AK ସକାଳ ପାହିଲେ ହାତରେ ଗରା ବାଲ୍ଟି ଧରି ପାଣି ପାଇଁ ଦୌଡ଼ାଦୌଡ଼ି । କାରଣ ଲୋକସଂଖ୍ୟା ଏଠି ୫ଶହରୁ ଅଧିକ, ନଳକୂପ ମାତ୍ର ୨ଟି । ସେଥିରେ ପୁଣି ନଳକୂପରୁ କମ୍ ପାଣି ବାହାରୁଛି। ଟୋପାଏ ପାଣି ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଏ ଦୃଶ୍ୟ ବଙ୍ଗୋମୁଣ୍ଡା ବ୍ଲକ ବଲଧା ପଞ୍ଚାୟତ ସାନମୁଲା ଗାଁର । ଦୁଃଖର କଥା ହେଉଛି, ଏହି ନଳକୂପରୁ ବାହାରୁଥିବା ପାଣି ମଧ୍ୟ ପିଇବା ଅନୁପଯୋଗୀ। ବିଶୁଦ୍ଧ ପାନୀୟ ଜଳ ଗାଁ ଲୋକଙ୍କ ପାଇଁ ସାତସପନ ପାଲଟିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ପାନୀୟ ଜଳ ର ଚିତ୍ର। ଓଭରହେଡ୍ ଟାଙ୍କି ଥାଇ ମଧ୍ୟ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାନମୂଲା ଗାଁରେ ଦେଖାଦେଇଛି ପାନୀୟ ଜଳର ଉତ୍କଟ ଅଭାବ । ବିଦ୍ୟୁତ ବିଲ୍ ବାକି ଯୋଗୁଁ ପ୍ରକଳ୍ପ ଅଚଳ ହୋଇପଡିଥିବା ବେଳେ, ନଳକୂପରୁ ପାଣି ସଂଗ୍ରହ କରିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ

ସକାଳ ପାହିଲେ ହାତରେ ଗରା ବାଲ୍ଟି ଧରି ପାଣି ପାଇଁ ଦୌଡ଼ା ଦୌଡ଼ି । କାରଣ ଲୋକସଂଖ୍ୟା ଏଠି ୫ଶହରୁ ଅଧିକ, ନଳକୂପ ମାତ୍ର ୨ଟି । ସେଥିରେ ପୁଣି ନଳକୂପରୁ କମ୍ ପାଣି ବାହାରୁଛି। ଟୋପାଏ ପାଣି ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଏ ଦୃଶ୍ୟ ବଙ୍ଗୋମୁଣ୍ଡା ବ୍ଲକ ବଲଧା ପଞ୍ଚାୟତ ସାନମୁଲା ଗାଁର । ଦୁଃଖର କଥା ହେଉଛି, ଏହି ନଳକୂପରୁ ବାହାରୁଥିବା ପାଣି ମଧ୍ୟ ପିଇବା ଅନୁପଯୋଗୀ। ବିଶୁଦ୍ଧ ପାନୀୟ ଜଳ ଗାଁ ଲୋକଙ୍କ ପାଇଁ ସାତସପନ ପାଲଟିଛି । ଏମିତି ନୁହେଁ ଯେ ସରକାରୀ ବ୍ୟବସ୍ଥା ନାହିଁ । ଓଭରହେଡ୍ ଟାଙ୍କିଟି ସାନମୁଲା ଗାଁର ଶୋଭାବର୍ଦ୍ଧନ କରୁଛି। କିନ୍ତୁ ପାଣି ଆସୁନି । ବିଲ୍ ପୈଠ ହୋଇନଥିବାରୁ ବିଦ୍ୟୁତ୍ ସଂଯୋଗ କାଟିଦିଆଯାଇଛି। ଫଳରେ ମୋଟର ଚାଲୁନି, ପାଣି ଆସୁନି । ଜଳ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ। ଅନ୍ୟପଟେ ବିଡିଓ କହୁଛନ୍ତି ଖୁବଶୀଘ୍ର ସମସ୍ୟାର ସମାଧାନ ହେବ । ପ୍ରଶାସନର ପ୍ରତିଶ୍ରୁତି କେବେ କାର୍ୟ୍ୟକାରୀ ହେଉଛି ଏବଂ ଲୋକ କେବେ ବିଶୁଦ୍ଧ ପାଣି ମୁନ୍ଦାଏ ପାଉଛନ୍ତି ତାକୁ ଅପେକ୍ଷା ।






