିମ୍ନ ଅବବାହିକା ଅଞ୍ଚଳ ଗୁଡିକ ରେ ସତର୍କ ସୂଚନା ଜାରି କରାଯାଇଛି। ନିମ୍ନ ଅଞ୍ଚଳ ରେ ବାସବାସ କରୁଥିବା ଜନସାଧାରଣ ସତର୍କ ଓ ସଚେତନ ରୁହନ୍ତୁ। ନଦୀ ନାଳ ଜଳ ପ୍ରବାହ ଅଞ୍ଚଳ ଓ ଜଳଭଣ୍ଡାର କୁ ଯାଆନ୍ତୁ ନାହିଁ ଏବଂ ପ୍ରବାହିତ ଜଳକୁ ଅତିକ୍ରମ କରିବାରୁ ନିବୃତ ରୁହନ୍ତୁ । ପ୍ରଶାସନ ପକ୍ଷରୁ ଚି଼ହ୍ନଟ ହୋଇଥିବା ନିରାପଦ ସ୍ଥାନ କୁ ସ୍ଥାନାନ୍ତର ହେବାରେ ସହଯୋଗ କରନ୍ତୁ ବୋଲି ଡାକ ବାଜି ଯନ୍ତ୍ର ମାଧ୍ୟମ ରେ ପ୍ରଚାର କରାଯାଉଛି। ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନିରନ୍ତର ଦୃଷ୍ଟି ରଖା ଯାଇଛି ।
ବୁଗୁଡ଼ା ରୁ ଆଶିଷ କୁମାର ଖାଡ଼ଙ୍ଗା ଙ୍କ ରିପୋର୍ଟ ଆପଣଙ୍କ ଖବର ।






