AK ସନା ମହାକୁଡ଼, ଅରବିନ୍ଦ ମହାପାତ୍ର, ସୌଭିକ ବିଶ୍ୱାଳ, ଦେବୀ ତ୍ରିପାଠୀ, ରମାକାନ୍ତ ଭୋଇ, ସୁବାସିନୀ ଜେନା, ନବକିଶୋର ମଲ୍ଲିକ, ଚକ୍ରମଣି କଅଁର । କ୍ରସ ଭୋଟିଂ ପୀଡାକୁ ଏଯାଏଁ ଭୁଲି ପାରୁନି ବିଜେଡି । ୪୨ ଦିନ ଧରି ରାଜରାସ୍ତା, ବୟାନବାଜିରେ ସମୟ ସାରିବା ପରେ ଏବେ ବାଚସ୍ପତିଙ୍କ କୋର୍ଟକୁ ବଲ୍ ଛାଡିଛି ବିଜେଡି । ମାର୍ଚ୍ଚ ୧୬ ତାରିଖ, ରାଜ୍ୟସଭା ନିର୍ବାଚନରେ ବିଜେଡି ବିରୋଧରେ ଯାଇ କ୍ରସ ଭୋଟିଂ କରିଥିଲେ ୮ ବିଧାୟକ । କେବଳ ନିଲମ୍ବନ କରି ଚୁପ୍ ବସିଥିବା ବିଜେଡି ଏବେ ବାଚସ୍ପତିଙ୍କୁ ଭେଟି ଜଣାଇବା ସହ ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଅଡ଼ି ବସିଛି । ଅନ୍ୟପଟେ ନିଲମ୍ବିତ ବିଧାୟକ ନିଜ ପଦର ସୁରକ୍ଷା ପାଇଁ ସମ୍ବିଧାନିକ ଅଧିକାରକୁ ଢାଲ କରିଛନ୍ତି । ଏସବୁ ଭିତରେ ବାଚସ୍ପତି କାହା ସପକ୍ଷରେ ରାୟ ଶୁଣାଇବେ ତାହା ସବୁଠୁ ବଡ଼ ପ୍ରଶ୍ନ ।

ସନା ମହାକୁଡ଼, ଅରବିନ୍ଦ ମହାପାତ୍ର, ସୌଭିକ ବିଶ୍ୱାଳ, ଦେବୀ ତ୍ରିପାଠୀ, ରମାକାନ୍ତ ଭୋଇ, ସୁବାସିନୀ ଜେନା, ନବକିଶୋର ମଲ୍ଲିକ, ଚକ୍ରମଣି କଅଁର । କ୍ରସ ଭୋଟିଂ ପୀଡାକୁ ଏଯାଏଁ ଭୁଲି ପାରୁନି ବିଜେଡି । ୪୨ ଦିନ ଧରି ରାଜରାସ୍ତା, ବୟାନବାଜିରେ ସମୟ ସାରିବା ପରେ ଏବେ ବାଚସ୍ପତିଙ୍କ କୋର୍ଟକୁ ବଲ୍ ଛାଡିଛି ବିଜେଡି । ଏଥିପାଇଁ ଆଜି ଦଳର ବିଧାୟକ ଏକାଠି ହୋଇ ନିଲମ୍ବିତ ୮ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଫେରାଦ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ, ଦଳୀୟ ନିଷ୍ପତ୍ତିକୁ ଅବମାନନା କଥା ଦର୍ଶାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛି ବିଜେଡି । ହେଲେ ପ୍ରଶ୍ନ ଉଠୁଛି, ହଠାତ୍ କାହିଁକି ବିଜେଡିର କ୍ରସ୍ ଭୋଟିଂ କଥା ମନେପଡ଼ିଲା ? ନିୟମ କହୁଛି, କ୍ରସ୍ ଭୋଟିଂ ହୋଇଥିଲେ ୪୫ ଦିନ ମଧ୍ୟରେ ଲିଖିତ ଅଭିଯୋଗ କରିପାରିବେ ଦଳ । ନଚେତ ଅଭିଯୋଗ ଗ୍ରହଣ କରିବେନି ବାଚସ୍ପତି । ୨୦୧୭ରେ ଶରଦ ଯାଦବଙ୍କ ରାଜ୍ୟସଭା ପଦ ରଦ୍ଦ ଓ ହିମାଚଳ ପ୍ରଦେଶର ୬ ବିଧାୟକଙ୍କ କ୍ରସ ଭୋଟିଂ ପରେ ସଭ୍ୟପଦ ରଦ୍ଦର ଉଦାହରଣ ରଖିଛି ବିଜେଡି । ତେଣୁ ସମ୍ବିଧାନର ୧୦ମ ଅନୁଚ୍ଛେଦ ଅନୁଯାୟୀ, କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ଏହାକୁ ଆଳ କରିଛି ଦଳ । ଅନ୍ୟପଟେ ନିଲମ୍ବିତ ବିଧାୟକ କହିଛନ୍ତି, ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍ ନଥାଏ । ସମ୍ବିଧାନ ଅଧିକାର ଅନୁଯାୟୀ ଭୋଟ ଦେଇଥିବା କହି ବିଜେଡିକୁ କାଉଣ୍ଟର କରିଛନ୍ତି ଦେବୀରଞ୍ଜନ ।ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ କଂଗ୍ରେସ ରାସ୍ତାରେ ବଢିଛି ବିଜେଡି । କିନ୍ତୁ ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ଉଭୟ ଦଳ ଓ ନିଲମ୍ବିତ ବିଧାୟକଙ୍କ ପରବର୍ତ୍ତୀ ପଦକ୍ଷେପ ନିର୍ଭର କରୁଛି ।






