ଆଜିଠାରୁ ଠାରୁ କଡା କଡ଼ି ଯାଞ୍ଚ । ଟ୍ରାଫିକ୍ ନିୟମ ପାଳନ କରୁନଥିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଣିକି ମାଲବାହି ଯାନ ଯାତ୍ରୀ ପରିବହନ କଲେ ସମ୍ପୃକ୍ତ ଗାଡିର ପଞ୍ଜିକରଣ ରଦ୍ଧ କରାଯିବ । ଏନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିଠାରୁ ଠାରୁ କଡା କଡ଼ି ଯାଞ୍ଚ । ଟ୍ରାଫିକ୍ ନିୟମ ପାଳନ କରୁନଥିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଣିକି ମାଲବାହି ଯାନ ଯାତ୍ରୀ ପରିବହନ କଲେ ସମ୍ପୃକ୍ତ ଗାଡିର ପଞ୍ଜିକରଣ ରଦ୍ଧ କରାଯିବ ।

ଏନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦୁର୍ଘଟଣା ବଢୁଥିବା ବେଳେ ମଙ୍ଗଳବାର ବଲାଙ୍ଗୀର ଟିଟିଲାଗଡରେ ମାଲ୍ବାହି ଗାଡ଼ି ଧକ୍କାରେ ତିନି ଜଣଙ୍କ ମୃତ୍ୟୁ ପରେ ସରକାରଙ୍କ ଚେତା ପଶିଛି । ଦୁର୍ଘଟଣା ଘଟାଇଥିବା ସମ୍ପୃକ୍ତ ଗାଡିର ଫିଟନେସ ଓ ଇନ୍ସୁରାନ୍ସ ନଥିଲା ବୋଲି ପରିବହନ ବିଭାଗର ଅତିରିକ୍ତ ପରିବହନ ଆୟୁକ୍ତ ସୂଚନା ଦେଇଛନ୍ତି । ପୂର୍ବରୁ ସେ ଗାଡିର ୫ଟି ଚାଲାଣ କଟାଯାଇଥିଲା । ଟିଟଲାଗଡ଼ ଗାଡିର ଦୁର୍ଘଟଣାରେ ତିନି ଜଣଙ୍କର ଜୀବନ ଯାଇଥିବା ବେଳେ ୨ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣା ପରେ ଆକ୍ଟିଭ ମୁଡରେ ଆସିଛି ପରିବହନ ବିଭାଗ। ଚେକିଂ ଲାଗି ସ୍ପେଶାଲ ସ୍କ୍ବାଡ ଗଠନ କରାଯାଇଛି ଓ ଆଜି ଠାରୁ କଡ଼ାକଡ଼ି ଯାଞ୍ଚ କରାଯିବ । ମାଲ୍ବାହି ଗାଡି ଯାତ୍ରୀଙ୍କୁ ନେବା ଆଣିବା କଲେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ପଞ୍ଜିକରଣ ରଦ୍ଦ କରାଯିବ ବୋଲ ଅତିରିକ୍ତ ପରିବହନ ଆୟୁକ୍ତ ସୂଚନା ଦେଇଛନ୍ତି । ଅନ୍ୟପଟରେ କଟକରେ ଆଞ୍ଚଳିକ ପରିବହନ ବିଭାଗ ଓ ଏସଟିଏ ପକ୍ଷରୁ କଟକରେ ଜୋରଦାର ଧରପଗଡ ଆରମ୍ଭ ହୋଇଛି। ଜୁଡ଼ିଶିଆଲ ଛକରେ ଆରମ୍ଭ ହୋଇଛି ଏହି ସ୍ପେଶାଲ ଡ୍ରାଇଭ୍। ଟ୍ରାଫିକ ନିୟମ ଓ ପରିବହନ ବିଭାଗ ନିୟମ ଉଲ୍ଲଂଘନ କରୁଥିବା ଉଲ୍ଲଂଘନକାରୀଙ୍କୁ ଧରିବା ସହ ସେମାନଙ୍କ ଠାରୁ ଆଦାୟ ହେଉଛି ମୋଟା ଅଙ୍କର ଜୋରିମାନା । ଏପରି ଅଭିଯାନ ଆସନ୍ତା ମାସ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ପରେ ସମାନ ଢଙ୍ଗରେ ଯାଞ୍ଚ ଜାରି ରହିବ ।






