AK ବେପରୁଆ ଗାଡ଼ିଚାଳନା ପାଇଁ ଚାଲିଗଲା ଦୁଇ ବର୍ଷର ଶିଶୁକନ୍ୟାର ଜୀବନ, ମାଆ ଗୁରୁତର । କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ । ଗତକାଲି ଧରୁଆଡ଼ିହି ଥାନା ନିକଟରେ ଜଣେ ମହିଳା ଓ ତାଙ୍କ ଦୁଇ ବର୍ଷର ଶିଶୁ କନ୍ୟାକୁ ଧକ୍କା ଦେଇଥିଲା ଏକ ଗାଡ଼ି । ଫଳରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଏନଟିପିସି କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବେପରୁଆ ଗାଡ଼ିଚାଳନା ପାଇଁ ଚାଲିଗଲା ଦୁଇ ବର୍ଷର ଶିଶୁକନ୍ୟାର ଜୀବନ ମାଆ ଗୁରୁତର ।

କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ । ଗତକାଲି ଧରୁଆଡ଼ିହି ଥାନା ନିକଟରେ ଜଣେ ମହିଳା ଓ ତାଙ୍କ ଦୁଇ ବର୍ଷର ଶିଶୁ କନ୍ୟାକୁ ଧକ୍କା ଦେଇଥିଲା ଏକ ଗାଡ଼ି । ଫଳରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଏନଟିପିସି କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଝାରସୁଗୁଡ଼ା ଜିଲ୍ଲା ବାଗଡିହି ଫାଣ୍ଡି ବାଙ୍କୀ ଗାଁର ଜୟକୁମାର କେଛୁ ତାଙ୍କ ସ୍ତ୍ରୀ ଟିକେଶ୍ୱରି ଓ ଦୁଇ ବର୍ଷର ଶିଶୁକନ୍ୟା କୁସିମାଙ୍କୁ ନେଇ ଧରୁଆଡ଼ିହି ହାଟକୁ ଯାଇଥିଲେ । ବଜାର ସାରି ଘରକୁ ଯିବାପୂର୍ବରୁ ରାସ୍ତା କଡ଼ରେ ଥିବା ଗୁପଚୁପ ଠେଲାକୁ ଯାଇ ଗୁପଚୁପ ଖାଉଥିବାବେଳେ ହଠାତ୍ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ମାଆ ଓ ଝିଅ ଗୁରୁତର ହୋଇଥିଲେ । ଉଭୟଙ୍କୁ ଧରୁଆଡ଼ିହି ପୁଲିସ୍ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ମଝାପଡ଼ା ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଏନଟିପିସି କଲେଜ ଆଣ୍ଡ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ମହିଳାଙ୍କର ଚିକିତ୍ସା ଚାଲିଛି । ଏପଟେ ନ୍ୟାୟ ଦାବିରେ ଗ୍ରାମବାସୀମାନେ ଥାନାରେ ଧାରଣା ଦେଇଛନ୍ତି । ଉଚିତ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।






