AK ଭୁବନେଶ୍ବର ବାଲିଅନ୍ତାରେ ଯୁବକଙ୍କୁ ବୀଭତ୍ସ ହତ୍ୟା ମାମଲା । ଅସଦାଚରଣ ଅଭିଯୋଗ ନେଇ ମୁହଁ ଖୋଲିଲେ ଯୁବତୀ । ବଖାଣିଲେ ପୁରା କାହାଣୀ । ଘଟଣାସ୍ଥଳରେ ପୁଲିସ ଡିଜି, ଡିସିପି ଓ ମହିଳା କମିସନରଙ୍କ ଛାନଭିନ୍ । ମହିଳା କମିଶନ କହିଲେ, ଦୋଷୀଙ୍କୁ ମିଳିବ ଦଣ୍ଡ । ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ରିପୋର୍ଟ । ଭୁବନେଶ୍ବର ବାଲିଅନ୍ତାରେ ଯୁବକଙ୍କୁ ବୀଭତ୍ସ ହତ୍ୟା ମାମଲା । ଅସଦାଚରଣ ଅଭିଯୋଗ ନେଇ ମୁହଁ ଖୋଲିଲେ ଯୁବତୀ ।

ପୂରା ଘଟଣା କହିଲେ ଅଭିଯୋଗକାରୀ ଯୁବତୀ କହିଲେ……….
‘ଆମେ ୨ ଜଣ ସ୍କୁଟିରେ ଯାଉଥିଲୁ, ‘ପଛରୁ ଧକ୍କା ଦେଲା ବାଇକ୍’, ‘ଦିନ ୧୧ଟାରେ ମାଉସୀ ଘରକୁ ଯାଉଥିଲୁ’ ମୋ ସହ ଥିବା ସାଙ୍ଗକୁ ନିର୍ଧୂମ ପିଟିଲେ’, ‘ମୋ ସାଙ୍ଗର ମୁଣ୍ଡକୁ ବହୁତ ପିଟିଥିଲା ନିଶାସକ୍ତ ଯୁବକ’, ‘ଅନ୍ୟ ଜଣେ ଯୁବକ ଏହି ଝିଅ ନୁହେଁ ବୋଲି କହିଥିଲେ’, ‘ନିଶାସକ୍ତ ଥିବା ଯୁବକ ମୋ ସାଙ୍ଗକୁ ବାଡ଼େଇଥିଲା’, ‘ନିଶାସକ୍ତ ଯୁବକ ମୋ ସାଙ୍ଗକୁ ରୁମ୍କୁ ନେଇଯିବାକୁ କହୁଥିଲେ’ , ‘ଆଉ କେଉଁ ଝିଅକୁ ଟାର୍ଗେଟ କରି ଆମକୁ ଆକ୍ରମଣ କଲେ’, ‘୨ ଯୁବକଙ୍କୁ ଆମେ ଆଗରୁ କେବେ ଦେଖିନୁ କି ଜାଣିନୁ’, ଲୋକ ଆସିବାରୁ ଆମେ ବଞ୍ଚିଗଲୁ ।ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ଘଟଣାରେ କ୍ରାଇମ ସ୍ପଟରେ ପହଞ୍ଚିଲେ ପୁଲିସ ଡିଜି। ସ୍ଥାନୀୟ ଆଇଆଇସିଙ୍କ ସହ ସକାଳୁ ସକାଳୁ ଘଟଣା ସ୍ଥଳରେ ଡିସିପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣ ଗିରଫ ହୋଇଛନ୍ତି । ଘଟଣାସ୍ଥଳରେ ପହଞ୍ଚି କେଉଁ ଭଳି ଭାବେ ଘଟିଥିଲା ଘଟଣା ସେହି ବିଷୟରେ ଡିଜିଙ୍କୁ ଅବଗତ କରୁଛନ୍ତି ଡିସିପି । ଘଟଣାକୁ ନେଇ ଗତକାଲି ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ଯେପରି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ରାଜ୍ୟ ପୁଲିସ୍ ମୁଖିଆଙ୍କୁ ସେ ପରାମର୍ଶ ଦେଇଛନ୍ତି । ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍ । ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟ ଆକ୍ରମଣକାରୀଙ୍କୁ ଖୋଜା ଚାଲିଛି । ରାଜ୍ୟରେ ଭୁଶୁଡୁ ପଡ଼ିଛି ଆଇନଶୃଙ୍ଖଳା ବ୍ୟବସ୍ଥା । ଗୋଟିଏ ପରେ ଗୋଟିଏ ବୀଭତ୍ସ ଘଟଣା ସାମ୍ନାକୁ ଆସୁଛି । ଗତକାଲି ଅସଦାଚରଣ ଅଭିଯୋଗ ପରେ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ବୀଭତ୍ସ ହତ୍ୟା କରାଯାଇଛି। ସେହିପରି ସୁନ୍ଦରଗଡ଼ କୋଇଡାରେ ପିଟିପିଟି ଯୁବକଙ୍କୁ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଠେଙ୍ଗାରେ ପିଟି ପିଟି ହତ୍ୟା କଲେ ସମ୍ପର୍କୀୟ। ଦୁଇ ଦିନ ତଳେ ଗଞ୍ଜାମରେ ଜଣେ ଗର୍ଭବତୀ ମହିଳାଙ୍କୁ ହତ୍ୟା କରାଯାଇଥିଲା । ନିକଟରେ ପିପିଲିରେ ଯୁବକଙ୍କୁ ହୋଇଥିଲା ମରଣାନ୍ତକ ଆକ୍ରମଣ ।






